Alike KBN Gang, ଭୁବନେଶ୍ୱର ପରେ କଟକ ରେ ସର୍ଟ ଭିଡ଼ିଓ ନାଁରେ ହାତରେ ଖଣ୍ଡା, ବନ୍ଧୁକ ଧରି ଗୁଣ୍ଡାଗିରି…ଦେଖନ୍ତୁ ଭିଡ଼ିଓ

0

ଆମ ସମାଜ ଯେତେ ଶିକ୍ଷିତ ଆଡ଼କୁ ଗତି କରୁଥିଲେ ମଧ୍ୟ ଦିନକୁ ଦିନ ବିଭିନ୍ନ ପ୍ରକାର ଅନ୍ୟାୟ, ଅନୀତି, ଅତ୍ୟାଚାର ବଢ଼ିବାରେ ଲାଗିଛି। ଯଦି ଦେଖିବା ଆମ ସମାଜରେ ଆଗାମୀ କାଲିର ଭବିଷ୍ୟତ ହେଉଛି ଯୁବଶକ୍ତି, କାରଣ ସେମାନଙ୍କ ମଧ୍ୟରେ କିଛି କରିବାର ଇଚ୍ଛା ଜାଗ୍ରତ ହୋଇଥାଏ। ସେମାନେ ମଧ୍ୟ ଚାହିଁଲେ ଆମ ସମାଜକୁ ଆହୁରି ଆଗକୁ ନେଇ ପାରିବେ କିନ୍ତୁ ବର୍ତ୍ତମାନ ସମୟରେ ଆମର ଯୁବଶକ୍ତି ମାନେ ବିଭିନ୍ନ ପ୍ରକାର ଅସାମାଜିକ ଅପରାଧିକ କାମରେ ନିୟଜିତ ହେଉଛନ୍ତି। ସେମାନଙ୍କୁ ଦେଖି ଅନ୍ୟମାନେ ମଧ୍ୟ ପ୍ରେରିତ ହୋଇ ଅସାମାଜିକ କାର୍ଯ୍ୟ କରୁଛନ୍ତି। ଆଜିକାଲିର ସୋସିଆଲ ମିଡ଼ିଆ ରେ ମଧ୍ୟ ଏହିଭଳି କାମ କରୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଡ଼ିଶାରେ ଭାଇରାଲ ହେଉଛି, ଖଣ୍ଡା, ବନ୍ଧୁକ ଧରି ପୁଣି କିଛି ଭିଡ଼ିଓ ବର୍ତ୍ତମାନ ଦେଖିବା ପାଇଁ ମିଳିଛି।

ରାଜଧାନୀ ଭୁବନେଶ୍ବରରେ KBN ଗ୍ରୁପର ଯୁବକ ମାନେ ହାତରେ ବନ୍ଧୁକ ଏବଂ ବିଭିନ୍ନ ପ୍ରକାର ମାରଣା ଅସ୍ତ୍ର ଧରି ଭିଡ଼ିଓ କରିବା। ଯାହାକି ଖୁଲମ ଖୁଲା ଅପରାଧକୁ ପ୍ରଶୟ ଦେବା ଭଳି ଘଟଣା ସାମ୍ନାକୁ ଆସିଥିଲା। ତେବେ ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ପୁଅ ମଧ୍ୟ ସାମିଲ ହୋଇଥିବାର। ସୂଚନା ମିଳିଥିଲା, କିଛି ଲୋକଙ୍କୁ ପୋଲିସ ତଦନ୍ତ କରି ବାହାର କରିଥିଲା। ଏବଂ ଅନ୍ୟ କିଛି ଯୁବକ ମାନେ ଭୁବନେଶ୍ୱର ଛାଡି ଅନ୍ୟ ସ୍ଥାନକୁ ଯାଇଲୁଚିଥିଲେ। ପୋଲିସ କର୍ମଚାରୀ ପୁଅ ମଧ୍ୟ ଫେରାର ହୋଇଥିବାର ଜଣାପଡିଥିଲା। ତେବେ ତାଙ୍କ ମାଆଙ୍କ କହିବା କଥା ଯେ ତାଙ୍କ ପୁଅର କୌଣସି ଭୁଲ ନାହିଁ। ସେ ଅନ୍ୟ ମାନଙ୍କ ସାଥିରେ ପଡି ଏମିତି କରିଛି, ଘରକୁ କୌଣସି ମାରଣା ଅସ୍ତ୍ର ଆଣିନାହିଁ କାହାଠାରୁ ମାଗିକରି କରିଛି। ତେବେ ଯାହାବି ହେଉ KBN ଗ୍ରୁପର ଅନେକକୁ ପୋଲିସ ଧରି ସାରିଲାଣି।

ତେବେ ବର୍ତ୍ତମାନ ସମୟରେ ଭୁବନେଶ୍ୱର ପରେ କଟକ ଠାରେ ଆଉ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବାର ଦେଖିବା ପାଇଁ ମିଳିଛି। ଯେଉଁଥିରେ ଜଣେ ଯୁବକ ହାତରେ ଖଣ୍ଡା ଧରି ବିଭିନ୍ନ ଅଶାଳୀନ ଭାଷା ବ୍ୟବହାର କରୁଥିବା ଦେଖିବା ପାଇଁ ମିଳିଛି। ଅନ୍ଯ ଜଣେ ଯୁବକ ସେହିପରି ହାତରେ ବନ୍ଧୁକ ଧରି ସର୍ଟ ଭିଡ଼ିଓ କରୁଥିବା ଦେଖିବା ପାଇଁ ମିଳିଛି।

ତେବେ ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହିଭଳି ଭିଡ଼ିଓ ମାଧ୍ୟମରେ ଅନ୍ୟ ଯୁବଗୋଷ୍ଠୀ ମାନେ ଅନୁପ୍ରାଣିତ ହୋଇ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରିବେ। ଆମ ଓଡିଶା କଥା ଯଦି ଦେଖିବା ଅନ୍ୟ ରାଜ୍ୟ ତୁଳନାରେ କ୍ରାଇମ ସିଟିରେ ଏକ ନମ୍ଭର ପହଁଚି ସାରିଲାଣି। ନିକଟରେ ମମିତା ମେହେର କଥା କୁହନ୍ତୁ କିଭଳି ଭାବରେ ହତ୍ୟା କରି ମାରଦିଆଗଲା। ତେବେ ଏହିଭଳି ଭାବରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଅପରାଧ ଦେଖିବା ପାଇଁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।