ଦିନକୁ ଦିନ ରହସ୍ୟମୟ ହୋଇ ପଡୁଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣା। ଏହାକୁ ନେଇ ଅନେକ ରୋଚକ ମୋଡ ସାମ୍ନାକୁ ଆସୁଛି। ତେବେ ଏହି ଅଧିକାରୀ ଙ୍କ ମୃତ୍ୟୁ କୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିନି। ଏସିଏଫ ସୌମ୍ୟଙ୍କ ମୃତ୍ୟୁର ସତ ସାମ୍ନାକୁ ଆସି ପାରିନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ରୋଚକ କରି ଦେଉଛି।ତେବେ ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ଏହା ଅଧିକ ରହସ୍ୟପୂର୍ଣ୍ଣ ହୋଇ ପଡ଼ୁଛି।ତେବେ ଏହି ହାଇପ୍ରୋଫାଇଲ୍ ମାମଲାରେ ଅନ୍ୟ ଝିଅ ସହ ସୌମ୍ୟଙ୍କ ପରକୀୟା ପ୍ରୀତି ସମ୍ପର୍କ କଥା ସାମ୍ନାକୁ ଆଣିଛନ୍ତି ପତ୍ନୀ ବିଦ୍ୟା।
ନିଜ ସ୍ୱାମୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବୋଲି ପ୍ରଥମେ କହିଥିଲେ ବିଦ୍ୟା। ଆଉ ଏବେ ମୃତ୍ୟୁର ସପ୍ତାହେ ପରେ ସ୍ୱାମୀଙ୍କ ପରକୀୟା ପ୍ରୀତି କଥା ଗଣମାଧ୍ୟମ ସମ୍ମୁଖରେ ସେ କହିଛନ୍ତି। ତେବେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଥିବା ବେଳେ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ସୋମବାର ପ୍ରଥମେ ସୌମ୍ୟରଞ୍ଜନଙ୍କ ଘର ବାଲେଶ୍ୱର ଜିଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗ୍ରାମକୁ ଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।ଆଉ ପରେ ସୌମ୍ୟଙ୍କ ଶ୍ୱଶୁର ଘରକୁ ଯାଇ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ପଚରାଉଚୁରା କରିଛନ୍ତି ଏହି ଟିମ୍।
ତେବେ ପ୍ରତିଦିନ ଉଭୟଙ୍କ ସାଂସାରିକ ଜୀବନକୁ ନେଇ ନୂଆ କଥା ଶୁଣିବାକୁ ମିଳୁଥିବା ବେଳେ ଆଜି ଗଣମାଧ୍ୟମ ପ୍ରତିନିଧି ଏବଂ ତଦନ୍ତକାରୀ ଦଳକୁ କ୍ଷମା ମାଗିଛନ୍ତି ଆଉ ଅନୁରୋଧ କରିଛନ୍ତି ତାଙ୍କୁ କିଛି ନ ପଚାରିବା ପାଇଁ। କାରଣ ସେ କିଛିବି କହି ପାରିବେନି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବା ସେ କହିଛନ୍ତି ଏବଂ ସେ ଏବେ କୌଣସି ପ୍ରକାର ସହଯୋଗ କରି ପାରିବେ ନାହିଁ ବୋଲି ଅନୁରୋଧ କରି କହିଛନ୍ତି। ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।ତେବେ ପୁର୍ବରୁ ଉଭୟଙ୍କ ଦାମ୍ପତ୍ୟ ଜୀବନ କିପରି ଥିଲା, ବିଦ୍ୟାଭାରତୀଙ୍କର ସାୈମ୍ୟଙ୍କୁ ବିବାହ ପାଇଁ ଇଚ୍ଛା ଥିଲା କି ନାହିଁ, ବିବାହ ପରେ ସେମାନଙ୍କ ମଧ୍ୟରେ କ’ଣ ଅସୁବିଧା ରହୁଥିଲା ପୋଲିସ ପଚାରିଥିବା ସୂଚନା ମିଳିଛି।
ତେବେ ସୌମ୍ୟଙ୍କ ମୃତ୍ୟୁର ସତ ସାମ୍ନାକୁ ଆସିପାରିନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ଘନୀଭୂତ କରାଉଛି । ଏହା ସୂଚନା ଥାଉ କି ସୌମ୍ୟ ଗତ ୧୨ ତାରିଖ ରାତିରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ ବ୍ରହ୍ମପୁର ଏବଂ ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କର ମୃତ୍ୟୁ ର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।