ଅଳିଆଗଦାରୁ ଶୁଭିଲା କୁଆଁ କୁଆଁ କାନ୍ଦ, ଆଉ ଦେଖିଲା ପରେ ଯାହା ହେଲା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ସମାଜରେ ଅନେକ ପିତାମାତା ଅଛନ୍ତି ଯେଉଁ ମାନଙ୍କର ସନ୍ତାନ ନାହାଁନ୍ତି। ଏବଂ ପିଲାଟିଏ ପାଇବା ପାଇଁ କେତେ ଓଷା ବ୍ରତ କରୁଛନ୍ତି ପିତାମାତା, ବାରମ୍ବାର ଏ ଡାକ୍ତର ରୁ ସେ ଡାକ୍ତର ପାଖକୁ ଦୌଡୁଛନ୍ତି। ଅନେକ ପଇସା ଖର୍ଚ୍ଚ କଲେବି କଳ ଶୂନ୍ୟ ରହୁଛି ଅନେକ ମାଆ ବାପା ଙ୍କର, ଏହା ବ୍ୟତୀତ ଅନେକ ବାପା ମାଆ ଏପରି ଅଛନ୍ତି ପୁତ୍ର ସନ୍ତାନ ପାଇବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। ହେଲେ ଏଠି ଅଳିଆ ଗଦାରେ ଫୋପଡା ହେଉଛି ମଣିଷ ଛୁଆ ତାହା ପୁଣି ଜୀବନ୍ତ ପିଲା।

ନବରଙ୍ଗପୁର ଉମରକୋର୍ଟ ପୌରାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା, ଯାହା ଆପଣ ମାନେ ଜାଣିବା ପରେ ଆପଣ ମାନବ ସମାଜ ପ୍ରତି ଘୃଣାରେ ଛି କହିବା ପାଇଁ ଇଚ୍ଛା ହେବ। ଏଠାକାର ବିଦୁତ ବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ଶିକ୍ଷକ କଲନି ନିକଟରେ ରହିଛି ଏକ ଅଳିଆ ଗଦା, ସେହି ଅଳିଆ ଗଦାରେ ସଦ୍ୟଜାତ ଶିଶୁ ପୁତ୍ର କୁ କେହିଜଣେ ଫୋପାଡ଼ି ଦେଇ ଗଲେ, ତେବେ ଏହାର କିଛି ସମୟ ପରେ ଜଣେ ମହିଳା ସେହି ଅଳିଆ ଗଦାକୁ ଅଳିଆ ପିଙ୍ଗିବା ପାଇଁ ଆସିଥିଲେ।

ହଠାତ ତାଙ୍କୁ ଛୋଟ ପିଲାର କାନ୍ଦ ଶୁଭିଲା, ଏହା ପରେ ସେ ଦେଖିଲେ ଗୋଟିଏ ପିଲା ଏବଂ ବିଳମ୍ବ ନକରି ସମସ୍ତଙ୍କୁ ଡାକିଲେ , ସେହି ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କଲେ ମହିଳା, କଥାରେ ଅଛି ଆୟୁଷ ଯାହାର ଥିବ, ତାକୁ ଯମ ମଧ୍ୟ ନେଇପାରିବେ ନାହିଁ। ଉଦ୍ଧାର କରାଯାଇଥିବା ଶିଶୁ ପୁତ୍ରଟି ଏବେ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛି। ସ୍ୱତନ୍ତ୍ର ନବଜାତ ଶିଶୁ ବିଭଗରେ ଚିକିତ୍ସା ଚାଲିଛି, ଏହି ସଦ୍ୟଜାତ ଶିଶୁ ପୁତ୍ରଟିର ଓଜନ ୧୬୫୦ ଗ୍ରାମ , ଅଳିଆ ଗଦାରେ ପଡ଼ିଥିବାରୁ ତାଙ୍କୁ ଜନ୍ଦା ପିମ୍ପୁଡି ଆଦି କାମୁଡି ଦେଇଥିଲେ। ସେହି କାରଣରୁ ଶିଶୁଟିର ଅବସ୍ଥା ଖରାପ ହୋଇ ଯାଇଥିଲା।

ତେବେ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି, ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ CWC କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଶିଶୁ ବିଶେଷଜ୍ଞ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ମାନବ ଜାତିକୁ ଛି କହିବା ପାଇଁ ମନ ହେଉଛି। କଣ ହୋଇଗଲାଣି ଏ ସମାଜକୁ ଏଠି ଖାଲି ଅଳିଆ ଆବର୍ଜନା ନୁହେଁ କୁକୁର ମଧ୍ୟ ବୁଲୁଛି, କଣ ଏତେ ମୂଲ୍ୟହୀନ ଆମ ମଣିଷ ଜୀବନ , ଦୁନିଆ କଣ ଜାଣିବା ଆଗରୁ ଅସହ୍ୟ କଷ୍ଟ ସହିବାକୁ ଛାଡି ଦିଆ ହେଉଛି ଶିଶୁଟିକୁ, ସତରେ କିଭଳି ବାପା ମାଆ ଏମାନେ ଯଦି ଛୁଆ ଦରକାର ନାହିଁ ତାହାଲେ ଜନ୍ମ ଦେଉଛନ୍ତି କାହିଁକି।

ସଂସାର ର ମୋହ ମାୟା ଏବଂ ଲୋଭ କୁ ଜାଣିନଥିବା ଏହି ନିଷ୍ପାପ ଶିଶୁ କଣ ଭୁଲ କରିଥିଲା, ଜନ୍ମ ହେଉ ହେଉ ଏପରି ଦୁର୍ଦଶା ତାର କିମ୍ବା ଯଦି ଅନୈତିକ ସମ୍ପର୍କରେ ପିଲାଟି ଜନ୍ମ ହୋଇଛି ତାହାଲେ କଣ ତାର ଭୁଲ, ତେବେ ଦର୍ଶକ ବନ୍ଧୁ ଆପଣ ମାନେ ହିଁ ବିଚାର କରନ୍ତୁ ଏପରି କରୁଥବା ଲୋକଙ୍କୁ କଣ ଦଣ୍ଡ ଦିଆ ଯିବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।