ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା ! ଅନୁଭବ ଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ…ଦେଖନ୍ତୁ ଭିଡ଼ିଓ

0

ବହୁ ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଙ୍କ ମାମଲା ରେ ହେଲା ଗୁରୁତ୍ବପୂର୍ଣ୍ଣ ଶୁଣାଣି। କୋର୍ଟ ଏହି ଷ୍ଟାର ଦମ୍ପତ୍ତି ଙ୍କ ମାମଲାକୁ ଏବେ ଶେଷ କରିଥିବା ଜଣା ପଡ଼ିଛି। ତେବେ ସୂଚନା ଅନୁସାରେ ଜଣା ପଡ଼ିଛି ଯେ ହାଇକୋର୍ଟରେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରୟଦର୍ଶିନୀ ଙ୍କ ପାରିବାରିକ ବିବାଦ ମାମଲାର ଏବେ ଅନ୍ତ ଘଟିଛି। କାରଣ ଏବେ ଏହି ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ଟାଣିଛନ୍ତି ମାନ୍ୟବର ହାଇକୋର୍ଟ। ଆପଣଙ୍କୁ କହି ରଖୁଛୁ ଯେ ଏବେ ପରିବାର ଅଦାଲତ କନସିଲେସନ୍‌ କେନ୍ଦ୍ରରେ ଏହାର ଚୂଡାନ୍ତ ସ୍ଥିତିରେ ମାମଲା ରହିଥିବାରୁ ଏହି ମାମଲାକୁ ଏବେ ଶେଷ କରିଛନ୍ତି ହାଇକୋର୍ଟ।

ତେଣୁ ଏହି ଚର୍ଚ୍ଚିତ ଖବର ଉପରେ ଏବେ ହାଇକୋର୍ଟ ଙ୍କ ନିଷ୍ପତ୍ତି କୁ ନେଇ ପୁଣି ସାଧାରଣରେ ଆଲୋଚନା ହେବା ରେ ଲାଗିଛି।ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍‌ପି ତଥା ଅଭିନେତା ସ୍ବାମୀ ଅନୁଭବଙ୍କ ପାରିବାରିକ ବିବାଦ କୁ ନେଇ କୋର୍ଟ ରେ ଚାଲିଥିବା ମାମାଲା କୁ ଏବେ ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ତେବେ ଆପଣଙ୍କୁ କହି ରଖୁଛୁ ଯେ ତ୍ୱରିତ ଶୁଣାଣି ପାଇଁ ସାଂସଦ ଅନୁଭବ ଆବେଦନ କରିଥିଲେ।ପରେ ଏହାକୁ ନେଇ ଏବେ ଏହି ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।
ଏହା ସୂଚନା ଥାଉକି ବିବାହ ବିଚ୍ଛେଦ ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା କୋର୍ଟରେ ଆବେଦନ କରିଥିଲେ।

ସେହିପରି ଅନ୍ୟ ପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ପାରିବାରିକ ହିଂସା ଓ ରକ୍ଷଣାବେକ୍ଷଣ ପାଇଁ ଏହି ବାବଦକୁ ଏକ ମାମଲା ଦାୟର କରିଥିଲେ। ବର୍ଷା କଟକର ପାରିବାରିକ ଅଦାଲତରେ ଏହି ମାମଲା ଦାୟର କରିଥିଲେ। ଏହାଛଡ଼ା ବର୍ଷା ଦିଲୀ କୋର୍ଟରେ ହୋଇଥିବା ମାମଲାକୁ ଓଡ଼ିଶା ସ୍ଥାନାନ୍ତର ପାଇଁ ମଧ୍ୟ ଏକ ଆବେଦନ କରିଥିଲେ, ଯାହା ଆପଣମାନେ ହୁଏତ ଜାଣିଥିବେ। ଆଉ ଏହାପରେ ପଦକ୍ଷେପ ସ୍ଵରୂପ କୋର୍ଟ ସାଂସଦ ଅନୁଭବଙ୍କ ମାମଲାକୁ ସ୍ଥାନାନ୍ତର ମଧ୍ଯ କରିଥିଲେ । କିନ୍ତୁ ଏହାପରେ ମାମଲା ପରିଚାଳନା କରିବାରେ ବହୁତ୍ ବିଳମ୍ବ ହେଉ ଥିଲା। ଫଳସ୍ୱରୁପ ମାମଲାରେ ଏମିତି ବିଳମ୍ବ ହେଉଥିବା ନେଇ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହାପରେ କଟକ ପାରିବାରିକ ଅଦାଲତରେ ଉଭୟ ଙ୍କ ଅନୁପସ୍ଥିତି ଭିନ୍ନ ଭିନ୍ନ ତାରିଖରେ ଦେଖିବାକୁ ମିଳିଥିଲା। ଅନୁଭବ ତ ଆଉ କେବେ ବର୍ଷା ଅନୁପସ୍ଥିତ ରହୁଥିଲେ। ଏଥିପାଇଁ ଉଭୟ ପରସ୍ପରକୁ ଦୋଷ ମଧ୍ୟ ଦେଉଥିଲେ। ଆଉ ଏବେ କିନ୍ତୁ ପାରିବାରିକ ଅଦାଲତରେ ଏହାର ଶୁଣାଣି ଆରମ୍ଭ ହୋଇଯାଇଛି। ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଆପୋଷ ଆଲୋଚନା ନିମନ୍ତେ ବହୁ ଉଦ୍ୟମ ସତ୍ତ୍ୱେ ତାହା ବିଫଳ ହୋଇଛି। ଫଳରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନିଶ୍ଚିତ ହୋଇସାରିଛି ବୋଲି ଜଣା ପଡୁଛି। ଆଉ ଧାର୍ଯ୍ୟ ସମୟରେ ମାମଲାର ଶୁଣାଣି ଶେଷ କରିବାକୁ ସାସଂଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଯେଉଁ ଆବେଦନ କରା ଯାଇଥିଲା କୋର୍ଟ ଏହାର ଅନ୍ତ ଘଟାଇ ଏଭଳି ନିଷ୍ପତ୍ତି ନେଇଛନ୍ତି।