ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳୁଛି। ସୃଷ୍ଟିଙ୍କ ସ୍ରଷ୍ଟା ବଡ଼ ବିଚିତ୍ର ଓ ଏହି ପୃଥିବୀ ହେଉଛି ତାହାର ଏକ ମାଧ୍ୟମ ଅଟେ। ଏହି ପୃଥିବୀ ପୃଷ୍ଠରେ ଭିନ୍ନ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥାଏ ଓ ଭଗବାନଙ୍କ ଲୀଳା ବେଳେ ବେଳେ ଅଦ୍ଭୁତ ମାନର ହୋଇଥାଏ। ଏହି ପୃଥିବୀ ପୃଷ୍ଠରେ ପ୍ରକୃତିର ଦୃଶ୍ୟକୁ ଦେଖିଲେ ବେଳେ ବେଳେ ସୁନ୍ଦର ଲାଗିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ବେଳେ ବେଳେ ଝଡ଼ ବହିଲେ କେତେ କ’ଣ କ୍ଷୟ କ୍ଷତି ହୋଇ ଯାଇଥାଏ ଓ ଆଉ ବେଳେ ବେଳେ ଏମିତି କିଛି ରୂପ ଦେଖିବାକୁ ମିଳିଥାଏ। ଯାହାକୁ କି ଆଖିରେ ଦେଖିଲେ ମଧ୍ୟ ଆପଣ ମାନେ ବିଶ୍ୱାସ କରି ହେବ ନାହିଁ। ଏଭଳି ପ୍ରକୃତିର ରୂପ ମଧ୍ୟ ସେହି ପରି ହୋଇଥାଏ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ମଧ୍ୟ ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ପୋଖରୀର ପାଣି ଆପେ ଆପେ ଉପରକୁ ଉଠି ଥିବାର ସୂଚନା ମିଳିଛି। ଏଭଳି ଦୃଶ୍ୟକୁ ଆପଣ ମାନେ ଆଗରୁ ମଧ୍ୟ କେବେ ବି ଦେଖି ନଥିବେ। ଯାହାକି ଏହା ଏକ ଅଦ୍ଭୁତ ପୂର୍ବ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;
ସୂଚନା ଅନୁସାରେ, ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାର ଆଦିବାସୀ ବନାଞ୍ଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଅଞ୍ଚଳରେ ପ୍ରଥମେ ଖୁବ ଜୋରରେ ଝଡ଼ ଆରମ୍ଭ ହେବା ସହ ପବନର ବେଗ ମଧ୍ୟ ଅତ୍ୟଧିକ ମାତ୍ରାରେ ବହି ଚାଲି ଥିଲା। ପବନର ବେଗ ଅତ୍ୟଧିକ ମାତ୍ରାରେ ଥିବାରୁ ନିକଟରେ ଥିବା ପୋଖରୀର ପାଣି ଏକ ଧାରାରେ ଆକାଶକୁ ଉଠିବା ସହିତ ବାଦଲରେ ମଧ୍ୟ ମିଶିବାକୁ ଲାଗିଥିଲା ଓ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଏହି ଦୃଶ୍ୟକୁ ଦେଖିବାକୁ ମିଳିଥିଲା।
ତେବେ ଏହି ବିରଳ ଦୃଶ୍ୟକୁ ଦେଖି ସେଠାକାର ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ ଓ ଦୂର ଦୁରାନ୍ତର ଲୋକ ମାନେ ମଧ୍ୟ ଆସି ଏହି ଦୃଶ୍ୟକୁ ଦେଖିବା ପାଇଁ ଭିଡ଼ ଜମେଇ ଥିଲେ। ଏହି ଅଦ୍ଭୁତ ଦୃଶ୍ୟକୁ ଲୋକ ମାନେ ମଧ୍ୟ ନିଜ ମୋବାଇଲରେ ରେକର୍ଡ଼ କରି ନେଇଥିଲେ। ଏହି ଦୃଶ୍ୟକୁ ଦେଖି ଅନେକ ଲୋକ ମାନେ ଭଗବାନଙ୍କ ଅଦ୍ଭୁତ ଲୀଳା କହୁଥିବା ବେଳେ ଆଉ କେହି କେହି ବୈଜ୍ଞାନିକ କାରଣ ମଧ୍ୟ କହୁ ଥାଆନ୍ତି। ଧୀରେ ଧୀରେ ଝଡ଼ ଥମିବାରୁ ସେହି ପାଣି ତଳକୁ ଖସି ଆସି ପୋଖରୀରେ ମିଶି ଥିଲା ଓ ପରିବେଶ ମଧ୍ୟ ଶାନ୍ତ ହୋଇ ଯାଇଥିଲା। ଏହି ଘଟଣାଟି ସେଠାକାର ଅଞ୍ଚଳରେ ଚାଞ୍ଚଲ୍ୟ ମାନ ସୃଷ୍ଟି କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।