ଆଧାର କାର୍ଡ ଏବଂ ପାନ କାର୍ଡ ଅଛି କି ? ତେବେ ମାଗଣାରେ ମିଳିଵ ପେଟ୍ରୋଲ ଓ ଡିଜେଲ ଜାଣନ୍ତୁ, କିପରି ପାଇ ପାରିବେ ଏହାର ଫାଇଦା….

0

ବର୍ତ୍ତମାନ ସମଗ୍ର ଦେଶରେ କରନା ମହାମାରି ନିଜର ତାଣ୍ଡବ ଲୀଳା ରଚୁଥିବା ସମୟରେ ଦରଦାମ ସବୁ ଆକାଶ ଛୁଆଁ ହେଲାଣି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି। ଲକଡାଉନ୍ ସମୟରେ ଲୋକଙ୍କ ଧନ୍ଦା ବନ୍ଦ ହୋଇ ଘରେ ବସିରହିଥିଲେ। ସେଥିପାଇଁ ଲୋକମାନଙ୍କ ପାଖରେ ଆର୍ଥିକ ଅଭାବ ଦେଖା ଦେଇଛି। ତେବେ ଏଭଳି ଅଭାବ ସମୟରେ ସରକାର ପେଟ୍ରୋଲ ଦର ବଢ଼ାଇଛନ୍ତି। ସେଥିପାଇଁ ଲୋକେ ଅନେକ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ବୋଝ ଉପରେ ନଲିତା ବିଡ଼ା ପଡିଲା ଭଳିଲା ଲାଗୁଛି। ଯେପରି ମନୁଷ୍ୟ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗ୍ରହ ନିତ୍ୟାନ୍ତ ଆବଶ୍ୟକ, ଠିକ୍ ସେହିପରି ଭାବରେ ପେଟ୍ରୋଲ ପରିଵହନ କ୍ଷେତ୍ରରେ ମନୁଷ୍ୟର ଏକ ଜରୁରୀ ଜିନିଷ ପାଲଟି ଯାଇଛି।

ଯଦି ବର୍ତମାନ ସମୟରେ ପେଟ୍ରୋଲ ମାଗଣାରେ ମିଳୁଛି ବୋଲି କୁହାଯିବ, ତାହାଲେ ଆପଣ ମାନେ ନିଶ୍ଚିତ ଭାବରେ କହିବେ ଯେ, ଆମେ ମଜା କରୁଛୁ। କିନ୍ତୁ ନାହିଁ ଆଜ୍ଞା ଏହା ପୁରାପୁରି ଭାବରେ ସତ୍ୟ, ଆପଣ କେବଳ ପ୍ୟାନ କାର୍ଡ ଏବଂ ଆଧାର କାର୍ଡ ଦେଖାଇଲେ ମଧ୍ୟ ପେଟ୍ରୋଲ ପାଇପାରିବେ। କଥାଟି ବିଶ୍ୱାସ ନହେଉଥିଲେ ମଧ୍ୟ ଏହା ସତ୍ୟ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କିପରି ଏବଂ କେଉଁଠି ମାଗଣାରେ ପେଟ୍ରୋଲ ଦିଆଯାଉଛି;

ବନ୍ଧୁଗଣ ଆମ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଆକାଶ ଛୁଆଁ ଦର ହୋଇଥିବା ବେଳେ ଗ୍ରାହକ ମାନଙ୍କ ପାଇଁ ଆସିଛି ଖୁସି ଖବର। ତେବେ ଯେଉଁମାନେ ଆଧାର ଏବଂ ପ୍ୟାନ କାର୍ଡ଼ ଦେଖାଇବେ ସେମାନଙ୍କୁ ମିଳିବ ୧ ଲିଟର ଲେଖାଏଁ ମାଗଣା ପେଟ୍ରୋଲ, ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ତାମିଲନାଡୁର କାଁଚିପୁରମ ଜିଲ୍ଲାରେ ଥିବା ଏକ ଘରୋଇ କମ୍ପାନୀ ଘୋଷଣା କରିଛନ୍ତି। ଜିଲ୍ଲାରେ ଶହ ଶହ ଲୋକ ସ୍ଥାନୀୟ ପେଟ୍ରୋଲ ପମ୍ପ ରେ ଆସି ଭିଡ଼ ଲଗାଇଛନ୍ତି। ଏହା ପରେ ଲୋକଙ୍କ ଖୁସି କହିଲେ ନସରେ, ବର୍ତ୍ତମାନ ସମୟରେ ଲୋକମାନେ ଆଧାର କାର୍ଡ଼ ଏବଂ ପ୍ୟାନ କାର୍ଡ଼ ଧରି ପେଟ୍ରୋଲ ପମ୍ପରେ ଭିଡ଼ ଲଗାଇଛନ୍ତି।

ଏଭଳି ଏକ ଅଫର ଶ୍ରୀରାମ କମରର୍ସିଆଲ ଭାଇକିଲ ଫାଇନାନ୍ସ ଦେଇଥିଲେ। କିନ୍ତୁ ଗ୍ରାହକ ମାନେ ପୂରା ଘଟଣାର ତର୍ଜମା ନକରି ଏହାର ଫାଇଦା ମଧ୍ୟ ଉଠାଇଥିଲେ। ସ୍ୱାଭାବିକ ଭାବରେ ଏଠାରେ ପ୍ରଶ୍ନ ଉଠୁଛି ଯେ ଶ୍ରୀରାମ କମରର୍ସିଆଲ ଭାଇକିଲ ଫାଇନାନ୍ସ କମ୍ପାନୀ କଣ ପାଇଁ ଏଭଳି ମାଗଣା ପେଟ୍ରୋଲ କରିଥିଲା ? କଣ ଏହା ତାଙ୍କ କମ୍ପାନୀର ପ୍ରମୋସନ ନା ଅନ୍ୟ କିଛି, ତାହା ଜଣା ପଡ଼ିନାହିଁ। ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଥିବା ବେଳେ, ତାମିଲନାଡୁ ସରକାର ପ୍ରଥମ ଥର ପାଇଁ ୩ ଟଙ୍କା ହ୍ରାସ କରିଛନ୍ତି। ବର୍ତ୍ତମାନ ଚେନ୍ନାଇ ରେ ପେଟ୍ରୋଲ ଦର ୯୮ ଟଙ୍କା ରହିଛି। ତେବେ ଏଭଳି କ୍ଷେତ୍ରରେ ୧୧ ଶହ ୬୦ କୋଟି ଟଙ୍କାର କ୍ଷତି ସହିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି। ତେବେ ଅଲମ୍ପିକ ରେ ନିରୋଜ ଚୋପ୍ରା ସଫଳତା ପାଇବା ପରେ କମ୍ପାନୀ ଘୋଷଣା କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।