ଦେଖନ୍ତୁ Exclusive ଭିଡିଓ- ଶ୍ରଦ୍ଧାଞ୍ଜଳି ଙ୍କ ନାଁରେ ଆସିଲା ବଡ଼ ଖୁଲାସା ! ଅଣ୍ଟା ଦେଖାଇ ମାଗିଛି ଘଣ୍ଟା । ଆଖି ଦେଖେଇ ମାଗିଛି ଚଷମା । କଣ ସବୁ ଦେଖେଇମାଗୁଥିଲା…ଦେଖନ୍ତୁ video

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା ନେଇ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଦିନକୁ ଦିନ ଅର୍ଚ୍ଚନା ନାଗ ମାମଲାରେ ନୂଆ ନୂଆ ରୋଚକ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଦିନ ଗଡି ଚାଲିଛି କିନ୍ତୁ ସମାଧାନର ବାଟ ଫିଟୁ ନାହିଁ। ଧିରେ ଏହି ହାଇ ପ୍ରୋଫାଇଲ୍ ମାମଲାରେ ଅନେକ ଗୁମର ଖୋଲିବାରେ ଲାଗିଛି।ତେବେ ବ୍ଲାକମେଲିଂ କୁଇନ୍ ପଶା ପାଲିର ଆଉ ଏକ ଗୋଟି ଥିଲା ଶ୍ରଦ୍ଧାଞ୍ଜଳି। ତେବେ କିଏ ଏହି ଶ୍ରଦ୍ଧାଞ୍ଜଳି ତାକୁ ନେଇ ଏବେ ଚାଲିଛି ତଦନ୍ତ। ତେବେ ଶ୍ରଦ୍ଧା ଏହି ହାଇ ପ୍ରୋଫାଇଲ୍ ମାମଲାରେ ଅନେକ ଗୁମର ଖୋଲିଥିବା କୁହାଯାଉଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ତେବେ ଏହି ଯୁବତୀ ଜଣଙ୍କ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା ଯିଏକି ଅର୍ଚ୍ଚନାଙ୍କ ସହିତ ସାଙ୍ଗ ହୋଇଥଲା। ଆଉ ଅର୍ଚ୍ଚନାଙ୍କ ଖୁବ୍ ନିକଟତମ ଥିଲା ଶ୍ରଦ୍ଧା। ଆଉ ଅର୍ଚ୍ଚନା କଳା ସାମ୍ରାଜ୍ୟ ର ଅଧିକାରିଣୀ ସାଜିବ ବୋଲି ସ୍ବପ୍ନ ଦେଖି ଚାଲି ଥିଲା। ଅର୍ଚ୍ଚନା ଯେତେ ଆଗକୁ ଯିବ ଶ୍ରଦ୍ଧା ମଧ୍ୟ ସେତେ ଆଗକୁ ଯିବ ସେ ଭାବି ନେଇଥିଲା। କିନ୍ତୁ ଅର୍ଚ୍ଚନା ତାଙ୍କୁ କୁଆଡେ଼ ମୋହରା ବନାଇ ଦେଉଥିଲା। ଅର୍ଚ୍ଚନା ଆଣୁଥିଲେ କୋଟି କୋଟି ଟଙ୍କା କିନ୍ତୁ ଶ୍ରଦ୍ଧାଞ୍ଜଳୀଙ୍କୁ ଅଧିକ ଦେବା ପାଇଁ କୁଞ୍ଚିକାଞ୍ଚି ହେଉଥିଲେ।

ଆଉ ଏହି ଘଟଣା ଯେତେବେଳେ ଇଡି ହାତକୁ ଗଲା ସେତେବେଳେ ଗୋଟିଏ ପରେ ଗୋଟିଏ ସୁରାକ ଉପରେ ତଦନ୍ତ ଆରଂଭ କଲେ ସେତେବେଳେ ଇଡି ଯାଇ ପହଁଚି ଥିଲା ଶ୍ରଦ୍ଧାଞ୍ଜଳିଙ୍କ ପାଖରେ। ଆଉ ତା ପରେ ଶ୍ରଦ୍ଧା ଆସିଥିଲେ ଇଡି କାର୍ଯ୍ୟାଳୟକୁ। ଆଉ ତା ପରେ ଶ୍ରଦ୍ଧାଙ୍କୁ ନେଇ ଚର୍ଚ୍ଚା ଥମିବାରେ ନା ଧରୁନି। କାରଣ ଶ୍ରଦ୍ଧା ଅର୍ଚ୍ଚନାଙ୍କର୍ ଅତି ନିକଟତମ ଓ ଘନିଷ୍ଟ ସହଯୋଗୀ ଥିଲେ।

ଯେଉଁଠିକୁ ଅର୍ଚ୍ଚନା ଯାଇ ପାରୁ ନଥିଲେ ସେଠିକୁ ପଠାଉ ଥିଲେ ଶ୍ରଦ୍ଧାକୁ ଆଉ ଯେଉଁ ଡିଲ ଅର୍ଚ୍ଚନା କରି ପାରୁନଥିଲେ ତାକୁ ଡିଲ କରୁଥିଲେ ଶ୍ରଦ୍ଧା। ଆଉ ହୋଟେଲ ରେ ଡ଼ିଲ୍ ସମୟର ଯେଉଁ ଭିଡିଓ ଥିଲା ସେଥିରେ ଅର୍ଚ୍ଚନା ନୁହଁନ୍ତି ବରଂ ଶ୍ରଦ୍ଧା ରହିଥିଲେ। ଆଉ ଯେତେବେଳେ ଶ୍ରଦ୍ଧାଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି ସେତେବେଳେ ଶ୍ରଦ୍ଧାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ଶୁଣିବାକୁ ମିଳୁଛି।

କୁହା ଯାଉଛି ଶ୍ରଦ୍ଧା ନବମରୁ ଥିଲେ ପ୍ରେମ ପାଗେଳି ଆଉ ପ୍ରେମରେ ପଡ଼ି କାହାକୁ ଘଣ୍ଟା ମାଗୁଥିଲେ ତ କାହାକୁ ଚଷମା ମାଗୁଥିଲେ ଆଉ ଅର୍ଚ୍ଚନାଙ୍କ ସହ ମିଶିବା ପରେ କଣ କଣ ମାଗିଛନ୍ତି ତାହା ହିସାବ ବାହାରର କଥା। କିନ୍ତୁ ଶ୍ରଦ୍ଧା ପାଇଁ ଅର୍ଚ୍ଚନା କୁଆଡେ଼ ମାଲାମାଲ ହୋଇ ଯାଇଛନ୍ତି। ଏମିତି କିଛି କଥା ଏବେ ଚର୍ଚ୍ଚା ହେଉଛି ତେବେ ଦେଖିବାକୁ ବାକି ରହିଲା ପ୍ରଥମେ ସ୍ୱର ଉଠାଇ ଥିବା ଶ୍ରଦ୍ଧା କଣ ସେହି ବଡ ବଡିଆଙ୍କ ନା କହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment