Exclusive : ” ଅପରାଜିତା କ୍ଷମା କରିଦେଲେ ହେଲେ ତୃପ୍ତିକୁ ଭୁଲ୍ ମାଗ୍ ବାବୁଶାନ୍ !… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଓଡିଶା ର ଲୋକପ୍ରିୟ ନାୟକ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କୁ ଗତ ୨୩ ତାରିଖ ସକାଳେ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ଗାଡି ଭିତରୁ ଟଣା ଓଟରା କରିବା ସହ ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଟଣାଓଟରା କରୁଥିବାର ଓ ମାଡ଼ ମଧ୍ୟ ମାରିଥିଲେ |ଏକ ଭିଡିଓ ଭାଇରାଲ ହୋଇଥିଲା, ତେବେ ଏହି ଘଟଣା ପରେ ଷ୍ଟାର ପରିବାର ମଧ୍ୟରେ ବିବାଦ ବଢ଼ିଥିଲା ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସଂପର୍କ ନେଇ ପାରିବାରିକ ବିବାଦ ବଢ଼ିବାରେ ଲାଗିଥିଲା | ଉଭୟ ପରିବାର ପକ୍ଷରୁ ଆରୋପ ପ୍ରତ୍ୟାରୋପ ହୋଇଥିଲା | କିନ୍ତୁ ନିଜ ନିଜ ପ୍ରତିକ୍ରିୟାରେ ଉଭୟ ବାବୁସାନ ଓ ପ୍ରକୃତି ମିଶ୍ର ଭଲ ବନ୍ଧୁ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ଏକ ଭିଡିଓ ଜାରି କରି କହିଥିଲେ |ତେବେ ଏହି ଘଟଣାକୁ ନେଇ ଖାରବେଳନଗର ଥାନାରେ ୨ଟି ମାମଲା ରୁଜୁ ହୋଉଥିବା କଥା ଜଣାପଡିଛି |

ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୮ଟା ୪୦ ମିନିଟ ସମୟରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ | ବିମାନବନ୍ଦର ତାଙ୍କୁ ଅପେକ୍ଷା କରିଥିବା ଗଣମ‌ାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କେବଳ ଏତିକି କହିଥିଲେ ଯେ ମୋତେ ମୋ ବାପା ମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ | ଏହା କହି ସେଠାରୁ ସେ ଚାଲିଆସିଥିଲେ ଓ ଆସି ଘରେ ପହଞ୍ଚିଥଲେ | ଘରେ ପହଞ୍ଚି ସେ ସର୍ବ ପ୍ରଥମେ ତାଙ୍କୁ ମା ଙ୍କୁ ଦେଖା କରି କାନ୍ଦି କାନ୍ଦି ଭୁଲ ମାଗିଥିଲେ |ତେବେ ମା ପୁଅ ଭୁଲ କୁ କ୍ଷମା କରିଦେଇଥିଲେ ଓ ବାପା ଉତ୍ତମ ମହାନ୍ତି ମଧ୍ୟ ବାବୁସାନ ଙ୍କୁ କ୍ଷମା କରିଦେଇଥିବା କଥା ଜଣା ପଡିଛି | ତେବେ ଏହି ସମସ୍ତ ଘଟଣା କୁ ଦୃଷ୍ଟି ରଖି ବାବୁସାନ ଙ୍କୁ ତାଙ୍କ ମା ଅପରାଜିତା ତୃପ୍ତି ଙ୍କ ବିଷୟରେ କିଛି ଏମିତି କହିଥିଲେ |

ତେବେ ବାବୁସାନଙ୍କ ଫେରିବା ବାଟକୁ ପତ୍ନୀ ତୃପ୍ତି ବାପା ଉତ୍ତମ ମହାନ୍ତି ଓ ମା ଅପରାଜିତା ମହାନ୍ତି ଅପେକ୍ଷା କରିଥିବା ବେଳେ ଆଜି ସେ ଅପେକ୍ଷା ଅନ୍ତ ହେଲା | କିନ୍ତୁ ପୂର୍ବରୁ ଅପରାଜିତା ମହାନ୍ତି ଗଣମାଧ୍ୟମକୁ କହିଥିଲେ ଯେ,ବାବୁସାନ ଭଲ ପିଲା ସେ ଆମ ପାଖକୁ ଖୁବ ଶୀଘ୍ର ଫେରିଆସିବ ତେଣୁ ମା ଙ୍କ କଥା ମଧ୍ୟ ସତ ହେଇଛି | ତେବେ ବାବୁସାନ ଘରକୁ ଫେରିବା ପରେ ଯେତେବେଳେ ସେ ତାଙ୍କ ମା ଙ୍କୁ କ୍ଷମା ମାଗିଥିଲେ ସେତେବେଳେ ବାବୁସାନ ଙ୍କୁ ତାଙ୍କ ମା କହିଥିଲେ ମୁଁ ତୋ ମା ତୁ ଭୁଲ କରିଲେ ମୋର ଠିକ କରିଲେ ମୋର |ତେଣୁ ତୁ ମୋତେ ଭୁଲ ନ ମାଗି ତୋ ସ୍ତ୍ରୀ ତୃପ୍ତି ଙ୍କୁ ଭୁଲ ମାଗ, କାରଣ ସେ ହେଉଛି ପର ଝିଅ ଓ ତାକୁ ବହୁତ ଦୁଃଖ ଦେଇଛୁ ତୁ ତେଣୁ ତୁ ମୋତେ ଭୁଲ ନ ମାଗି ତୋ ସ୍ତ୍ରୀ କୁ ଭୁଲ ମାଗ ବୋଲି କହିଥିଲେ ବାବୁସାନ ଙ୍କ ମା ଅପରାଜିତା ମହାନ୍ତି |

ତାହାଲେ ଏବେ ଦେଖିବାକୁ ବାକି ରହିଛି ବାବୁସାନ କେମିତି ଓ କିପରି ଭାବରେ ଭୁଲ ମାଗି ସ୍ତ୍ରୀ ତୃପ୍ତି ଙ୍କ ମନ କୁ ଜିତିପାରିବ | ତାହାଲେ ବନ୍ଧୁଗଣ ଏହା ଥିଲା ଆଜିର ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment