ଏହି ପାଞ୍ଚଟି ଜିନିଷ ସାରିବାକୁ ଦିଅନ୍ତୁ ନାହିଁ ଯାହା ଦ୍ଵାରା ଆପଣ ଗରିବ ଆଉ କାଙ୍ଗାଳ ହେଇ ଯିବେ

0

ବନ୍ଧୁ ଗଣ ଆପଣ କେତୋଟି ଜିନିଷ ଜାଣି ରଖନ୍ତୁ, ଯାହାକି ସରିଗଲେ ଆପଣ ଗରିବ ଆଉ କାଙ୍ଗାଳ ହେଇଯାଇ ପାରନ୍ତି | ଆପଣ ଜାଣି ପାରିବେନି ଆପଣଙ୍କ ଭଣ୍ଡାର ଶୂନ୍ୟ ହେଇଯିବ |ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ |ବେପାର ବାଣିଜ୍ୟ ରେ କ୍ଷତି ହେବ ଏବଂ ମାତା ଅର୍ଣ୍ଣପୂର୍ଣ୍ଣା ବାସ କରିବେ ନାହିଁ |ଏବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ କଣ ?

1. ଅଗ୍ନି
2. ହଳଦୀ
3. ଖାଇବା ଜିନିଷ
4. ଲୁଣ
5. ଜଳ ବା ପାଣି

1. ପ୍ରଥମ ଜିନିଷ ଅଗ୍ନି |

ଆମେ ସମସ୍ତେ ଜାଣିଛନ୍ତି ଅଗ୍ନି ରେ ଅଗ୍ନି ଦେବତା ବାସ କରନ୍ତି |ପ୍ରାଚୀନ କାଳରେ ସମସ୍ତେ ଚୁଲିରେ ରୋଷେଇ କରୁଥିଲେ |ବର୍ତ୍ତମାନ ହିଟର, ଗ୍ୟାସ ରେ ରୋଷଇ କରୁଛନ୍ତି |ଯାହାକି ଅଶୁଭ ହେଇଥାଏ |ଏ ଭଳି ସ୍ଥାନରେ ଅଗ୍ନି ଦେବ ବାସ କରନ୍ତି ନାହିଁ |ଏଥି ପାଇଁ ଆପଣଙ୍କ ଘର ପାଞ୍ଚ ତତ୍ତ୍ୱ ରୁ ବାହାରେ ରହିଥାଏ |ଏଥି ପାଇଁ ଆପଣ କେବେବି ଆପଣଙ୍କ ଘରୁ ଅଗ୍ନି କୁ ଶେଷ ହେବାକୁ ଦିଅନ୍ତୁ ନାହିଁ |ପ୍ରାୟତଃ ଲୋକେ ଗ୍ୟାସ ରେ ରୋଷେଇ କରନ୍ତି |ଗ୍ୟାସ ସରିବା ପୂର୍ଵ ରୁ ଗ୍ୟାସ ଆଣି ରଖନ୍ତୁ |ଯଦି ଆପଣଙ୍କ ଘରେ ଚୁଲି ରହିଛି ତାହା କରିବା ଆବଶ୍ୟକ ନାହିଁ |ବନ୍ଧୁଗଣ ସର୍ବଦା ରୋଷଇ ଘରୁ ଅଗ୍ନି ସମାପ୍ତ କରନ୍ତୁ ନାହିଁ |ଏ ଥିରେ ଅଗ୍ନି ଦେବ ରୁଷ୍ଟ ହେଇଯାନ୍ତି |ଆଉ ଆପଣ ଭିକାରି ହେଇଯାଇ ପାରନ୍ତି |

2. ହଳଦୀ |

ଏବେ ଆସନ୍ତୁ ଜାଣିବା ହଳଦୀ ସରିଗଲେ କଣ ହେଇଥାଏ |ହଳଦୀ ହେଉଛି ଗୋଟିଏ ଆମ ପାଇଁ ଅତି ଆବଶ୍ୟକ ଜିନିଷ ଟିଏ |ହଳଦୀ ଖାଦ୍ୟ ର ରଙ୍ଗ ବଦଳାଇ ଦେଇଥାଏ |ଅନେକ ପୂଜାରେ ମଧ୍ୟ ହଳଦୀ ଲାଗିଥାଏ |ଆଉ ମଧ୍ୟ ଏହାକୁ ଆମ ଦେହରେ ମଧ୍ୟ ଲଗାଇ ଥାଉ |ଯଦି ଆମର ଅତ୍ୟଧିକ କୁଣ୍ଡେଇ ହେଇଥାଏ,ତା ହେଲେ ଆମେ ହଳଦୀ ଖାଇ ଥାଉ |ଏହା ଆମ ଦେହ ପାଇଁ ବହୁତ ଉପକାରୀ ଅଟେ |

ହଳଦୀ ବହୁତ ବିବାହ ବ୍ରତରେ ଲାଗିଥାଏ କାରଣ ଏହା ଅତ୍ୟନ୍ତହଳଦୀ ଶୁଭ ଅଟେ |ହଳଦୀ କୁ ଆମେ ଭଗବାନ ବିଷ୍ଣୁ କ ପ୍ରତୀକ ରୂପେ ମାନିଥାଉ |ଯେଉଁ ଘରେ ଭଗବାନ ବିଷ୍ଣୁ ରହନ୍ତି, ସେଠାରେ ମାତା ଲଷ୍ମୀ ମଧ୍ୟ ରହିଥାନ୍ତି |ଯଦି ଆପଣଙ୍କ ଘରେ ହଳଦୀ ସରିଯାଇଛି, ତାହେଲେ ଆପଣଙ୍କ ଘରକୁ ସଙ୍କଟ ମାଡି ଆସି ପରେ |ହଳଦୀ ସରିଯିବା କାରଣରୁ ମାତା ଲଷ୍ମୀ ବାସକରନ୍ତି ନାହିଁ |ଫଳରେ ଆପଣ ଭିକାରି ପାଲଟି ଯାଇପାରନ୍ତି |

3.ମୁଖ୍ୟ ଖାଇବା ଜିନିଷ |

ଖାଇବା ଜିନିଷ ସରିଗଲେ କଣ ହବ?
ଆପଣଙ୍କ ଘରେ ମୁଖ୍ୟ ଖାଇବା ଜିନିଷ ଶେଷ ନହେବା ଉଚିତ |ଯେପରି କି ଚାଉଳ, ଅଟା ଇତ୍ୟାଦି |ଏସବୁ ନାସାରିବା ଉଚିତ |ଏ ସବୁ ଶୁଭ ହେଇ ନଥାଏ |ଚାଉଳ କୁ ଆମେ ଭାତ ରାନ୍ଧି ଖାଉ |ଯାହାକି ଆମର ମୁଖ୍ୟ ଖାଦ୍ୟ ଅଟେ |ଆଉ ତାକୁ ଆମେ ଲଷ୍ମୀ ମାନିଥାଉ |ଯେଉଁ ଘରେ ଚାଉଳ ସରିଯାଏ ସେଠାରେ ଲଷ୍ମୀ ବାସକରନ୍ତି ନାହିଁ |ଅଟା ସରିବା ଅର୍ଥାତ ରାହୁ , କେତୁ ଘରେ ପ୍ରବେଶ କରିବା ହେଇଥାଏ |ସେହି ବ୍ୟକ୍ତି ଲକ୍ଷେ ଚେଷ୍ଟା କଲେ ମଧ୍ୟ ତାଙ୍କ ଘରୁ ଦାରିଦ୍ର ଦୂର ହୁଏ ନାହିଁ |ଯେଉଁ ଘରେ ସର୍ବଦା ଚାଉଳ, ଅଟା ଭରି ରହିଥାଏ, ସେହି ଘରେ ଅର୍ନପୂର୍ଣ୍ଣା ବାସକରନ୍ତି |ଘର ର ଲୋକଙ୍କୁ ଲକ୍ଷ୍ୟ ପତି ବନାଇଦିଅନ୍ତି |

4. ଲୁଣ |

ଏବେ ଆସନ୍ତୁ ଜାଣିବା ଲୁଣ ବିଷୟରେ |ଲୁଣ ହେଉଛି ଆମ ଖାଦ୍ୟ ର ଏକ ପ୍ରଧାନ ଅଂଶ |ଲୁଣ ଖାଦ୍ୟର ସ୍ୱାଦ ବଢାଏ |ବିନା ଲୁଣରେ ଖାଦ୍ୟ ସ୍ୱାଦହୀନ ଲାଗେ |ଯେପରି ତରକାରୀ ରେ ଲୁଣ ନପଡିଲେ ତରକାରୀ ସ୍ୱାଦ ଲାଗେନି , ସେପରି ରୋଷଇ ଘରେ ଲୁଣ ନଥିଲେ ଧନର ସ୍ୱାଦ ଲାଗେନି |ପ୍ରାଚୀନ କାଳରେ ଲୋକ ମାନେ ଲୁଣର ବସ୍ତା ଘରେ ରଖୁଥିଲେ |ଲୋକଙ୍କୁ ଲୁଣ ଦରକାର ପଡୁନଥିଲା |ଲୁଣ ଆମକୁ ବହୁତ ସାହାଯ୍ୟ କରିଥାଏ |

ଲୁଣ ଥିଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେନାହିଁ |ଯଦି ଆପଣଙ୍କ ଘରେ ଲୁଣ ସରିଯାଇଥାଏ ତାହେଲେ, ପରିବାର ମଧ୍ୟରେ ମତଭେଦ ସୃଷ୍ଟି ହୋଇଥାଏ |ଯାହା ଦ୍ଵାରା ପରିବାରରେ ଆସନ୍ତି ଦେଖାଦିଏ |ଯଦି କିଏ ଆପଣଙ୍କୁ ଲୁଣ ଦିଏ ତାହେଲେ ତାକୁ ରଖନ୍ତୁ ନାହିଁ |ପଡିଶା ଘରକୁ ମଧ୍ୟ ଲୁଣ ଧରେ ଦେବ ନାହିଁ |ଏମିତି କଲେ ତନ୍ତ୍ର ଶକ୍ତି ର ପ୍ରଭାବ ଆପଣଙ୍କ ଘରେ ପଡିଥାଏ |ଆଉ ମଧ୍ୟ ଏହା ଅଶୁଭ ସଂକେତ ହୋଇଥାଏ |

5. ଜଳ |

ଜଳ ହିଁ ଜୀବନ |କଥାରେ ଅଛି, ଜଳ ବହୁଳେ ସୃଷ୍ଟି ନାଶ |ଜଳ ବିହୁନେ ସୃଷ୍ଟି ନାଶ |ଯେଉଁ ଘରେ ଜଳ ସମାପ୍ତ ହେଇଯାଇଥାଏ, ସେଠାରେ ସର୍ବନାଶ ହୋଇଥାଏ |ଯେଉଁ ଘରେ ସର୍ବଦା ଜଳ ରହିଥାଏ, ସେଠାରେ ସର୍ବଦା ଖୁସିର ମାହୋଲ ରହିଥାଏ |ସଫଳତା ମିଳିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।