Jyotish Shastra – ଅକ୍ଷୟ ତୃତୀୟା ପୂର୍ବରୁ ଟଙ୍କାର ଗଦିରେ ବସିବେ ଏହି ୬ଟି ରାଶି, ଏଥିରେ ଆପଣଙ୍କ ରାଶି ଅଛି କି ?

0

ପ୍ରତ୍ୟେକ ମନୁଷ୍ୟ ଜୀବନରେ ସୁଖ ଦୁଃଖ ର ପ୍ରଭାବ ସର୍ବଦା ଲାଗି ରହିଥାଏ , କେତେବେଳେ ସୁଖର ପ୍ରଭାବ ରହିଥାଏ ତ ଆଉକେତେବେଳେ ଦୁଃଖ କଷ୍ଟ ଭୋଗ କରିବାକୁ ପଡିଥାଏ । ଏସବୁ ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ ଯୋଗୁଁ ହୋଇଥାଏ । କୌଣସି ବ୍ୟକ୍ତିର ଜୀବନରେ ଘଟୁଥିବା ଘଟଣା ପଛରେ ଗ୍ରହ ମାନଙ୍କର ଚଳନ ହିଁ ଦାୟୀ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଥରେ ଗ୍ରହ ର ଚଳନ ରେ ପରିବର୍ତ୍ତନ ଆସିଥାଏ । ଏଭଳି କିଛି ରାଶି ରହିଛନ୍ତି , ଯେଉଁ ମାନଙ୍କର ଅକ୍ଷୟ ତୃତୀୟା ଆଗରୁ ଗ୍ରହ ର ଚଳନରେ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହା ସହିତ ମାତା ଲକ୍ଷ୍ମୀଙ୍କ ର କୃପା ଦୃଷ୍ଟି ମଧ୍ୟ ଲାଭ ହେବାକୁ ଯାଉଛି ।

ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ରାସିର ବ୍ୟକ୍ତି ମାନଙ୍କ ଜୀବନରେ ସୁଖ ସମୃଦ୍ଦି ସ୍ଥାପନ ହେବାକୁ ଯାଉିଛି । ଦୀର୍ଘ 50 ବର୍ଷ ପରେ ଏହି ରାଶି ମାନଙ୍କର ରାଜଯୋଗ ର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ।

ସେହି ଭାଗ୍ୟଶାଳୀ ରାଶି ମାନଙ୍କର ଜୀବନରେ ବହୁତ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଯେଉଁ ବ୍ୟକ୍ତିମାନେ ଚାକିରୀ କରିଛନ୍ତି ସେମାନେ ପଦୋନ୍ନତି ହାସଲ କରିବେ । ବ୍ୟବସାୟ କରୁଥିବା ବ୍ୟକ୍ତି ମାନଙ୍କୁ ବ୍ୟବସାୟରେ ବହୁତ ଲାଭ ପ୍ରାପ୍ତି ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଯୋଗୁଁ ସେମାନଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଛି । ଏହି ରାଶି ମାନଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି , ଏହା ସହିତ ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ । ସେଥିରେ ସଫଳତା ମଧ୍ୟ ହାସଲ କରିବେ ।

ଏହି ରାଶିର ବ୍ୟକ୍ତିମାନେ ସମାଜରେ ନିଜର ପ୍ରତିଷ୍ଠା ସ୍ଥାପନ କରିବେ ଏବଂ ମାନ ସମ୍ମାନ ମଧ୍ୟ ହାସଲ କରିବେ । ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ମାତା ପିତାଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏବଂ ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନ ସାଥୀଙ୍କ ସହ ସମୟ ଅତିବାହିତ କରିବେ । ଦାମ୍ପତ୍ୟ ଜୀବନ ମଧ୍ୟ ହସଖୁସୀରେ କଟିବ , ପାରିବାରିକ ଜୀବନ ସୁଖମୟ ରହିବ । ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଧନ ହାସଲ କରିବା ନିମନ୍ତେ ବିଭିନ୍ନ ପ୍ରାକର ସୁଯୋଗ ପ୍ରାପ୍ତ ହେବ । ଏଥି ନିମନ୍ତେ ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ମିତ୍ରଙ୍କ ପୂର୍ଣ୍ଣ ସହଯୋଗ ମଧ୍ୟ ମିଳିବ ।

କୌଣସି କୋର୍ଟକୋଚେରୀ ବା ମାଲିମକର୍ଦ୍ଦମାରେ ଫସି ରହିଥିଲେ ଆପଣଙ୍କର ହିଁ ଜିତ୍ ହେବାକୁ ଯାଉଛି ଏବଂ ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଦି ହେବ । ସନ୍ତାନ ମାନଙ୍କ ଠାରୁ ଖୁସୀ ଖବର ମିଳିପାରେ ଏବଂ ବିଦ୍ୟାର୍ଥୀ ମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ । ପରିବାର ସଦସ୍ୟ ମାନଙ୍କ ସହିତ ପରିଭ୍ରମଣ କରିବାର ସୁଯୋଗ ମିଳିବ ଏବଂ ପରିବାରରେ ସୁଖଶାନ୍ତିର ବାତାବରଣ ରହିବ ।

ଏହି ରାଶିର ଥିବା ବ୍ୟକ୍ତିମାନେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଶ୍ଚିତ ଭାବରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଆକସ୍ମିକ ଭାବରେ କୌଣସି ଗୁପ୍ତ ଧନ ଲାଭ ହେବାର ମଧ୍ୟ ସମ୍ଭାବନା ରହିଛି । ଏହା ସହିତ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହେବ ଏବଂ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ । ଯାହାଫଳରେ ଏମାନେ ଭୂମି , ଗୃହ କ୍ରୟ କରିବାର ସମ୍ଭାବନା ରହିଛି । ତେବେ ବନ୍ଧୁଗଣ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି କୁମ୍ଭରାଶି , ମକରରାଶି , ସିଂହରାଶି , ମେଷରାଶି , କନ୍ୟାରାଶି ଏବଂ ତୁଳାରାଶି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।