ଶେଷରେ ହେଲା ମହାଖୁଲାସା ! ACF ସୌମ୍ୟ ଙ୍କ ମୃତ୍ୟୁ ରେ ପୋଲିସ୍ ର ବିଫଳତା କୁ ପଦାରେ ପକାଇଲେ ପୂର୍ବତନ ପୋଲିସ ଡିଜି…ଦେଖନ୍ତୁ ଭିଡ଼ିଓ

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟମୟ ହୋଇ ପଡୁଛି। ଏହାକୁ ନେଇ ଅନେକ ରୋଚକ ମୋଡ ସାମ୍ନାକୁ ଆସୁଛି। ତେବେ ଏହି ଅଧିକାରୀ ଙ୍କ ମୃତ୍ୟୁ କୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିନି। ଏସିଏଫ ସୌମ୍ୟଙ୍କ ମୃତ୍ୟୁର ସତ ସାମ୍ନାକୁ ଆସି ପାରିନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟ ଏହାକୁ ଆହୁରି ରୋଚକ କରି ଦେଉଛି। ପୁଣି ଏବେ ଏହି ଘଟଣାରେ ଏକ ନୂଆ ମୋଡ଼ ସ୍ଵରୂପ ଏବେ ପୋଲିସ ର ବିଫଳତା କୁ ପଦାରେ ପକାଇଲେ ପୂର୍ବତନ ପୋଲିସ ଡିଜି।ସେ ତାଙ୍କର ପ୍ରଶ୍ନ ବାଣ ରେ ଜିଲ୍ଲା ପୋଲିସ୍ କୁ କଲେ ଘାଇଲା।

ତେବେ ସେ କରିଥିବା ପ୍ରଶ୍ନ ଗୁଡିକ କଣ କଣ ତାହା ଉପରେ ଥରେ ଆପଣ ନଜର ପକାଇ ଦିଅନ୍ତୁ। ପ୍ରଶ୍ନ ୧- ତଦନ୍ତ ପୁର୍ବରୁ ଡିଏଫ୍ଓ ଙ୍କୁ କାହିଁକି ଦିଆ ଗଲା କ୍ଲିନ୍ ଚିଟ୍ ? ପ୍ରଶ୍ନ ୨- ସୌମ୍ୟଙ୍କ ମୃତ୍ୟୁ ପରେ ସରକାରୀ ବାସଭବନ କୁ କାହିଁକି କରାଗଲାନି ସିଲ୍ ?

ତେବେ ପୋଲିସ ର ଅବହେଳା ଯୋଗୁଁ ଏତେ ବଡ ଦୁର୍ଘଟଣା ଘଟି ଥାଇ ପାରେ। ଲ୍ୟାମ୍ପ ର କିରୋସିନି ଯୋଗୁଁ କେବେବି ଏତେ ବଡ ଦୁର୍ଘଟଣା ଘଟି ପାରିବ ନାହିଁ। ପୂର୍ବତନ ଡିଜି ସିଧାସଳଖ ଭାବରେ ପୋଲିସ୍ ଉପରକୁ ଆଙ୍ଗୁଳି ଉଠାଇ ଛନ୍ତି। ଯେଉଁ ଘରେ ସୌମ୍ୟ ଙ୍କ ଦେହରେ ନିଆଁ ଲାଗିଲା ସେହି ଘରେ ରହିଥିଲା ଗୁରୁତ୍ବପୂର୍ଣ୍ଣ ପ୍ରମାଣ। ଘଟଣା ସ୍ଥଳରୁ କେହି ବି ପ୍ରମାଣ ନଷ୍ଟ କରି ଦେଇ ଥାଇ ପାରେ। ସେହି ଘରକୁ ପୋଲିସ୍ ସିଲ୍ କଲା ନାହିଁ କାହିଁକି ତାହା ପୋଲିସ୍ ର ସବୁଠାରୁ ବଡ ଭୁଲ୍ ବୋଲି ସେ କହିଛନ୍ତି। ଲ୍ୟାମ୍ପ କିରୋସିନି ରେ ୭୦ କିମ୍ବା ୮୦ ପ୍ରତିଶତ ପୋଡ଼ିବା ଅସମ୍ଭବ।ଏହା ଦ୍ବାରା ଏତେ ବଡ ଦୁର୍ଘଟଣା ଘଟି ନପାରେ।ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକ ଙ୍କ ଏଭଳି ମନ୍ତବ୍ୟ ବା ପ୍ରଶ୍ନ ଏବେ ପୋଲିସ୍ ର ତଦନ୍ତ ପ୍ରକ୍ରିୟା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ତାଙ୍କର ପ୍ରଶ୍ନବାଚୀ ପରେ ସୌମ୍ୟ ଙ୍କ ପରିବାର ଲୋକଙ୍କ ଗୁହାରୀ ଶୁଣିଛନ୍ତି ସରକାର୍।ଏବେ ବି ତାଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ସୌମ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ କିଛି ଆଗକୁ ବଢ଼ିପାରି ନ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ଇତିମଧ୍ୟରେ ଶନିବାର ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଏକ ଭିନ୍ନ ମୋଡ଼ ନେଇଛି। କାରଣ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ୩ଜଣିଆ ଟିମ୍‌ ଗଠନ ହେବ ବୋଲି ସୂଚନା ରହିଛି। ସୌମ୍ୟ ଙ୍କ ପରିବାର ଲୋକେ ନ୍ୟାୟ ପାଇବେ ଏବଂ ଏହାର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ସେମାନେ ଆଶା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment