ଦେଖନ୍ତୁ Shocking ଭିଡ଼ିଓ -ଆମେ ବାପା ମା’ଦୁନିଆ ଦେଖିପାରିଲୁନି, ଆପଣମାନେ ଚାହିଁଲେ ଝିଅ ଆଖିରେ ଦୁନିଆ ଦେଖିବୁ” ଏହି ବାପା ମା ଙ୍କ କଥା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ…

ଆମେ ସିନା ବାପା ମା ହୋଇ ଦୁନିଆ ଦେଖି ପାରିଲୁଣି ନାହିଁ କିନ୍ତୁ ଆମେ ଚାହୁଁଛୁ ଆମ ଝିଅ ଦୁନିଆ ଦେଖୁ। ଆମେ ଆମ ଝିଅ ଆଖିରେ ଦୁନିଆ ଦେଖିବାକୁ ଚାହୁଁଛୁ। ଏକଥା ଆମେ କହୁନୁ ଆଜ୍ଞା ଜଣେ ଅନ୍ଧ ବାପା ମା ତାଙ୍କ ଅନ୍ଧ ଝିଅର ଦୃଷ୍ଟି ଶକ୍ତି ଫେରେଇ ଆଣିବା ପାଇଁ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି।
ବାପା ମା ଦୁଇ ଜଣ ଯାକ ଅନ୍ଧ। ବାପାଙ୍କ କହିବା ଅନୁଯାୟୀ ସେ ଯେତେବେଳେ ୬ ବର୍ଷ ବୟସର ହୋଇଥିଲେ ଏକ ଦୁର୍ଘଟଣାରେ ତାଙ୍କର ଦୃଷ୍ଟି ଶକ୍ତି ଚାଲି ଯାଇଥିଲା। ଆଉ ମାଙ୍କୁ ଯେତେ ବେଳେ ୭ ବର୍ଷ ବୟସ ହୋଇଥିଲା ସେତେବେଳେ ଜଣ୍ଡିସ କାରଣରୁ ସେ ମଧ୍ୟ ନିଜର ଦୃଷ୍ଟି ଶକ୍ତି ହରାଇ ବସିଥିଲେ। ଉଭୟ ପାଠ ପଢ଼ୁଥିବା ସମୟରେ ଯେତେ ବେଳେ ପରସ୍ପରକୁ ଭଲ ଭାବରେ ଜାଣିଲେ ସେମାନ ଭିତରେ ପ୍ରେମ୍ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଦୁହେଁ ସ୍ବପ୍ନ ଦେଖିଥିଲେ ଯେ ଆମର ତ ଆଖି ନହେଲା ନାହିଁ ଆମ ପାଖରୁ ଯେଉଁ ସନ୍ତାନ ଜନ୍ମ ନେବ ତା ଆଖିରେ ଆମେ ଦୁନିଆ ଦେଖିବୁ
ଏହାପରେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ଜନ୍ମରୁ ଝିଅଟି ଭଲ ଥିଲା। କିନ୍ତୁ ଯେତେ ବେଳେ ସେ ୭ ମାସ ହୋଇଥିଲା ସିମେଣ୍ଟ ଚଟାଣ ଉପରେ ପଡ଼ି ତା ପଛ ପଟ ମାଡ ହୋଇ ଯାଇଥିଲା। ଆଉ ସେହି କାରଣରୁ ଝିଅ ମଧ୍ୟ ତାର ଗୋଟିଏ ଆଖି ହରାଇ ଦେଇଛି। ଆଉ ଏକ ଆଖି ଭଲ ଥିଲେ ବି ଦୃଷ୍ଟି ଶକ୍ତି ଚାଲି ଯାଇଛି। ଏହା ସହିତ ଝିଅକୁ କ୍ୟାନ୍ସର ମଧ୍ୟ ହୋଇଛି।

ତେବେ ବର୍ତ୍ତମାନ ସମୟରେ ଝିଅର ଚିକିତ୍ସା ଜାରି ରହିଛି। ଡ଼ାକ୍ତରଙ୍କ କହିବା ଅନୁଯାୟୀ ଝିଅର କ୍ୟାନ୍ସର ଅପରେସନ ସହିତ ମୁତିଆବିନ୍ଦୁ ଅପରେସନ ମଧ୍ୟ କରିବା ପାଇଁ ଦରକାର୍ ଆଉ ଏଥିପାଇଁ ୧୦-୧୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ଯାହା ଅନ୍ଧ ବାପା ମାଙ୍କ ପକ୍ଷେ ଯୋଗାଡ଼ କରିବା ସମ୍ଭବ ହୋଇ ପାରୁ ନାହିଁ।ତେବେ ବାପାଙ୍କ କହିବା ଅନୁଯାୟୀ ସେମାନଙ୍କର ଏକ ସ୍ଥାୟୀ ଘର ନାହିଁ।ତିନି ତିନି ଜଣ ଯାକ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସରକାରଙ୍କ ପାଖରୁ ଏପର୍ଯ୍ୟନ୍ତ କିଛି ସହାୟତା ପାଇ ପାରି ନାହାଁନ୍ତି। ତେଣୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି କି ତାଙ୍କୁ ଗୋଟିଏ ଘର ଦିଅନ୍ତୁ।ଏହା ସହିତ ସେ କହିଛନ୍ତି କି ସେମାନଙ୍କର ତ ଅଧା ଜୀବନ ଚାଲି ଗଲାଣି କିନ୍ତୁ ତାଙ୍କ ଝିଅଟି ତାର ଦୃଷ୍ଟି ଶକ୍ତି ଫେରି ପାଉ। ସେଥି ପାଇଁ ସେମାନେ ଓଡ଼ିଶା ବାସୀ ଓ ସରକାର୍ ଙ୍କ ଠାରୁ ସହାୟତା ଆଶା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment