ଆଗାମୀ ଚାରି ବର୍ଷରେ ଘଟିବାକୁ ଯାଉଛି ଏହିସବୁ ଅନର୍ଥ , ଅନେକ ଘଟଣା ବର୍ତ୍ତମାନ ହେଉଛି ସତ , ନିଶ୍ଚିତ ଜାଣି ନିଅନ୍ତୁ ଏଥିରୁ ବର୍ତ୍ତିବାର ଉପାୟ

0

ପଞ୍ଚସଖା ଯୁଗର ଯେଉଁ ପାଞ୍ଚ ଜଣ ମହାପୁରୁଷ ଆମ ଦେଶରେ ଜନ୍ମ ନେଇଥିଲେ । ସେମାନଙ୍କୁ ଅନେକ ଲୋକ ଭଗବାନଙ୍କର ଅବତାର ବୋଲି କହନ୍ତି କାରଣ ସେମାନଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ୍ୟ ହେବାରେ ଲାଗିଛି । ଆଜିକା ସମୟରେ ଯେଉଁ ପ୍ରାକୃତିକ ଦୈବୀ ଦୁର୍ବିପାକ ଦେଖା ଦେଉଛି ସେଥିରୁ ଅନେକ ଲୋକ ଏହା ଅନୁମାନ କରୁଛନ୍ତି ଯେ ପୃଥିବୀ ଶେଷ ହେବା ଉପରେ ।

ଆଉ କିଛି ଲୋକ ମାଳିକା ବଚନକୁ ବିଶ୍ୱାସ କରୁଛନ୍ତି ଏବଂ ତାହା ଦ୍ୱାରା କୁହାଯାଇଥିବା ପରାମର୍ଶ କୁ ମାନିବାକୁ ବାଧ୍ୟ ହେଉଛନ୍ତି । ଆମ ଓଡ଼ିଶାରେ ଯେଉଁ ପଞ୍ଚ ସଖା ଜନ୍ମ ନେଇଥିଲେ ସେମାନଙ୍କ ମଧ୍ୟରୁ ଅଚ୍ୟୁତାନନ୍ଦ ଅନ୍ୟତମ ଅଟନ୍ତି । ତାଙ୍କ ଦ୍ୱାରା ରଚିତ ହୋଇଥିବା ମାଳିକା ବଚନର ନାମ ହେଉଛି ‘ ଆଗତ ଭବିଷ୍ୟତ ମାଳିକା ‘ ।

ଏହି ମାଳିକା ବଚନରେ ରଚିତ ହୋଇଥିବା ସମସ୍ତ ଘଟଣା ବର୍ତ୍ତମାନ ସତ୍ୟ ହେଉଥିବାର ଦେଖା ଯାଇଛି । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ମାଳିକା ବଚନ ଦ୍ୱାରା ଆଗାମୀ ୩ ବର୍ଷ ମଧ୍ୟରେ ହେବାକୁ ଥିବା ସମସ୍ୟା ବିଷୟରେ କହିବୁ । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଆପଣ ମାନେ ଭଲ ଭାବରେ ଜାଣିଥିବେ ଯେ ଗତ ୨୦୨୦ ମସିହାଟି କଳା ବର୍ଷ ଥିଲା ଏବଂ ସମ୍ପୂର୍ଣ୍ଣ ବର୍ଷଟି ମୁଁହ ଘୋଡ଼ାଇ ଘୋଡ଼ାଇ ବିତି ଗଲା । ତେଣୁ ଆଗାମୀ ତିନି ବର୍ଷ ମଧ୍ୟ ଠିକ ଏହିପରି ବିତିବ । ଚଳିତ ବର୍ଷ ୨୦୨୧ ରେ ମଧ୍ୟ କିଛି ଠିକଠାକ ଚାଲିବ ନାହିଁ ।

ମାଳିକା ଅନୁଯାୟୀ ୨୦୨୧ ମସିହାରେ କୃଷି ସମ୍ବନ୍ଧିତ ସମସ୍ୟା ଦେଖା ଦେବ । ଯେପରି ଭାବରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଗତ ମାସ ଠାରୁ ଦେଶରେ କୃଷକ ଆନ୍ଦୋଳନ ଦେଖା ଡେଇଛି ।

ଏହାର ସିଧା ସଳଖ ପ୍ରଭାବ ଚାଷ କାର୍ଯ୍ୟ ଉପରେ ପଡ଼ୁଛି । ଏପରି ଚାଲିଲେ ଦେଶରେ ପରିବାପତ୍ର ର ଦରଦାମ ଅଧିକ ବୃଦ୍ଧି ହୋଇଯିବ । ଯାହାଦ୍ୱାରା ଅଧିକ ଟଙ୍କା ଖର୍ଚ୍ଚ କରିଲେ ବି ସୁଦ୍ଧା ଲୋକେ ପରିବା କିଣିବାକୁ ଅସମର୍ଥ ହେବେ । ପୁଣି ୨୦୨୨ ମସିହା କଥା କହିବାକୁ ଗଲେ ସେହି ବର୍ଷ ଦେଶରେ ଅନେକ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେବ । ଏହାଦ୍ବାରା ଅନେକ କ୍ଷୟକ୍ଷତି ଘଟିବ ।

ଲୋକେ ଅନେକ ଧନ ଜୀବନ ହରାଇବେ । ଅନେକ ପ୍ରକାରର ରୋଗ ବ୍ୟାଧି ର ସାମ୍ନା କରିବେ ଲୋକେ ।୨୦୨୩ ଏବଂ ୨୦୨୪ ମସିହାରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ନାନା ପ୍ରକାରର ସମସ୍ୟା ଦେଖା ଦେବ ।

ପୁଣି ସେହି ବର୍ଷ ଅଧିକ ଗୁଣ୍ଡାଗରଦି ବଢ଼ିବ । ସମଗ୍ର ପୃଥିବୀ ଜଳମଗ୍ନ ହେବ । ପୁଣିଥରେ ୨୦୨୫ ମସିହାରେ କୋରନା ଭଳି ଆଉ ଏକ ଅଜଣା ମହାମାରୀ ପୃଥିବୀକୁ ଗ୍ରାସ କରିବ । ଯାହାର କୌଣସି ସଙ୍କେତ ପୂର୍ବରୁ ଜଣା ପଡ଼ିବ ନାହିଁ ଏବଂ ତାହାର ନିରାକରଣ ମଧ୍ୟ ହୋଇ ପାରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।