ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଅନ୍ଯ ଭିଡିଓ ଠାରୁ ଅଲଗା ଏବଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି କିଛି ଭିଡିଓର ଦୃଶ୍ୟ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏଠାରେ ଆପଣ ପ୍ରଥମେ ଅମାନିଆ ଡ୍ରାଇଭରଙ୍କ ଜବରଦସ୍ତ ଷ୍ଟାଇଲ ର ଗାଡ଼ି ୟୁ ଟର୍ଣ୍ଣ ନେଉଥିବାର ଦୃଶ୍ୟ ଦେଖିବାକୁ ପାଇବେ। ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଆପଣ ତ ଜାଣିଛନ୍ତି ଏବେ କଡାକଡି ଭାବରେ କିପରି ଚାଲିଛି ଟ୍ରାଫିକ ଚେକିଂ। ଏଥିପାଇଁ ନିୟୋଜିତ ହୋଇଛନ୍ତି ଅନେକ ପୋଲିସ୍ କର୍ମଚାରୀ। ଲୋକଙ୍କୁ ସଚେତନ କରିବା ପାଇଁ ଅନେକ କିଛି ନିୟମ କଡାକଡି କରା ଯାଇଥିବା ବେଳେ ଏବେ ଏଥିପାଇଁ ପୋଲିସ ପକ୍ଷରୁ ଚେକିଂ ବି ଜୋରଦାର କରା ଯାଇଛି। ଟ୍ରାଫିକ ନିୟମ ଉଲ୍ଲଙ୍ଘନ କାରୀ ମାନଙ୍କୁ ଏବେ ଧରପଗଡ ଜୋର୍ କରା ଯାଉଛି।ଏହି ସମୟରେ ଅନେକ ସ୍ଥାନରୁ ଅନେକ ସମୟରେ ଭିନ୍ନ ଭିନ୍ନ ଟ୍ରାଫିକ ଉଲ୍ଲଂଘନ ର ଦୃଶ୍ୟ ସାମ୍ନାକୁ ଆସୁଛି। ଯେଉଁଠି ପୋଲିସ୍ ଉଲଙ୍ଘନ କାରୀ ଙ୍କ ପାଖରୁ ଟଙ୍କା ଆଦାୟ କରିବା ସହିତ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ଯ ଗ୍ରହଣ କରୁଛନ୍ତି।
ତେବେ ଏହି ସମୟରେ ଏକ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠି ଦେଖିବାକୁ ମିଳିଛି ଯେ ଏକ ଗାଡ଼ିରେ ଯୁବକ ଯୁବତୀ ବିନା ହେଲମେଟ ରେ ଯାଉଥିବା ବେଳେ ହଠାତ୍ ପୋଲିସକୁ ଦେଖି ଟ୍ରକ୍ ପଛରୁ ଗାଡିକୁ ବୁଲାଇ ୟୁ ଟର୍ଣ୍ଣ ନେଇ ସେଠାରୁ ପଳାଇ ଯାଉଛନ୍ତି। ଯାହା ଆଦୌ ଗ୍ରହଣୀୟ ନୁହେଁ। କାରଣ ସେତେବେଳେ ଯଦି କିଛି ଘଟିଯାଏ ସେଥିପାଇଁ କିଏ ଦାୟୀ ରହିବ। ସେହିପରି ଆଉ ଏକ ଦୃଶ୍ୟରେ ଆପଣ ଦେଖିବେ କିପରି ଭାବରେ ଟ୍ରକ୍ ଉପରେ ପାଇପ୍ ତାର ନିଆ ଯାଉଥିବା ବେଳେ ଲୋକେ ତା ଉପରେ ବସି ଯାଉଛନ୍ତି। ଯାହାକୁ ଦେଖିଲେ ଆପଣ ବି ଡରି ଯିବେ। କିନ୍ତୁ ସେମାନେ କିପରି ଏପରି ଅବସ୍ଥାରେ ଯାଉଛନ୍ତି ତାହା ସେମାନଙ୍କୁ ଜଣା।
ସେହିପରି ଆଉ ଏକ ଦୃଶ୍ୟରେ ଆପଣ ଦେଖିବାକୁ ପାଇବେ ଗୁଜୁରାଟ ର ଏକ ପୋଲ ଉପରେ ପାଣି ମାଡି ସୁଅ ଚାଲିଥିବା ବେଳେ ଏକ ଗାଡ଼ି ଏହାକୁ ପାରି କରି ଯାଉଛି ଏବଂ ଏଥିରେ ଯାତ୍ରୀ ମାନେ ବି ବହୁତ୍ ସଂଖ୍ୟାରେ ଅଛନ୍ତି। ସମସ୍ତେ କିଛି ସମୟ ପରେ ପାଣିର ସୁଅରେ ଭାସି ଯାଉଛନ୍ତି। ଯେଉଁ ଭୟାନକ ଦୃଶ୍ୟକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ବିପଦକୁ ଜାଣି ଶୁଣି ଡାକି ଆଣିବା ର ଫଳ କଣ ହୋଇପାରେ ତାହା ଆପଣ ଏହି ଭିଡିଓ ଦେଖିଲେ ବୁଝି ପାରୁଥିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।