Breaking News : ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲା ବଡ ଦୁଖଦଃ ଖବର, ଅଚାନକ ଏହି ଚୁଲବୁଲି ଅଭିନେତ୍ରୀଙ୍କ ହୋଇଗଲା ପରଲୋକ ! ସମସ୍ତଙ୍କ ହୃଦୟରେ କରୁଥିଲେ ରାଜ…,

ପୁଣି ଟେଲି ଜଗତକୁ ଝଟକା। ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥିଲା। କୋଲକୋତାର ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି ଯାହାକି ସହଜରେ ବିଶ୍ଵାସ କରି ହେଉ ନାହିଁ। ଡ଼ାକ୍ତର ମାନେ ଏଣ୍ଡ୍ରିଲା ଙ୍କୁ ବଞ୍ଚାଇବା ପାଇଁ ବହୁତ୍ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ମାତ୍ର ୨୪ ବର୍ଷ ବୟସରେ ଏଣ୍ଡ୍ରିଲା ଶର୍ମାଙ୍କ ପୋରାଲୋକକୁ ନେଇ ଟେଲି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।
ତେବେ ଏହି ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ପଡି ଥିଲେ। ଦୁଇ ଦିନ ତଳେ ତାଙ୍କୁ ଭେଣ୍ଟିଲେଟର ରେ ରଖା ଯାଇଥିଲା। ଆଉ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି ବୋଲି ଡ଼ାକ୍ତର ସ୍ପଷ୍ଟ କରିଥିଲେ। ତେବେ ଭେଣ୍ଟିଲେଟର ରେ ଥିବା ସମୟରେ ଏଣ୍ଡ୍ରିଲା ଙ୍କ ବୟ ଫ୍ରେଣ୍ଡ୍ ସବ୍ୟସାଚୀ ଚୌଧୁରୀ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ପାଇଁ ସୋସିଆଲ ମିଡିଆରେ ଏକ ଭାବ ପ୍ରବଣତା ର ଭିଡିଓ ପୋଷ୍ଟ କରିଥିଲେ। ଆଉ ଏଭଳି ପରିସ୍ଥତିରେ ସେ ଆଉ ଏଣ୍ଡ୍ରିଲା ଶର୍ମାଙ୍କ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି।
ସୂଚନା ଅନୁଯାୟୀ ୧୫ ନଭେମ୍ବରରେ ଏଣ୍ଡ୍ରିଲା ଶର୍ମା ଏକା ଥରକେ ଅନେକ ଗୁଡ଼ିଏ ହୃଦଘାତରେ ପୀଡ଼ିତ ହୋଇଥିଲେ। ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ କରି ଚାଲିଥିଲେ ଏଣ୍ଡ୍ରିଲା କିନ୍ତୁ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଏଣ୍ଡ୍ରିଲା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ସେଥିରୁ ସେ ବର୍ତ୍ତି ଯାଇଥିଲେ। କିନ୍ତୁ ଏଥରକ ଭାଗ୍ୟ ତାଙ୍କର ସାଥ ଦେଇନାହିଁ। ଆଉ କୋଲକୋତାର ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି।
ତେବେ ଏଣ୍ଡ୍ରିଲା ଅନେକ ଗୁଡ଼ିଏ ବଙ୍ଗୀୟ ଟିଭି ସିରିଏଲ ରେ ଅଭିନୟ କରିଛନ୍ତି। ଝୁମର ସିରିଏଲ୍ ରୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ସହିତ ଅନେକ ଗୁଡ଼ିଏ ୱେବ୍ ସିରିଜ୍ ରେ ମଧ୍ୟ ଏଣ୍ଡ୍ରିଲା ନଜର ଆସିଛନ୍ତି। ଖୁବ୍ ଅଳ୍ପ ସମୟ ମଧ୍ୟରେ ଦର୍ଶକ ମାନଙ୍କୁ ଭଲ ପାଇବା ଜିତି ପାରିଥିଲେ ଏହି ଅଭିନେତ୍ରୀ। ଲୋକପ୍ରିୟତାର ଶୀର୍ଷରେ ଥିଲେ ଏହି ଅଭିନେତ୍ରୀ ଜଣଙ୍କ।

ଆଉ ଆଜି ତାଙ୍କର ପୋରାଲୋକରେ ଟେଲି ଇଣ୍ଡଷ୍ଟ୍ରିକୁ ବହୁତ୍ ବଡ ଝଟକା ଲାଗିଛି। ଏତେ କମ୍ ବୟସରୁ ଏଣ୍ଡ୍ରିଲା ସମସ୍ତଙ୍କୁ ଛାଡି ଯାଇଛନ୍ତି ବୋଲି ସହଜରେ ଗ୍ରହଣ କରି ପାରି ନାହାଁନ୍ତି ଫ୍ୟାନସ୍ ମାନେ। ତେବେ ଏଣ୍ଡ୍ରିଲା ମୃତ୍ୟୁ ଖବର ଶୁଣିବା ପରେ ଟେଲି ଇଣ୍ଡଷ୍ଟ୍ରିର ସବୁ କଳାକାର ମାନେ ସେଠାରେ ଉପସ୍ଥିତ ହୋଇ ଏଣ୍ଡ୍ରିଲାଙ୍କୁ ଶେଷକୃତ୍ୟ ଜଣାଇଥିଲେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment