ଦେଖନ୍ତୁ ଭିଡ଼ିଓ – ଅନ୍ଧବିଶ୍ୱାସର ସବୁ ସୀମା ପାର କରିଗଲେ ପ୍ରିନ୍ସିପାଲ ଦମ୍ପତ୍ତି ଏବଂ ହତ୍ୟା କରିଲେ ନିଜ ଦୁଇ ଝିଅଙ୍କୁ…..

0

ପ୍ରିନ୍ସିପାଲ ଦମ୍ପତ୍ତି ଙ୍କ ପାଗଲାମୀ ସେତେବେଳେ ସରିଲା ଯେତେବେଳେ ଘରୁ ଖୁବ ଜୋର ଚିତ୍କାର ଶୁଣାଗଲା । କଣ ହେଲା କହି ପଡ଼ୋଶୀ ପହଁଚିଲା ବେଳକୁ ସବୁକିଛି ଶେଷ ହୋଇ ସାରିଥିଲା । ପ୍ରିନ୍ସିପାଲ ଦମ୍ପତ୍ତି ଦୁଇ ଯବାନ ଝିଅ ଙ୍କୁ ଜୀବନରୁ ମାରି ସାରିଥିଲେ । ଏହାପରେ ମୃତ ଦେହ ଉପରେ ଲାଲ କପଡ଼ା ଘୋଡ଼ାଇ ଦେଇଥିଲେ । ଏହି ନାଲି କପଡ଼ା ର ଅର୍ଥ କଣ ଆପଣ ଜାଣିଛନ୍ତି ?

ଏମାନେ ସମସ୍ତେ ପରସ୍ପରକୁ ଖୁବ ଭଲ ପାଉଥିଲେ । ସେମାନେ ସାଥୀରେ ଖୁବ ଖୁସିରେ ମଧ୍ୟ ଥିଲେ । କିନ୍ତୁ ଅନ୍ଧବିଶ୍ୱାସ ତାଙ୍କ ଜୀବନ ନଷ୍ଟ କରି ଦେଇଥିଲା । ଅନ୍ଧବିଶ୍ୱାସ ମଧ୍ୟରେ ସେମାନେ ସମ୍ପୁର୍ଣ୍ଣ ଭାବରେ ବୁଡ଼ି ରହିଥିଲେ ।

 

ତେବେ ଏହି ଘଟଣା ଟି ହେଉଛି ଆନ୍ଧ୍ରପ୍ରଦେଶ ର ଚିତ୍ତୋର ଜିଲ୍ଲାରେ ।ତେବେ ସେହି ଘଟଣା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ଘଟଣା ଅନୁଯାୟୀ ଅନ୍ଧବିଶ୍ୱାସ କାରଣରୁ ବାପା ମା ନିଜର ଦୁଇ ଝିଅଙ୍କୁ ଜୀବନରୁ ମାରି ଦେଇଛନ୍ତି । ଏହି ରବିବାର ରାତିରେ ମଦନାପାଲି ଅଞ୍ଚଳରେ ଏପରି ଘଟଣା ଘଟିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ଏହିକି ଯେ ଅଭିଯୁକ୍ତ ବାପା ମା ଉଭୟ ଉଚ୍ଚ ଶିକ୍ଷିତ । ମୃତ ଯୁବତୀ ଦୁଇଜଣ ମଧ୍ୟ ଉଚ୍ଚ ଶିକ୍ଷିତ । ବଡ଼ ଝିଅ ଅଲେକ୍ଷା ଯାହାଙ୍କୁ ୨୭ ବର୍ଷ । ସାନ ଝିଅ ସାଇଦିବ୍ୟା ଏବଂ ତାଙ୍କୁ ୨୨ ବର୍ଷ । ସେମାନେ ମଦନପଳେଇ ରେ ଥିବା ଶିବ ମନ୍ଦିର ନିକଟରେ ରହନ୍ତି ।

ତେବେ ଅଭିଯୋଗ ହେଉଛି ଯେ ମା ପଦ୍ମଜା ଏବଂ ବାପା ପୁରୁଷୋତ୍ତମ ନାଇଡୁ ଉଭୟ ପ୍ରିନ୍ସିପାଲ । ବଡ଼ ଝିଅ ଭୋପାଲ ରୁ ମାଷ୍ଟର ଡିଗ୍ରୀ ଏବଂ ସାନ ଝିଅ ବିବିଏ ସାରିଥିଲେ । ସେମାନେ ଲୋକଡାଉନ ସମୟରେ ଘରକୁ ଆସିଥିଲେ ।

କିନ୍ତୁ ପଡ଼ୋଶୀ ଙ୍କ କହିବା କଥା ଯେ ସେହି ସମୟରେ ପ୍ରିନ୍ସିପାଲ ଙ୍କ ଘର ଲୋକଙ୍କର ହାବଭାବ ଖୁବ ଅଜବ ଥିଲା । ରବିବାର ରାତିରେ ଘେରୁ ଚିତ୍କାର କରିବାର ଶବ୍ଦ ପାଖ ଲୋକେ ଶୁଣିବାକୁ ପାଇଥିଲେ । ମା ଦୁଇ ଝିଅଙ୍କୁ ଡମ୍ବଲ ରେ ପ୍ରହାର କରିଥିଲେ ।

ପଡ଼ୋଶୀ ଲୋକ ପୋଲିସ ରେ ଖବର ଦେବା ପରେ ପୋଲିସ ଆସି ଘରକୁ ପଶିବା ସମୟରେ ଦମ୍ପତ୍ତି ତାଙ୍କୁ ଅଟକାଇ ଥିଲେ । ମାତ୍ର ଘର ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଦେଖିଲେ ଯେ ଉଭୟ ଝିଅଙ୍କ ମୃତ ଦେହ ଉପରେ ନାଲି କପଡ଼ା ଘୋଡ଼ାଇ ଦିଆଯାଇଥିଲା । ଦୁଇ ଝିଅଙ୍କୁ ହତ୍ୟା କରିବା ସତ୍ତ୍ୱେ ବି ସେହି ଦମ୍ପତ୍ତି ଦୁହେଁ ଖୁବ ଖୁସି ଥିଲେ ଏବଂ କହୁଥିଲେ ଯେ କଳିଯୁଗ ଶେଷ ହେଲା ଏବଂ ସୋମବାର ଠାରୁ ସତ୍ୟଯୁଗ ଆରମ୍ଭ ହେବ ।

ତେଣୁ ଆଗାମୀ ସୂର୍ଯ୍ୟ ଉଇଁବା ସହିତ ଝିଅ ଦୁଇଜଣ ଚେଇଁ ଉଠିବେ । ତେବେ ଏହି ଘଟଣା ରେ ପୋଲିସ ଉଭୟ ଦମ୍ପତ୍ତି ଙ୍କୁ ଗିରଫ କରି ଦୁଇ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ସେମାନେ କଣ ପ୍ରକୃତରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ଥିଲେ କିମ୍ବା ତାଙ୍କୁ କୌଣସି ମାନସିକ ରୋଗ ଥିଲା ସେହି ସମ୍ବନ୍ଧରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।