ଆନ୍ଦୋଳନ ନାଁରେ ଦାଦାଗିରି. ଆନ୍ଦୋଳନ ରେ ଆସିଥିବା ଡ୍ରାଇଭର ମାନେ ଭାଙ୍ଗିଲେ ଅଟୋ… ଦେଖନ୍ତୁ Video

ଗତକାଲି ରାଜଧାନୀ ରେ ସୃଷ୍ଟି ହୋଇଥିଲା ଏକ ଅଭାବନୀୟ ପରିସ୍ଥିତି। ଯେଉଁଠି ଅଟୋ ଡ୍ରାଇଭର ମାନଙ୍କ ର ଧାରଣା ଯୋଗୁଁ ବନ୍ଦ ହୋଇ ଯାଇଥିଲା ଭୁବନେଶ୍ଵର। ଆଉ ଏଥିରେ ଲୋକେ କିପରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ତ ଆପଣ ଦେଖିଥିବେ। ତେବେ ସୂଚନା ଅନୁସାରେ ନିଜର ୧୧ ଦଫା ଦାବି ନେଇ ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ। ଆଉ ସେଥିପାଇଁ ଗତକାଲି ପ୍ରାୟ ଭୋର ସମୟରୁ ରାଜଧାନୀର ପ୍ରମୁଖ ରାସ୍ତା ଗୁଡ଼ିକ ଏହି ଓଡ଼ିଶା ଡ୍ରାଇଭର ମହାସଂଘର କବଜାରେ ରହିଥିଲା। ଯାହାକୁ ନେଇ ରାଜଧାନୀ ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ ସାଧାରଣ ଜନତା।

ତେବେ ସୂଚନା ଅନୁସାରେ ରାଜଧାନୀ ରେ ପାଖାପାଖି ୪ ଲକ୍ଷ ରୁ ଉର୍ଦ୍ଧ୍ବ ଡ୍ରାଇଭର ଗତକାଲି ମହଜୁଦ ଥିଲେ। ସେମାନଙ୍କ ଦାବି ପୂରଣ ନହେଲେ ସେମନେ ରାସ୍ତା ଅବରୋଧ କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ତେବେ ସେ ଯାହାବି ହେଉ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ରାଜଧାନୀରେ ଯେଉଁଭଳି ଭାବରେ ସ୍ଥିତି ଗତକାଲି ସୃଷ୍ଟି ହେଲା ଏବଂ ଟ୍ରାଫିକ ଅଚଳ ହେଲା ହେଲା ତାହା ଏକ ବିଡମ୍ବନାର ବିଷୟ ନିଶ୍ଚିତ ଭାବରେ। ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ କଥା ଯେ କାହିଁକି ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ଼କୁ ସୁବ୍ୟବସ୍ଥିତ କରିବା ପାଇଁ କୌଣସି ଏମର୍ଜେନ୍ସି ପ୍ଲାନ୍ ଆଗରୁ କରିବାରେ ପୁଲିସ ବିଫଳ ହେଲା।

ଏଥିପାଇଁ ଲୋକେ ଯେଉଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଲେ ସେଥିପାଇଁ ବାସ୍ତବରେ କିଏ ଦାୟୀ ରହିବେ? ଏହାଛଡା କାହିଁକି ରାଜ୍ଯ ରାଜଧାନୀର ବ୍ୟସ୍ତବହୁଳ ରାସ୍ତାରେ ସାଧାରଣ ଲୋକେ, ସ୍କୁଲ ଯାଉଥିବା ପିଲାମାନେ, ମହିଳା ଏତେ ହନ୍ତସନ୍ତ ହେଲେ ଏବଂ ଖରାରେ ଏତେ କଷ୍ଟ ପାଇଲେ। ଏସବୁ ପାଇଁ ପ୍ରକୃତରେ କିଏ ଦାୟୀ। ଏସବୁ ପାଇଁ କଣ ଆଗରୁ କିଛିବି ଯୋଜନା କରା ଯାଇ ନଥିଲା। ତେଣୁ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ସ୍ମାର୍ଟସିଟିର ସ୍ମାର୍ଟ ଟ୍ରାଫିକ ପୁଲିସ କଣ କରୁଥିଲା। କାଲିର ଦୃଶ୍ୟ ଏହା ସ୍ପଷ୍ଟ ବୟାନ କରୁଛି ଯେ ଟ୍ରାଫିକ ପୋଲିସ୍ ର ଦାୟିତ୍ଵ ଏବଂ ଟ୍ରାଫିକ କାର୍ଯ୍ୟକୁ ସମାଧାନ କରିବାର ଶକ୍ତି କେତେ ରହିଛି।

ଏପଟେ ଆନ୍ଦୋଳନ କରିବା ନାଆଁ ରେ ଡ୍ରାଇଭର ମହାସଂଘ ଯେଉଁଭଳି ଭାବରେ ଦାଦାଗିରି କଲେ ତାକୁ ନେଇ ମଧ୍ୟ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଅନେକ ଚର୍ଚ୍ଚା ହେଉଛି। ସେମାନେ ହାତରେ ଗୋଟିଏ ଲେଖାଏଁ ବାଡ଼ି ଧରି ଆନ୍ଦୋଳନକୁ ଓହ୍ଲାଇ ସ୍ମାର୍ଟସିଟିର ରାସ୍ତାକୁ ଏଭଳି କବଜା କରିଥିଲେ ଯେ, ରେଳଷ୍ଟେସନ ଓ ଏୟାରପୋର୍ଟକୁ ଆସୁଥିବା ଯାତ୍ରୀ ଏପରିକି ଆମ୍ବୁଲାନ୍ସ ମଧ୍ୟ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲା। ଦୀର୍ଘ ଘଣ୍ଟା ଧରି ଗାଡ଼ି ଆଗକୁ ବଢ଼ୁନଥିଲା ଏବଂ ସ୍କୁଲ ଯିବାଆସିବା କରୁଥିବା ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ବି ଏଭଳି ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment