ପ୍ରଥମାଷ୍ଟମୀ ( 16 November) ଆଜିଠାରୁ ଏହି ୫ଟି ରାଶିରେ ଧନର ବର୍ଷା | ଆପଣଙ୍କ ରାଶି ଅଛିକି,

ପ୍ରଥମାଷ୍ଟମୀ ପ୍ରତ୍ୟେକ ଘରେ କିଛି ନା କିଛି ନିୟମ ପାଳନ କରା ଯାଇଥାଏ। ପ୍ରତି ଘରର ନିୟମ ଭିନ୍ନ ଭିନ୍ନ ରହିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏମିତି କିଛି ନୀତି ନିୟମ ବାବଦରେ କହିବା ପାଇଁ ଯାଉଛୁ ଯାହା ପାଳନ କରିବା ଦ୍ଵାରା ନିଜ ସନ୍ତାନର ମଙ୍ଗଳ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପ୍ରଥମାଷ୍ଟମୀରେ ଏମିତି କଣ କରିବେ ଯେଉଁଥିରେ ଆପଣଙ୍କ ପିଲାର ମଙ୍ଗଳ ହେବ।
ତେବେ ମାର୍ଗଶିର ମାସ ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହା ଯାଇଥାଏ। ଏହି ଦିନ ଘରର ପ୍ରଥମ ସନ୍ତାନ ଯିଏ ତାକୁ ବନ୍ଦାପନା କରି ନୂତନ ବସ୍ତ୍ର ପିନ୍ଧିବା ପାଇଁ ଦିଆ ଯାଇଥାଏ। ଏହି ପ୍ରଥମାଷ୍ଟମୀକୁ ପଢୁଆଁ ଅଷ୍ଟମୀ ମଧ୍ୟ କୁହା ଯାଇଥାଏ। ଏହି ଦିନ ଘରର ଜ୍ୟେଷ୍ଠ ପୁତ୍ର ବା କନ୍ୟା ପଢୁଆଁ ହୋଇଥାନ୍ତି। କେବଳ ଜ୍ୟେଷ୍ଠ ପୁତ୍ର ବା କନ୍ୟା ପଢୁଆଁ ହୋଇଥାନ୍ତି ତା ନୁହେଁ ଏହି ଦିନ ଦେବା ଦେବୀଙ୍କୁ ମଧ୍ୟ ପଢୁଆଁ କରା ଯାଇଥିଏ।
ତେବେ ପ୍ରଥମାଷ୍ଟମୀ ଦିନ ସକାଳେ ସ୍ନାନ କରି ଆପଣଙ୍କ ପିଲାଙ୍କୁ ନୂଆ ବସ୍ତ୍ର ପିନ୍ଧିବା ପାଇଁ ଦିଅନ୍ତୁ ନାହିଁ। ପ୍ରଥମେ ଆପଣ ନିଜ ଘରେ ସୂର୍ଯ୍ୟ ପୂଜା କରି ନେବେ ଯଦି ଦ୍ଵାର ଗଣେଶ ରହିଛନ୍ତି ତାଙ୍କର ମଧ୍ୟ ପୂଜା କରନ୍ତୁ। ଶ୍ରୀଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ ତେଣୁ ତାଙ୍କୁ ପୂଜା କରି ପ୍ରଥମେ ନୂତନ ବସ୍ତ୍ର ଚଢାନ୍ତୁ। ଏହାପରେ ଆପଣ ମା ବୃନ୍ଦାବତୀଙ୍କୁ ପୂଜା କରନ୍ତୁ କାରଣ ସେ ହେଉଛନ୍ତି ଗୃହ ଦେବୀ। ମା ବୃନ୍ଦାବତୀଙ୍କୁ ମଧ୍ୟ ନୂତନ ବସ୍ତ୍ର ଅର୍ପଣ କରନ୍ତୁ। ଆପଣଙ୍କ ସକ୍ଷମ ଅନୁସାରେ ଆପଣ ଚାହିଁଲେ ଗୋଟିଏ ନୂଆଁ ସୂତା ମଧ୍ୟ ଅର୍ପଣ କରି ପାରିବେ କିନ୍ତୁ ନିଶ୍ଚିତ ଭାବେ ମା ବୃନ୍ଦାବତୀଙ୍କୁ ନୂତନ ବସ୍ତ୍ର ଅର୍ପଣ କରି ନିଜ ସନ୍ତାନର ଶୁଭ ମନାସନ୍ତୁ।
ମା ବୃନ୍ଦାବତୀଙ୍କ ପୂଜା କରି ସାରିବା ପରେ ଆପଣ ନିଜ ଗୃହର ଯେଉଁ ଦେବାଦେବୀ ରହିଛନ୍ତି ସେମାନଙ୍କୁ ପୂଜା କରନ୍ତୁ।ଆଉ ଯେତେବେଳେ ଗୃହର ଦେବା ଦେବୀଙ୍କ ପୂଜା ଅର୍ଚ୍ଚନା କରିବେ ସେତେବେଳେ ଗୃହରେ ଗୋଟିଏ କଳସର ସ୍ଥାପନା କରନ୍ତୁ। ନିଜର ପୂଜା ଘରେ ଏହା କରି ପାରିବେ ନହେଲେ ନିଜ ସୁବିଧା ଅନୁଯାୟୀ ଘରର କେଉଁଠି ବି ସ୍ଥାପନା କରି ପାରିବେ। କାରଣ କଳସରେ ସବୁ ଦେବା ଦେବୀ ରହିଥାନ୍ତି ତେଣୁ ଆପଣ ଘର ଗୋବର ଓ ଗଙ୍ଗା ଜଳ ରେ ପଦିଷ୍ଠା କରି ଲୁହା କଣ୍ଟା ବିହୀନ ପିଢ଼ା ଉପରେ ଧଳା ଧାନ ଦେଇ ତା ଉପରେ କଳସକୁ ବସାଇ ପୂଜା କରନ୍ତୁ ଏହାଛଡା ଆପଣ ପାଖ ମନ୍ଦିରରେ ମଧ୍ୟ ଯାଇ ଠାକୁରଙ୍କୁ ନୂତନ ବସ୍ତ୍ର ଅର୍ପଣ କରି ପାରିବେ। ଏମିତି ଭାବେ ନୀତି ନିୟମ ପାଳନ କରି ନିଜ ସନ୍ତାନଙ୍କୁ ପଢୁଆଁ କଲେ ସନ୍ତାନର ମଙ୍ଗଳ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment