ମହା ଖୁଲାସା ! ACFO ସୌମ୍ୟରଞ୍ଜନ ଙ୍କ ମୃତ୍ୟୁ ମାମଲା କୁ ନେଇ ୪ ଜଣଙ୍କ ଝାଳ ବାହାର କରି ଦେଲା କ୍ରାଇମବ୍ରାଞ୍ଚ…ଦେଖନ୍ତୁ ଭିଡ଼ିଓ

କ୍ରାଇମବ୍ରାଞ୍ଚର ପ୍ରଶ୍ନ ବାଣରେ ସମସ୍ତେ ଘାଇଲା , ପ୍ରଶ୍ନ ପଚାରି ପଚାରି 4 ଜଣଙ୍କ ଝାଳ ବାହର କରିଦେଲା କ୍ରାଇମବ୍ରାଞ୍ଚ । ଭିତରକୁ ଯିବା ବେଳେ ସିଧାସିଧା , ଫେରିବା ବେଳେ ଘାଇଲା । 4 ଜଣଙ୍କୁ ପଚରାଗଲା 200 ରୁ ଅଧିକ ପ୍ରଶ୍ନ , ପୁଣି ଜେରା ହେବେ ବିଦ୍ୟାଭାରତୀ ଏବଂ ଡିଏଫଓ । ଏସୟୋପୋ ସମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବାକୁ ପୂରା ଦମ୍ ରେ ଲାଗିଛି କ୍ରାଇମବ୍ରାଞ୍ଚ । ପଚରା ଉଚରା କରିବାକୁ କ୍ରାଇମବ୍ରାଞ୍ଚ 6 ଜଣଙ୍କ ଡାକିଥିଲା , ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ଦୁଇ ଜଣଙ୍କୁ ମାରତ୍ମକ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଅନ୍ୟ ଦୁଇ ଜଣଙ୍କୁ ଆଜି ଜେରା କରିବ କ୍ରାଇମବ୍ରାଞ୍ଚ ।

ରୋଷେୟା ମନ୍ମଥ କୁମ୍ଭଙ୍କ ସମେତ ଅନ୍ୟ 5 ଜଣ ବନ୍ୟ କର୍ମଚାରୀଙ୍କୁ ଡକାଯାଇଥିଲା । ରୋଷେୟା ମନ୍ମଥ କୁମ୍ଭଙ୍କୁ ଜେରା କରିଥିବା ବେଳେ ଦୁଇ ଜଣ ଏସଓଫୋ ଗୌରି ପ୍ରସାଦ ରଥ ଓ ଭାସ୍କର ରାଓ ବନଭିଭାଗ କର୍ମଚାରୀ ଆକାଶ ପ୍ରଧାନ ଆଦି 4 ଜଣଙ୍କୁ ପଚରା ଉଚରା କରିଥିଲା କ୍ରାଇମବ୍ରାଞ୍ଚ । ସମୟ ଅଭାବରୁ ବନ କର୍ମଚାରୀ ସନ୍ତୋଷ ବିଶ୍ୱାଳ ଏବଂ ଅଜୟ ବାରିକକୁ ଜେରା କରିବା ସମ୍ଭବ ହୋଇ ନଥିବାରୁ ସେମାନେ ମଙ୍ଗଳ ବାର ଜେରା ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ପିଏସପି ସମ୍ୟରଞ୍ଜନ ମିଶ୍ର । ଆଜି ଯେଉଁ ମାନଙ୍କୁ ଜେରା କରାଯାଇଛି , ସେମାନେ ସଠିକ ଉତ୍ତର ଦେଇଥିବା ଆଶା କରାଯାଉଛି ।

କିନ୍ତୁ ଆବଶ୍ୟକ ହେଲେ ସେମାନଙ୍କୁ ଆଉଥରେ ମଧ୍ୟ ଜେରା କରାଯିବ ବୋଲି ସେ କହିଛନ୍ତି । ଏହି ଘଟଣାର ତଦନ୍ତ ବେଳେ ପୋଲିସ ଅନେକ ଭୁଲ କରିଥିବା କ୍ରାଇମବ୍ରାଞ୍ଚ ରେଡିପି ସଞ୍ଜିବ ପଣ୍ଡା ଟୁଇଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ସେହିପରି ପୂର୍ବତନ ପଲିଡିଜି ସଞ୍ଚିବ ବାରିକ ମଧ୍ୟ ପୋଲିସର ଖାମ ଖିଆଲି ମନୋଭାବ ନେଇ ଗଣ ମାଧ୍ୟମ ସମ୍ମୁଖରେ ବଖାଣି ଥିଲେ । ତେଣୁ ବର୍ତ୍ତମାନ ତଦନ୍ତଭାର ନେଇଥିବା କ୍ରାଇମବ୍ରାଞ୍ଚ ତଦନ୍ତକୁ ମୂଳରୁ ଆରମ୍ଭ କରିଥିବା ବେଳେ କୌଣସି ଦିଗକୁ ଛାଡିବାକୁ ଚାହୁଁନାହିଁ । ତେଣୁ ସବୁ ଦିଗରୁ ତଦନ୍ତ କରୁଛି , ଜଣକୁ ଜଣକୁ ଦେଢ ଘଣ୍ଟାରୁ 2 ଘଣ୍ଟା ଲେଖାଏଁ ରଖି 50 ରୁ 60 ଗୋଟି ପ୍ରଶ୍ନ ପଚାରିବା ସହିତ ସତ ଓଗାଳିବାକୁ ଚେଷ୍ଟା କରୁଛି ।

ଘଟଣାରେ ତଦନ୍ତ କରୁଥିବା ପୋଲିସ ଘଟଣା ପଛର ସତକୁ ଲୋକ ଲୋଚନକୁ ଆଣି ପାରି ନଥିଲା । ତେବେ ବର୍ତ୍ତମାନ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏଥିରେ କେତେ ସଫଳ ହୋଉଛି ତାହା ବି ଅପେକ୍ଷା ରେ ରହିଛି । ଘଟଣାର ପ୍ରକୃତ ସତ ଜାଣିବା ପାଇଁ ଆଗଣିତ ଫ୍ୟାନମାନେ ମଧ୍ୟ ଚାହିଁ ରହିଛନ୍ତି । ଏହାଛଡା କ୍ରାଇମବ୍ରାଞ୍ଚ କହିବା କଥା ଜେରା କରାଯାଇଥିବା 4 ଜଣ ସବୁକିଛି ସତ କହିଥିବାର ଆଶା କରାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment