ଅନ୍ୟ ଜାତିର ପୁଅକୁ ଭଲ ପାଇବା ପଡିଲା ମହଙ୍ଗା,ଏ ଝିଅଟିକୁ ଗାଁ ଲୋକେ ଦେଲେ ଏପରି ଦଣ୍ଡ, ଯାହା ଜାଣିଲେ ଆପଣଙ୍କ ହୃଦୟ ଥରି ଉଠିବ..

0

ପ୍ରେମ ଏକ ଏମିତି ଜିନିଷ ହୋଇଥାଏ , ଯାହାକି ଜାତି , ଧର୍ମ ଏବଂ ବର୍ଣ୍ଣ କିଛି ମଧ୍ୟ ମାନି ନଥାଏ । ବର୍ତ୍ତମାନ ସମୟରେ ଏମିତି କିଛି ଲୋକମାନେ ରହିଛନ୍ତି , ଯେଉଁମାନେ ଆଜିର ଦିନରେ ମଧ୍ୟ ଜାତି ଧର୍ମ କୁ ନେଇ ଅନେକ ପ୍ରଶ୍ନ ଉଠାଇ ଥାନ୍ତି । ଝିଅଟିଏ ନୀଚ ସମ୍ପ୍ରଦାୟର ପୁଅ କୁ ଯଦି ଭଲ ପାଇବସିଥିଏ , ତେବେ ପରିବାର ଲୋକେ ତାଙ୍କୁ ବହୁତ ନିର୍ଜାତନା ଦେଇଥାନ୍ତି ଏବଂ କେହି କେହି ତାଙ୍କୁ ଜୀବନରୁ ମଧ୍ୟ ମାରି ଦେଇଥାନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ନବଦା ଗାଁରେ , ଝିଅଟିଏ ତାର ପ୍ରେମିକ ସହ ଘରୁ ପଳାଇ ଯାଇଥିବାରୁ , ଗାଁର ଲୋକମାନେ ତାଙ୍କ ସହିତ ଏମିତି କିଛି କରିଥିଲେ , ତାହା ଜାଣିଲେ ଆପଣଙ୍କ ହୃଦୟ ଥରି ଉଠିବ । ପୋଲିସ ଏହା ବିଷୟରେ ଜାଣିବା ପରେ ମଧ୍ୟ କିଛି କରି ପାରିନଥିଲେ ।

ସୂଚନା ଅନୁସାରେ , ବିହାର ର ନବାଦା ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । ଝିଅଟି ଅଲଗା ସମୁଦାୟର ପୁଅକୁ ଭଲ ପାଉଥିଲେ କିନ୍ତୁ ପରିବାର ଲୋକମାନେ ସମାନଙ୍କ ସମ୍ପର୍କକୁ ସିକୃତି ଦେଉ ନଥିଲେ । ଏହା ପରେ ସେ ଉଭୟ ପ୍ରେମିକ ପ୍ରେମିକା ଘରୁ ପଳେଇ ଯାଇଥିଲେ , ଯେତେବେଳେ ଝିଅର ପରିବାର ଲୋକ ଓ ଗାଁର ଲୋକମାନେ ଜାଣିବାକୁ ପାଇଲେ କି ଝିଅଟି ତାର ପ୍ରେମିକ ସହିତ ପଳାଇ ଯାଇଛି । ପରିବାର ଲୋକ ଓ ଗାଁ ଲୋକମାନେ ତାକୁ ଖୋଜିଲେ , ବହୁ ସ୍ଥାନରେ ଖୋଜିବା ପରେ ତାଙ୍କୁ ସେ ଅନ୍ୟ ଏକ ଗାଁରେ ଥିବାର ଜାଣିବାକୁ ପାଇଲେ ।

ଏହାପରେ ଗାଁର ଲୋକମାନେ ତାକୁ ସେଠାରୁ ବାନ୍ଧିକି ଗାଁକୁ ଆଣିଥିଲେ । ଗାଁରେ ପଞ୍ଚାୟତ ବସିଥିଲା , ଆଉ ନିଷ୍ପତ୍ତି ମଧ୍ୟ ଶୁଣାଯାଇଥିଲା , ଯେ ଝିଅକୁ ଗଛରେ ବାନ୍ଧି ପିଟାଯିବ ବୋଲି । କିନ୍ତୁ ବିାଚର କରୁଥିବା ବ୍ୟକ୍ତି ବିଚାରରେ ଏମିତି କଣ ଭୁଲ କରିଦେଲା ଯେ , ଏହାପରେ ତାକୁ ଗାଁ ରେ ସମସ୍ତଙ୍କ ସାମ୍ନାରେ ଏକ ଗଛରେ ବାନ୍ଧି ନିସ୍ତୁକ ଭାବରେ ତା ଉପରେ ପ୍ରହାର କରିଥିଲେ । ମାରିବା ସମୟରେ ଝିଅଟି ଅନେକ ଥର ବେହୋସ ମଧ୍ୟ ହୋଇଯାଇଥିଲା

କିନ୍ତୁ ପିଟୁଥିବା ଲୋକର ହାତ ଅଟକି ନଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା କି , ଏତେ ମାଡ ଖାଇବା ପରେ ମଧ୍ୟ ଝିଅଟି ତାକୁ ହିଁ ବାହା ହେବ ବୋଲି କହିଥିଲା , ଯାହାକୁ ସେ ଭଲ ପାଉଥିଲା । କିନ୍ତୁ ଝିଅର ପରିବାର ଲୋକେ ଚାହୁଁ ନଥିଲେ ଯେ , ସେ ଅନ୍ୟ ସମୁଦାୟର ପୁଅକୁ ବାହା ହେଉ ବୋଲି । ସେଥିପାଇଁ ପରିବାର ଲୋକେ ଓ ଗାଁର କେତେକ ଲୋକମାନେ ମିଳିତ ହୋଇ ଏମିତି ଏକ ନିଷ୍ପତ୍ତି ନେଇଥିଲେ । ଯାହା ଅତ୍ୟନ୍ତ ଦୁଃଖଦାୟକ ହେବା ସହ ନିନ୍ଦନୀୟ ମଧ୍ୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।