Gupta Samasya – ଅଧ ରାତିରେ ପରିଶ୍ରା ଲାଗୁଛି କି ତେବେ ଜାଣନ୍ତୁ ଏହି ଭୟଙ୍କର କଥା, ନଚେତ ଘଟିପାରେ ଅଘଟଣ

0

ପ୍ରତ୍ୟେକ ମଣିଷ ନିୟମିତ ଉଚିତ୍ ପରିମାଣରେ ପାଣି ପିଇବା ବହୁତ ଜରୁରୀ ଅଟେ । ପାଣିର ସେବନ ସଠିକ୍ ମାତ୍ରାରେ ପିଇଲେ ଆମ ସ୍ୱାସ୍ଥ୍ୟକୁ ବହୁତ ମାତ୍ରାରେ ଲାଭଦାୟକ ହୋଇଥାଏ । ତା ସହିତ ପରିଶ୍ରା କରିବା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲକାର୍ଯ୍ୟ ଅଟେ । କିନ୍ତୁ ଆପଣ ମାନେ ଅନେକ ସମୟରେ ଦେଖିଥିବେ ଯେ ଅଧରାତ୍ରୀ ରେ ଉଠି କିଛି ଲୋକମାନେ ପରିସ୍ରା କରିଥାନ୍ତି । ଆମ ରାତିରେ ଖୋଲୁ ଖୋଲୁ ତୁରନ୍ତ ପରିସ୍ରା ଲାଗିବା ଆରମ୍ଭ ହୋଇଯାଏ , କିନ୍ତୁ ଏହି ଠାରେ ଜାଣି ରଖନ୍ତୁ ଯେ ଅତ୍ୟଧିକ ପରିସ୍ରା ଲାଗିବା ମଧ୍ୟ ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆମକୁ ଅଧରାତ୍ରୀରେ ପରିସ୍ରା କଣ ପାଇଁ ଲାଗେ ।

ଡାକ୍ତରଙ୍କ କହିବା ଅନୁସାରେ ଯେତେବେଳେ ଆମକୁ ପରିସ୍ରା ଲାଗେ , ତେବେ ସେହି ପରିସ୍ରା ଜରିଆରେ ଆମ ଶରୀରରେ ରହିଥିବା ବିଷାକ୍ତ ପଦାର୍ଥ ଏବଂ ହାନିକାରକ ପଦାର୍ଥ ବାହାରକୁ ଆସିଥାଏ । ଯାହାଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ ଏବଂ ରୋଗବ୍ୟାଦି ଠାରୁ ମଧ୍ୟ ଦୂରେଇ ରହିଥାଏ । ଯଦି କୌଣସି ବ୍ୟକ୍ତି ରାତିରେ ଶୋଇଲା ବେଳେ ବହୁତ ଅଧିକ ପାଣି ପିଇନିଏ କିମ୍ୱା ବହୁତ ତରଳ ପଦାର୍ଥର ସେବନ କରିଥାଏ । ତେବେ ନିଶ୍ଚିତ ଭାବରେ ଅଧ ରାତ୍ରୀରେ ପରିସ୍ରା ଲାଗେ କିନ୍ତୁ ଏହି ଅଧ ରାତ୍ରୀରେ ପରିସ୍ରା କରିବା ସମୟରେ ଗୋଟିଏ କଥା ନିଶ୍ଚୟ ମନେ ରଖନ୍ତୁ , ଯେ ଯଦି କୌଣସି ବ୍ୟକ୍ତି ରାତିରେ ଅଚାନକ ଉଠି ହଠାତ୍ ଯାଇ ଛିଡା ହୋଇ ପରିସ୍ରା କରେ । ତେବେ ତାର ଶରୀରର ରକ୍ତର ପ୍ରବାହ ହଠାତ୍ ସ୍ପିଡ୍ ହୋଇଯାଏ ।

କାରଣ ଯଦି ଆମେ ରାତି ସମୟରେ ପରିସ୍ରା କରିବା ପାଇଁ ଉଠି ଯାଉ , ତେବେ ଆମ ଶରୀର ଠିକ୍ ଭାବେ ସତେଜ ହୋଇ ନଥାଏ । ଯାହାଫଳରେ ଆମ ଶରୀରରେ ପ୍ରବଳ ବେଗରେ ପ୍ରବାହିତ ରକ୍ତ କଣିକା ଆମ ମସ୍ତିଷ୍କରେ ଅଟକି ଯାଇଥାଏ । ଯେତେବେଳେ ଆମ ମସ୍ତିଷ୍କରେ ପ୍ରବାହିତ ହେଉଥିବା ରକ୍ତ କଣିକା ଠିକ୍ ଭାବରେ ସଞ୍ଚାଳିତ ହୋଇପାରେ ନାହିଁ । ତେବେ ଏହା ଦ୍ୱାରା ଆମକୁ ବ୍ରେନଷ୍ଟ୍ରକ ହେବାର ସମସ୍ୟା ବହୁତ ଅଧିକ ବଢିଯାଏ । ଏକ ରିସର୍ଚ୍ଚ ରୁ ଜଣା ଯାଇଛି ଯେ 50 ବର୍ଷ ବୟସ ପରେ ପ୍ରାୟ ଅଧିକାଂଶ ପୁରୁଷ ଓ ମହିଳା ମାନଙ୍କୁ ରାତିରେ ଉଠି ପରିସ୍ରା କରିବା ପାଇଁ ପଡିଥାଏ ।

ଆପଣ ମାନେ ଯଦି ରାତିରେ ଦୁଇଥରରୁ ଅଧିକା ପରିସ୍ରା ଉଠୁଛନ୍ତି ତେବେ ଏହା ଦ୍ୱାରା ନିଦ ଭଲ ହୁଏ ନାହିଁ ଏବଂ ସେହି ମଣିଷର ଟେନସନ ବଢିଯାଏ । ସେହି ମଣିଷ ଚିଡଚିଡା ସ୍ୱଭାବର ମଧ୍ୟ ହୋଇଯାଏ , ଏହା ସହିତ ସବୁଠାରୁ ବଡ ଅସୁବିଧା ହେଉଛି ଷ୍ଟ୍ରୋକ ଆସିବାର ଭୟ ରହିଥାଏ । ତେଣୁ ଆପଣ ମାନେ ଅଧ ରାତ୍ରୀରେ ପରିସ୍ରା ଯିବା ପୂର୍ବରୁ 2 ରୁ 3 ମିନିଟ ଶେଯରେ ବସିରୁହନ୍ତୁ ଏବଂ ସତେଜ ଅନୁଭବ କରିବା ପରେ ବାହାରକୁ ପରିସ୍ରା କରିବା ପାଇଁ ଯାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।