ACF ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ ଉପରୁ ଉଠିଲା ପରଦ, ଶେଷରେ ଧରା ପଡ଼ିଲା ବିଦ୍ୟାଭାରତୀ…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମାଜରେ ଅମାନୁଷିକ କାର୍ଯ୍ୟ ବହୁ ମାତ୍ରାରେ ଦେଖା ଯାଉଛି। ଯେଉଁ ଲୋକ ମାନେ ବିପଦରେ ପଡି ଥାଆନ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ କେହି ଆଗକୁ ଆସି ନଥାନ୍ତି, ବିପଦକୁ ଦେଖି ମଧ୍ୟ ଅଣଦେଖା କରି ଚାଲି ଯାଇ ଥାଆନ୍ତି। ସେମାନେ ଏଭଳି କାର୍ଯ୍ୟ କରିବା ଦ୍ୱାରା ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡି ଥାଏ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ

ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟ ଘଟଣାରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ନାଁ ରେ ଦୁଇଟି ଦଫା ଜାରି କରା ଯାଇଛି ବୋଲି ସୂଚନା ରହିଛି। ଯାହାକି ଏହା ଏକ ଅମାନୁଷିକ କାର୍ଯ୍ୟ ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ ନେଇ ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଥିଲା। ତାଙ୍କ ମୃତ୍ୟୁ ମାମଲାରେ ଯେଉଁ ମାନେ ଉପସ୍ଥିତ ଥିଲେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜଣକ ପରେ ଜଣକୁ ଜେରା କରି ଚାଲିଥିଲା ଓ ତାର ରହସ୍ୟ ମଧ୍ୟ ଖୋଜି ଚାଲିଥିଲା। ଶେଷରେ ଏଡିଜି କ୍ରାଇମବ୍ରାଞ୍ଚ ସଞ୍ଜିପ ପଣ୍ଡା ନିଷ୍ପତ୍ତି ନେଇ ଥିଲେ ଯେ ଏସିଏଫଙ୍କ ମୃତ୍ୟୁ ହତ୍ୟା ନୁହେଁ ଏହା ଏକ ଦୁର୍ଘଟଣା ଗ୍ରସ୍ତ ହତ୍ୟା ଅଟେ। ତେବେ ଏସିଏଫଙ୍କ ମୃତ୍ୟୁ ଘଟଣାକୁ ନେଇ DFO ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭକୁ ସନ୍ଦେହ କରା ଯାଉ ଥିଲା। କିନ୍ତୁ ତାଙ୍କ ଦୁଇ ଜଣଙ୍କର ଏଥିରେ କୌଣସି ବି ଦୋଷ ନାହିଁ ଓ ସେମାନଙ୍କୁ କ୍ରାଇମବ୍ରାଞ୍ଚ କ୍ଲିନଚିଟ ଦେଇ ସାରିଛି।

ତେବେ ଏସିଏଫଙ୍କ ଦେହରେ ଯେତେବେଳେ ନିଆଁ ଲାଗି ଥିଲା ସେତେବେଳେ ପତ୍ନୀ ବିଦ୍ୟା ଭାରତୀ ଘଟଣାକୁ ନିଜ ଆଖି ସମ୍ନାରେ ଦେଖି ଥିଲେ କିନ୍ତୁ ନିଆଁ ଲିଭାଇବା ପାଇଁ ବା ବୁଝାଇବା ପାଇଁ ଚେଷ୍ଟା କରି ନଥିଲେ, ଏହାକୁ ଆଧାର କରି ଦୁଇଟି ମାମଲା ହୋଇଛି। ଏହି ଘଟଣା ସମ୍ନାକୁ ଆସିବା ପରେ ଏସିଏଫଙ୍କ ମାଆ ତୁଳସୀ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ଯେ, ବିଦ୍ୟା ଭାରତୀଙ୍କ ଉପରେ ପୂର୍ବରୁ ଯେଉଁ ସନ୍ଦେହ ଥିଲା ତାହା ଆଜି ସତରେ ପରିଣତ ହୋଇ ଯାଇଛି ଓ ତାଙ୍କ ଉପରେ ଆଗରୁ ଭରସା ନଥିଲା କି ଏବେବି ମଧ୍ୟ ଭରସା ନାହିଁ। ତାଙ୍କ ନାଁ ରେ ୨୮୫ ଓ ୩୦୪ ଦଫା ଜାରି କରା ଯାଇଛି। ତେବେ ବନ୍ଧୁଗଣ କ୍ରାଇମବ୍ରାଞ୍ଚ ଟିମ ତାଙ୍କ ବିରୁଦ୍ଧରେ କ’ଣ ପଦକ୍ଷେପ ନେବେ ତାହା ଆଗକୁ ଜଣାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment