ଆପଣ ଜାଣନ୍ତି କି ଏହି ଭୟଙ୍କର କଥା , ଛେଳି ମାଂସ ଖାଇବା ପରେ ଭୁଲରେବି ଖାଆନ୍ତୁ ନାହିଁ ଏହି ତିନୋଟି ଜିନିଷ ! ନଚେତ ହୋଇଯିବ ଅନର୍ଥ

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।

ତେବେ ଆମେ ଆଜି ଆପଣଙ୍କୁ ସୁସ୍ଥ ରହିବା ପାଇଁ ଏକ ସୁନ୍ଦର କଥା ଟିଏ କହିବାକୁ ଚାହୁଁଛୁ ।ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ , ନିଜର ଏକ ସୁସ୍ଥ ଶରୀର ତଥା ସୁସ୍ଥ ମାନସିକତା ରଖିବା ପାଇଁ ଆପଣ ଙ୍କୁ କଣ କରିବାକୁ ପଡିଥାଏ ।

ବନ୍ଧୁଗଣ ଆଜିକାଲି ର ଲୋକମାନେ କୁକୁଡ଼ା ମାଂସ ଅପେକ୍ଷା ଛେଳି ମାଂସ ଖାଇବାକୁ ବହୁତ ପସନ୍ଦ କରନ୍ତି ।ଏହା ଆମ ପାଇଁ ସ୍ୱାଧୀସ୍ଟ ହେବା ସହ ଲାଭଦାୟକ ମଧ୍ୟ ହୋଇଥାଏ ।କିନ୍ତୁ ଛେଳି ମାଂସ ଖାଇବା ପରେ ଏମିତି କିଛି ଖାଦ୍ୟ ରହିଛି ଯାହା ଖାଇବା ଉଚିତ ହୋଇନଥାଏ ।

ଏକ ଗବେଷଣା ରୁ ଜଣାଯାଇଛି ଯେ ମଟନ ବା ଛେଳି ମାଂସ ଖାଇବା ପରେ ଏହି ୩ଟି ଜିନିଷ ଖାଇବା ଉଚିତ ନୁହେଁ। ଆଉ ଏହି ୩ଟି ଜିନିଷ ଖାଇବା ଦ୍ବାରା ଏହା ଆମ ଶରୀରରେ ବିଷ ପାଲଟିଯାଇ ଆମର କ୍ଷତି କଟିଥାଏ ।ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ।

୧.ରସୁଣ ;-

ଛେଳି ମାଂସ୍ ଖାଇବା ପରେ କେବେ ହେଲେ ରସୁଣ ସେବନ କରନ୍ତୁ ନାହିଁ। ମଟନ ଆମ ଶରୀର କୁ ଗରମ କରିଥାଏ ଏବଂ ରସୁଣ ମଧ୍ୟ ।ତେବେ ଯେତେବେଳେ ଆପଣ ଛେଳି ମାଂସ ଖାଇବା ପରେ ରସୁଣ ଖାଉଛନ୍ତି ସେତେବେଳେ ଏହା ବିଷ ରେ ପରିବର୍ତ୍ତନ ହୋଇଯାଇଥାଏ ।ଆଉ ଆମ କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ ।କେବେ କେବେ ଛେଳି ମାଂସ ପରେ ରସୁଣ ଖାଇଲେ ହୃତଘାତ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

୨.ଲେମ୍ବୁ ;-

ଯଦିଓ ଲୋକମାନେ ଯେକୌଣସି ମାଂସ ଖାଇବା ପରେ ଲେମ୍ବୁ ଖାଇବା କୁ ପସନ୍ଦ କରିଥାନ୍ତି ମାତ୍ର ଛେଳି ମାଂସ ଖାଇବା ପରେ ଲେମ୍ବୁ ଖାଇବା ଶରୀର ପ୍ରତି ହାନିକାରକ ହୋଇଥାଏ ।ଏହାକୁ ଖାଇବା ଦ୍ବାରା ଶରୀରର ତାପମାତ୍ରା ବଢିଯିବା ସହ ମୁଣ୍ଡ ବୁଲେଇ ବାନ୍ତି ହୋଇଥାଏ ।ତେଣୁ ଭୁଲରେ ବି ଛେଳି ମାଂସ ଖାଇବା ପରେ ଲେମ୍ବୁ ଖାଆନ୍ତୁ ନାହିଁ ।

୩.ମହୁ ;-

ଛେଳି ମାଂସ ବା ମୋଟନ ଖାଇବା ପରେ କେବେ ବି ମହୁ ସେବନ କରନ୍ତୁ ନାହିଁ। ମୋଟନ ଖାଇବା ପରେ ମହୁ ସେବନ କରିବା ଦ୍ୱାରା ଏଥିରେ ଥିବା ଉପାଦାନ ଗୁଡ଼ିକ ମୋଟନ ସହ ମିଶି ଶରୀରରେ ଏକ ପ୍ରକାରର ଉତାପ ସୃଷ୍ଟି କରିଥାନ୍ତି ।ଯାହାକି ଆମ ଶରୀର ପାଇଁ ହାନିକାରକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।