ଦେଖନ୍ତୁ ଭିଡିଓ ! ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ( Prakruti Mishra )ପ୍ରଥମ ଥର ପାଇଁ ଷ୍ଟେଜ୍ ରେ ଗାଇଲେ ଗୀତ…ମାତ୍ର 4 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….

ସୋସିଆଲ ମିଡିଆ ଆଜିର ଦିନରେ ଲୋକଙ୍କ ପ୍ରଥମ ପସନ୍ଦ ହୋଇ ପାରିଛି। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସମୟ ବିତାଇବା ପାଇଁ ପସନ୍ଦ କରୁଛନ୍ତି। ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ ପାଇବା ମାତ୍ରେ ସମସ୍ତେ ସୋସିଆଲ ମିଡିଆରେ ନିଜ ମନ ପସନ୍ଦର ଅଭିନେତା ଅଭିନେତ୍ରୀଙ୍କ ବାବଦରେ ଜାଣିବା ପାଇଁ ଆଗ୍ରହୀ ରହିଥାନ୍ତି। ତେବେଆପଣମାନେ ଓଡ଼ିଆ ସିନେମା ଦେଖିବା ପାଇଁ ଖୁବ୍ ଭଲ ପାଉ ଥିବେ। ଏବଂ ଏହି ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣି ଥିବେ।ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି।
ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏକି ନିଜର ଦମଦାର ଅଭିନୟ ପାଇଁ କେବଳ ଓଲିଉଡ଼ରେ ନୁହେଁ ବରଂ ବଲିଉଡ୍ ରେ ମଧ୍ୟ ରାଜ କରୁଛନ୍ତି।ସେମିତି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ। ନିଜର ଅଭିନୟକୁ ପାଇଁ ପ୍ରକୃତି ମିଶ୍ର ଯେତିକି ଲୋକପ୍ରିୟ ତା ଠାରୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ।

ପ୍ରକୃତି ମିଶ୍ର ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ରଖିଥିଲେ। ପିଲା ଦିନରୁ ସେ ନିଜର ସୁନ୍ଦର୍ ଅଭିନୟକୁ ନେଇ ଖୁବ୍ ଚର୍ଚ୍ଚିତ। ଅନେକ ଧାରାବାହିକ ଓ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିବା ପ୍ରକୃତି ଏବେ ବଲିଉଡ୍ ରେ ନିଜର ସ୍ଥିତି ବଜାଇ ରଖିଛନ୍ତି। ହିନ୍ଦୀ ଧାରାବାହିକରେ ଅଭିନୟ କରି ସାରିବା ପରେ ସିନେମା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରକୃତି ମିଶ୍ର। ତେବେ ଆଗକୁ ପ୍ରକୃତିଙ୍କ ଆଗାମୀ ସିନେମା ଦ୍ରୌପଦୀ ମୁକ୍ତିଲାଭ ଅପେକ୍ଷାରେ ରହିଛି।ତେବେ ବର୍ତ୍ତମାନ ସମୟରେ ପ୍ରକୃତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।

ବର୍ତ୍ତମାନ ସମୟରେ ପ୍ରକୃତି ମିଶ୍ରଙ୍କୁ ଏକ ଷ୍ଟେଜରେ ଗୀତ ଗାଉଥିବାର ଦେଖିବାକୁ ମିଳିଛି। ପ୍ରକୃତି ଏକ ଗ୍ରୀନ କଲର୍ ଶାଢ଼ୀରେ ନଜର ଆସିଛନ୍ତି ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଷ୍ଟେଜରେ ପ୍ରକୃତି ମିଶ୍ର “ସାତ ସୁରେ ବନ୍ଧା ଏ ଜୀବନ” ଗୀତ ଗାଇଥିଲେ। ତାଙ୍କ କଣ୍ଠରୁ ଏହି ଗୀତକୁ ଶୁଣି ଉପସ୍ଥିତ ଦର୍ଶକ ମାନେ ବେସ୍ ଖୁସି ହୋଇଥିଲେ। ଏହା ସହିତ ପ୍ରକୃତି ମିଶ୍ରଙ୍କ ସହିତ ଷ୍ଟେଜରେ ଫ୍ୟାନସ୍ ମାନେ ସେଲଫି ମଧ୍ୟ ନେଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ମାନେ ମଧ୍ୟ ଏହି ଭିଡିଓକୁ ଦେଖିଲେ ନିଶ୍ଚିତ ପସନ୍ଦ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment