ଅନ୍ୟ ଜାତିରେ ବାହାହେଲା ଝିଅ, ୧୮ ଘଂଟା ପଡ଼ିଲା ମାଆର ଶବ…କାନ୍ଧ ଦେଲେନି ଗାଁ ଲୋକେ… ଦେଖନ୍ତୁ Video

ଆମ ସମାଜରେ ବହୁତ ପ୍ରଥା ପରମ୍ପରା ରହିଛି ଯାହାକୁ ମାନିବା ଭଲ କିନ୍ତୁ କିଛି ଏମିତି କୁପ୍ରଥା ଓ ପରମ୍ପରା ରହିଛି ଯାହା ଆମ ସମାଜରୁ ଉଠିଯିବା ବହୁତ ଭଲ ।ଆଉ ସେହି ଭିତରେ ଯାଉଛି ଜାତିପ୍ରଥା, ତେବେ କାହିଁ କୋଉ ସମୟରୁ ଏହି ଜାତି ପ୍ରଥାକୁ ଆମ ସମାଜରୁ ଦୂର କରିବା ପାଇଁ କରଟେ କେତେ ମହାନ ମନିଷୀ ମାନେ ଚେଷ୍ଟା କରି ଆସୁଛନ୍ତି କିନ୍ତୁ ମଣିଷର ମାନବିକତା ବଦଳେଇବା ଭାରି କଷ୍ଟ ।ଆଉ ଏହି ଜାତିପ୍ରଥା ପାଇଁ ଅନେକ ସମୟରେ ଆମ ସମାଜରେ ଏମିତି ସବୁ ଆମାନୁଷିକ କାର୍ଯ୍ୟ ଦେଖିବାକୁ ମିଳୁଛି ଯାହା ଜଘନ୍ୟ ଅପରାଧ ଠାରୁ କମ ନୁହେଁ ।

ତେବେ ଜାତିପ୍ରଥା ଭେଦଭାବ ଦୂର କରିବାକୁ ଯାଇ ବହୁତ କିଛି ପଦକ୍ଷେପ ଆମ ସରକାର ବି ନେଇଛନ୍ତି ତଥାପି ଏହାର କୋଉ ଗୋଟିଏ କଣିକା କୋଉଠିନା କୋଉଠି ରହି ଯାଇଛି ଏହି ସ୍ମସ୍ଯ ଭିତରେ ଆଉ ତାହାର ବର୍ବରତା ବହୁତ ସମୟରେ ଦେଖିବାକୁ ମିଳେ ।ଆଉ ଆଜି ବି ଆମେ ଏମିତି ଗୋଟିଏ ଘଟଣା ଭିଷ୍ୟରେ କହିବୁ ଯେଉଁ ଜାଗାରେ ଏହି ଜାତି ପ୍ରଥାକୁ ଏମିତି କିଛି ଦେଖିବାକୁ ମିଳିଛି କି ଯାହା କେବେ କେହି ଆଗରୁ ଦେଖି ନଥିବେ ।

ତେବେ ଏହି ଘଟଣାରେ ଆପଣ ଦେଖି ପାରିବେ ଜଣେ ମାଆ ରାତିରୁ ମରି ପଡିଛି ଆସୁ ପାଖରେ କେହି ନାହିଁ ଝିଅବି ଦୁଆର ମୁହଁରେ କାନ୍ଦୁଛି କିନ୍ତୁ ହାତ ଲଗେଇ ପାରୁ ନାହିଁ ମାଆର ଶବକୁ ।ତେବେ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଏକ କରୁଣ ଚିତ୍ର, ସେଠାରେ ଜଣେ ମହିଳାଙ୍କ ଝିଅ ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ଗାଁର ଲୋକ ମାନେ ସେହି ପରିବାରକୁ ଗାଁରୁ ବାସନ୍ଦ କରିଥିଲେ ।ଆଉ କାଲି ରାତିରୁ ମାଆ ମରିକି ପଡିଛି ଝିଅ ଏକଥା ଶୁଣି ଦୌଡ଼ି ଆସିଛି କିନ୍ତୁ ଆଉ କାନ୍ଦୁଛି ଆଉ ଶେଷରେ ଶବ ସତ୍କାର କରିବା ପାଇଁ ଯେତେ ଯାହାକୁ ସାହାଯ୍ୟ ମାଗିଲେ ବି କେହି ସାହାଯ୍ୟ କରି ନାହାନ୍ତି ।

ଶେଷରେ ଏହା ସେହି ସହରର ଗଙ୍ଗାଧର ସ୍ବେଚ୍ଛାସେବୀ ମାନଙ୍କ ପାଖରେ ପହଞ୍ଚିବା ପରେ ସେମାନେ ମୃତ ଶ୍ରୀରରକୁ ନେଇ ଶବଦାହ କରିଥିଲେ ଆଉ ଝିଅ ମାର ମୁହଁରେ ନିଆଁ ଦେଇଥିଲା ।ତେବେ ଏହି ପରି ଆମାନୁଷିକ ବ୍ୟବହାର ପଶୁ ମାନଙ୍କ ପାଖରେ ବି ଦେଖିବାକୁ ମିଳି ନଥାଏ ଆଉ ମଣିଷ ସବୁ ବୁଝି ବି ଏତେ ତଳକୁ ଖସି ଯାଉଛି ଯେ ତାହା ଭାବିବା ବି ଦୂରର କଥା ।ଛୁଆଁ ଅଛୁଆଁ ,ଜାତିପ୍ରଥା ଭେଦଭାବ କଣ ମଣିଷ ସମସ୍ତେ ସମାନ ତଥାପି ଜାତି ଭେଦଭାବ ଆଦିକୁ ଆମ ଲୋକମାନେ ଧରି ରଖିଛନ୍ତି ।ଏହା ଖୁବ ଜଲଦି ଆମ ସଂସାରରୁ ହଟାଇବା ଦରକାର ନହେଲେ କେତେବେଳେ ଏହାର କାୟା ବିସ୍ତାର ହେଇଯିବ ଜଣା ହିଁ ପଡିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment