ଅଚାନକ ଡ୍ରେନରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର, ଆମ ପୁଅ ମିଳିଯିବ ଅନ୍ଧାର ଭିତରେ ଆଶା…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବା ପାଇଁ ମିଳୁଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ନିଜର ଅସାବଧାନତା ଗୁଣ ଯୋଗୁଁ କେତେବେଳେ ଯେ କ’ଣ ଘଟିବ କେହି ମଧ୍ୟ କହି ପାରିବେ ନାହିଁ। ଯାହାକୁ ଦେଖିବା ମାତ୍ରେ ବହୁତ ଦୁଃଖ ଓ କଷ୍ଟ ଲାଗି ଥାଏ। ଯେ କୌଣସି କାର୍ଯ୍ୟ କରୁଥିବା ବେଳେ କେବେ ହେଲେ ଅନ୍ୟ ମନସ୍କ ରହିବା ଉଚିତ ନୁହେଁ ଓ ସବୁବେଳେ ସାବଧାନର ସହ କାର୍ଯ୍ୟ କରିବା ଉଚିତ ଅଟେ। ଏଭଳି ଘଟଣା ପ୍ରାୟତଃ ଦେଖି ବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ୧୫ ବର୍ଷର ବାଳକଟି ନାଳ ଭିତରେ ଭାସି ଯାଇ ଥିବାର ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଭୁବନେଶ୍ୱରର ଗଣ୍ଡମୁଣ୍ଡା ଅଞ୍ଚଳର ସୌଭାଗ୍ୟ ନଗରରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜ୍ୟୋତିର୍ମୟୀ ବେହେରା ନାମକ ଜଣେ ବାଳକ ଯାହାର ବୟସ ମାତ୍ର ୧୫ ବର୍ଷ ଅଟେ। ସୌଭାଗ୍ୟ ନଗର ସ୍ଥିତ ନାଳ ନିକଟ ଦେଇ ପିଲାଟି ସାଇକେଲରେ ଟ୍ୟୁସନ ଯାଉଥିଲା, ଯିବା ବାଟରେ ହଠାଥ ଗୋଡ଼ ଖସି ଯିବାରୁ ସେ ନାଳ ଭିତରକୁ ଖସି ପଡି ଥିଲା ଓ ସେହି ନାଳରେ ପ୍ରବଳ ବେଗରେ ପାଣି ବହି ଚାଲିଥିଲା। ଏହି ଘଟଣା ଦେଖି ସେଠାରେ ଥିବା ଲୋକ ମାନେ ଦୌଡା ଦୋୖଡି ହୋଇ ଆସି ଘଟଣା ସ୍ଥଳରେ ପହଁଛି ଜମାଟ ହୋଇ ଯାଇଥିଲେ।

ତେବେ ସେମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ପିଲାଟିକୁ ଖୋଜିବା ପାଇଁ ନାଳ ଭିତରକୁ ଯାଇ ଥିଲେ କିନ୍ତୁ ପିଲାଟିକୁ ପାଇ ନଥିଲେ। ଏହା ପରେ ଲୋକ ମାନେ ଦମକଳବାହିନୀ ନିକଟକୁ ସେମାନେ ଖବର ଦେଇ ଥିଲେ ଓ ସେମାନେ ଘଟଣା ସ୍ଥଳରେ ପହଁଛି ପିଲାଟିକୁ ଖୋଜା ଖୋଜି କରିଲେ କିନ୍ତୁ ପିଲାଟିର ଏପର୍ଯ୍ୟନ୍ତ କୋୖଣସି ବି ଖୋଜ ଖବର ମିଳୁ ନାହିଁ। ଏହି ଘଟଣା ଶୁଣି ପରିବାର ଲୋକ ମାନଙ୍କ ମନ ଦୁଃଖରେ ବହୁତ ଭାଙ୍ଗି ପଡିବା ସହିତ ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ମଧ୍ୟ ଦୁଃଖର ଲହରୀ ଖେଳି ଯାଇଛି। ଅନ୍ୟ ପକ୍ଷରେ ରାଜନୈତିକ ଦଳର ନେତା ଓ କର୍ମୀ ମାନଙ୍କ କହିବା ଅନୁସାରେ BMC ର ଅବହେଳା ଯୋଗୁଁ ଏଭଳି ଘଟଣା ଘଟି ଚାଲିଛି। ଯଦି ଏହି ନାଳର ମରାମତି କାର୍ଯ୍ୟ ଠିକ ଭାବରେ ନ କରାଯାଏ, ତା’ ହେଲେ ଏଭଳି ଘଟଣା ଆଗକୁ ମଧ୍ୟ ଆହୁରି ଘଟିପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।