ବାପ ରେ ! ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତିର ମୂଲ୍ୟ 4 କୋଟି ଟଙ୍କା, ଏତେ ଟଙ୍କା କୁଆଡୁ ଆଣିଲ ପଚାରିବାରୁ ଦେଲେ ଆଶ୍ଚର୍ଯ୍ୟ ଜନକ ଜବାବ….ଦେଖନ୍ତୁ ଭିଡ଼ିଓ

0

ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି , ସେହିପରି ଜଣେ ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତି 4 କୋଟି ଥିବାର ସୂଚନା ମିଳିଛି କୁହାଯାଉଛି ଏହି ସମ୍ପତ୍ତି ଦିଦିଙ୍କ ବରା ସିଙ୍ଗଡା ବିକ୍ରି ପଇସା ନା ପିଲାଙ୍କ ଅଣ୍ଡା ଛତୁଆ ପଇସା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଙ୍ଗନବାଡି ଦିଦି ଜଣକ ହେଉଛନ୍ତି କବିତା ମଥାନ ଅଟକ , ଭୁବନେଶ୍ୱର କୋରଡକଣ୍ଟାର ଅଙ୍ଗନବାଡି ଦିଦି କବିତା ମଥାନ ଙ୍କ ସମ୍ପତ୍ତି ଦେଖି ତାଜୁବ୍ ହୋଇଛି ଭିଜିଲାନ୍ସ । କୁବେର ଅଙ୍ଗନ ବାଡି ଦିଦିଙ୍କର 4 କୋଟି ସମ୍ପତ୍ତି ଠାବ ହୋଇଛି , ତାଙ୍କର ଭୁବନେଶ୍ୱର ରେ 4ଟି କୋଠା ରହିଛି । ତା ଭିତରେ ଗୋଟିଏ ଚାରି ମହଲା ଓ ଗୋଟିଏ ତିନି ମହଲା ଏବଂ ଦୁଇଟି ଦୁଇ ମୋହଲା କୋଠା ରହିଛି ।

ଭୁବନେଶ୍ୱର ରୁ 10 ଟି ଫ୍ଲଟ ସହ ମୋଟ 14 ଟି ଫ୍ଲାଟ ଠାବ ହୋଇଛି । ଜଗତସିଂହପୁର ତଳ ତଳ କୁସୁମରେ 3ଟି ଓ ବାଲିହନ୍ତାରେ ଗୋଟିଏ ଫ୍ଲଟ ମଧ୍ୟ ରହିଛି । ଗୋଟିଏ କାର , 3ଟି ଦୁଇ ଚକିଆ ଗାଡି , 2 ଲକ୍ଷ ଟଙ୍କାର ବିମା ଠାବ ହୋଇଛି । ଏହା ବ୍ୟତୀତ ଦିଦିଙ୍କ ଘରୁ 6 ଲକ୍ଷ 36 ହଜାର ମୂଲ୍ୟର 2 ଶହ 12 ଗ୍ରାମର ସୁନା ମିଳିଛି । ଆଜି ଭିଜିଲାନ୍ସର 10 ଡିଏସପି ଓ 5 ଇନ୍ସପେକ୍ଟର ରେଡ କରିଥିଲେ । ସେପଟେ ଦିଦି କହୁଛନ୍ତି ସିଙ୍ଗଡା ବିକ୍ରିକରି ରୋଜକାର କରିଛି , ଚଢଉ ସମୟରେ ଦିଦିଙ୍କ ସମ୍ପତ୍ତି ଦେଖି ତାଜୁବ୍ ହୋଇଥିଲା ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା 4 କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି , ସେ ଗୁଡାଏ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି କବିତା ।

ଗଣ ମାଧ୍ୟମକୁ ସେ ସୂଚନା ଦେଇ କହିଛନ୍ତି ମୋର ଆୟ ବହିର୍ଭୁତ ସମ୍ମତ୍ତି ନାହିଁ , ମୁଁ ମୋ ଜୀବନରେ ବହୁ କଷ୍ଟ କରି ଉପରକୁ ଉଠିଛି । ମୋ ସ୍ୱାମୀ ଜମି ବେପାର କରନ୍ତି ତାଙ୍କର ଧୂପ ଏବଂ ଫିନାଇଲ ଫେକ୍ଟ୍ରି ମଧ୍ୟ ଅଛି । ଉଭୟ ଙ୍କ କଷ୍ଟ ଅର୍ଜିତ ଧନରେ ଆମେ ଏସବୁ ସଞ୍ଚୟ କରି ପାରିଚୁ ବୋଲି କହିଛନ୍ତି କବିତା , ଲୋକମାନେ ଏହାକୁ ସହ୍ୟ ନକରି ପାରି ଏପରି ଅଭିୟୋଗ ଆଣିଥିବାର ସେ ଜଣେଇଛନ୍ତି ।

ମାତ୍ର ବର୍ତ୍ତମାନ ସମୟରେ ତାଙ୍କ ଘରୁ 4 କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବାର ଭିଜିଲାନ୍ସ କହିଛନ୍ତି । ସାମାନ୍ୟ ଅଙ୍ଗବାଡୀ ଦିଦି ହୋଇ 4 କୋଟି ଟଙ୍କାର ସମ୍ପତ୍ତି ଦେଖି ସାଧାରଣ ଲୋକ ଓ ଭିଜିଲାନ୍ସ ମଧ୍ୟ ତାଜୁବ୍ ହୋଇଯାଇଛନ୍ତି । ମାତ୍ର ଦିଦି ଏସବୁ ନିଜର କଷ୍ଟ ଅର୍ଜିତ ଧନ ବୋଲି ଦାବି କରିଛନ୍ତି , ପରବର୍ତ୍ତୀ ସମୟରେ ଏହାର ସତ୍ୟାସତ୍ୟ ଜଣା ପଡିବ ବୋଲି କୁହାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।