ଦେଖନ୍ତୁ ଭିଡ଼ିଓ : ଅଜବ ଷ୍ଟାଇଲରେ ହେଉଛି ପିଲା ଚୋରି, ଘରେ ଛୋଟ ଛୁଆ ଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ…

0

ଆଜିକାଲିର ସଭ୍ୟ ସମାଜରେ ଶିକ୍ଷାର ପ୍ରସାର ହେବା ଫଳରେ ଯୁଗ ବହୁତ ଆଗକୁ ଗଲାଣି। ପୂର୍ଵ ଅପେକ୍ଷା ଆଜିକାଲି ଲୋକ ମାନଙ୍କ ସବୁ କାମ ସହଜ ସାଧ୍ୟ ହୋଇଥିଲେ ମଧ୍ୟ ଅନ୍ୟାୟ ଅନୀତି ମଧ୍ୟ ସେତିକି ମାତ୍ରା ରେ ବଢି ବଢି ଚାଲିଛି। ନିଜେ ଭଲରେ ରହିବା ସେମାନେ କିଛି ବି କରିବା ପାଇଁ ପଛାଉନାହାନ୍ତି। ଯଦି ଦେଖିବା ପ୍ରତିଦିନ ଚୋରି, ଡ଼କାୟତି, ହତ୍ୟା, ରେପ ଇତ୍ୟାଦି ଦେଖିବା ପାଇଁ ମିଳୁଛି। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପିଲା ମାନେ ଭଗବାନଙ୍କ ରୂପ ହୋଇଥାନ୍ତି। ସମାଜରେ କିଛି ନିର୍ଦ୍ୱୟ ଲୋକ ପିଲା ମାନଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି। କିଛିଟା ଟଙ୍କା ପାଇଁ ମାଆ ବାପା ପାଖରୁ ପିଲାଙ୍କୁ ଚୋରି କରି ନେଉଛନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ପିଲା ଚୋରି ଖବର ଅନେକ ସମୟରେ ଦେଖିବା ପାଇଁ ପାଇଥିବେ। ବର୍ତ୍ତମାନ ସମୟରେ ଏଭଳି କିଛି ଖବର ଦେଖିବା ପାଇଁ ମିଳିଛି। ପିଲା ଚୋରି କରୁଥିବା ବେଳେ ଧରା ପଡ଼ିଛି। ତେବେ ଏହି ପିଲା ଚୋରିର ପଦ୍ଧତି ଜାଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।ସୂଚନା ଅନୁସାରେ, ସମାଜରେ ଆଜିକାଲି ବିଭିନ୍ନ ଉପାୟରେ ଭିନ୍ନ ଭିନ୍ନ ଚୋରି କରାଯାଉଛି। ସମାଜରେ ଏଭଳି ଲୋକ ମାନେ ଅଛନ୍ତି ଯେ, ଜିନିଷ ଚୋରି ଠାରୁ ଆରମ୍ଭ କରି ପିଲା ଚୋରି ପର୍ଯ୍ୟନ୍ତ କରୁଛନ୍ତି। ଜଣେ ଯୁବକ ଗୋଟିଏ ପିଲାକୁ ଲାଗେଜେ ଭିତରେ ଭର୍ତ୍ତି କରି ଚୋରି କରି ନେଇ ଯାଇ ଥିଲା।

ଯୁବକ ଜଣଙ୍କ ପିଲାକୁ ନେବା ବାଟରେ ପିଲାଟି ଖୁବ ଜୋର ସୋର ଭାବରେ କାନ୍ଦୁ ଥିଲା। ସେହି ବାଟ ଦେଇ ଯାଉ ଥିବା ଜଣେ ମହିଳା ଓ ଅନ୍ୟ ଜଣେ ଯୁବକ ପିଲାଟିର କାନ୍ଦ ଶୁଣି ଚୋରି କରି ନେଉଥିବା ଦୁର୍ବୁତ୍ତ ଚୋରକୁ ଅଟକାଇ ଦେଇଥିଲେ। ତେବେ ଚୋରକୁ ଅଟକାଇ ପଚରା ଉଚରା କରିବାରୁ ଲଗେଜେ ଭିତରେ କିଛି କପଡା ଅଛି ବୋଲି କହୁଥିଲା। କିନ୍ତୁ ମହିଳା ତାଙ୍କ କଥା ନଶୁଣି ଚୋର ସହିତ ବହୁ ସମୟ ଧରି ଯୁକ୍ତିତର୍କ କରିଥିଲେ। ତେବେ ଏହା ପରେ ଚୋର ହାତରୁ ଲଗେଜେ ଛଡାଇ ଆଣି ଦେଖନ୍ତି ଯେ, ସେଥିରେ ପିଲାଟି ଅଛି।

ଏହା ଦେଖି ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ଥିଲେ। ଏହି ଦୃଶ୍ୟକୁ ଦେଖି ସେଠାରେ ଅନେକ ଲୋକ ମାନେ ଆସି ଭିଡ଼ ଜମାଇ ଦେଇଥିଲେ। ତେବେ ସେଠାରେ ଥିବା ଲୋକ ମାନଙ୍କ ମଧ୍ୟରୁ ଏଭଳି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆପଣ ମାନେ ନିଜ ପିଲାଙ୍କୁ ସବୁବେଳ ପାଇଁ ଜଗି ରୁହନ୍ତୁ ଓ ଏକୁଟିଆ କେବେ ହେଲେ ବାହାରକୁ ଛାଡ଼ନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।