ଅଜବ ମଣିଷ : ବିଷାକ୍ତ ସାପକୁ କାମୁଡ଼ି କାମୁଡି ମାରିଲେ, ଆଉ ତା’ ପରେ ରକ୍ତ ପିଇଦେଲେ…ଦେଖନ୍ତୁ ଭିଡ଼ିଓ

0

ଆଜିର ସମୟରେ ମଣିଷ ବୈଜ୍ଞାନିକ ଜ୍ଞାନ କୌଶଳ ଖଟାଇ ଚନ୍ଦ୍ରରେ ପହଁଚି ଲାଣି, କିନ୍ତୁ ସମାଜରେ ଶିକ୍ଷାର ପ୍ରସାର ହେବା ଯୋଗୁଁ, ଲୋକେ ପ୍ରତିଦିନ କିଛି ନା କିଛି ଉଦ୍ଭାବନ କରୁଛନ୍ତି। ତେବେ ବର୍ତ୍ତମାନ ଲୋକମାନେ ଏତେ ସଭ୍ୟ ହୋଇ ମଧ୍ୟ ଆମ ସମାଜରେ ଅନେକ ଏପରି ଲୋକ ଅଛନ୍ତି ଯେଉଁ ମାନେ ଅନ୍ଧ ବିଶ୍ୱାସ ମନ ମଧ୍ୟରେ ଭରି ରହିଥାଏ। ଅନେକ ସମୟରେ ବିଭିନ୍ନ ପ୍ରକାର ଅନ୍ଧ ବିଶ୍ୱାସ ଖବର ଶୁଣିବା ପାଇଁ ପାଇଥାନ୍ତି। କେଉଁ କେଉଁ ଜଗାରେ ତୋ ମନୁଷ୍ୟ ଅନ୍ଧ ବିଶ୍ୱାସର ଶିକାର ହୋଇ ଜୀବନ ମଧ୍ୟ ଚାଲିଯାଇଥାଏ। ଏପରି ଅନେକ ଘଟଣା ଆମେ ସୋସିଆଲ ମିଡିଆରେ ଦେଖିବା ପାଇଥାଉ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବା ପାଇଁ ମିଳିଛି। ଆପଣ ମାନେ ପୂରା ଘଟଣାଟିକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି, ଜଣେ ଲୋକଟିକୁ ବିଷାକ୍ତ ସାପ କାମୁଡିବା ଯୋଗୁଁ ତାକୁ ନିଜ ଦାନ୍ତରେ କାମୁଡି ମାରି ଦେଇଥିବା ସୁଚନା ମିଳିଛି। ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;

ଏଭଳି ଏକ ଘଟଣା ଯାଜପୁର ଜିଲ୍ଲାରେ ଦାନଗଦି ବ୍ଲକ ସାଳିଜାଙ୍ଗ ପଞ୍ଚାୟତର ଗମ୍ଭାରୀ ପାଟିଆ ଗାଁରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଗମ୍ଭାରୀ ପାଟିଆ ଗାଁରେ ୪୫ ବର୍ଷୀୟ କିଶୋର ବଦରା ବିଲକୁ ଯାଇଥିଲେ ଏହା ପରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଏହାପରେ ସେ ସାପଟିକୁ ନିଜ ହାତରେ ଧରି ରାଗରେ ପାଟିରେ ଖଣ୍ଡ ଖଣ୍ଡ କରି କାମୁଡି ଚିଣ୍ଡାଇ ଦେଇଥିଲେ। ଏବଂ ସାପର ରକ୍ତ ଶୋସି ନେଇଥିଲେ। ଗାଁକୁ ଆସି ଘର ଲୋକ ଏବଂ ପରିବାର ବର୍ଗ ଏବଂ ପଡୋଶୀଙ୍କୁ ସବୁ କଥା କହିଥିଲେ। ସମ୍ପର୍କୀୟ ଏବଂ ଘର ଲୋକ ମାନେ ଡାକ୍ତର ପାଖକୁ ଯିବା ପାଇଁ ଯେତେ ବାଧ୍ୟ କରିଥିଲେ ମଧ୍ୟ ସେ ଯିବା ପାଇଁ ନାରାଜ ହୋଇଥିଲେ।

ଏହା ପରେ ସ୍ଥାନୀୟ ଏକ ଗୁଣିଆ ପାଖକୁ ଯାଇଥିଲେ, ଗୁଣିଆ ତାଙ୍କର ସବୁ ବିଷ ଝାଡ଼ି ଦେଇଥିଲେ। ତେବେ ସେ ମିଡିଆରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି, ଲାଗୁଛନ୍ତି ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହେବାର। ତେବେ ଡାକ୍ତର ପାଖକୁ ନ ଯାଇ ସେ ସାପଟିକୁ ନିଜ ଦାନ୍ତରେ କାମୁଡି ମାରିବା ଏହା ଆମ ଓଡ଼ିଶାର ପ୍ରଥମ ଘଟଣା ବୋଲି କୁହାଯାଏ। ଏହା ପୂର୍ବରୁ ମଧ୍ୟ ଆପଣ ମାନେ ଦେଖିଥିବେ ଯେ , ଅନେକ ଅନେକ କାମୁଡିଥିବା ସାପକୁ ଧରି ଡାକ୍ତର ପାଖକୁ ନେଇ ଯାଆନ୍ତି। ତେବେ ଏଭଳି ଘଟଣା ସମଗ୍ର ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆପଣ ମାନେ ଯଦି ସାପ କାମୁଡାର ଶିକାର ହେଉଛନ୍ତି, ତାହାଲେ ଆପଣ ମାନେ ଡାକ୍ତରଖାନା ଯାଆନ୍ତୁ ଚିକିତ୍ସା ପାଇଁ, କୌଣସି ଅନ୍ଧ ବିଶ୍ୱାସ ଶିକାର ହୁଅନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।