ଆପଣ ଜାଣନ୍ତି କି ଏହି ଅଦ୍ଭୁତ ଜାଗା ବିଷୟରେ ,ଏଠାରେ ହେଉଥିବା ଏହି ଆଶ୍ଚର୍ଯ୍ୟ ଘଟଣା ବିଷୟରେ ଜାଣିଲେ ଆପଣ ଅବାକ ହୋଇଯିବେ

0

ଆପଣ ମାନେ ଜାଣିଥିବେ ଯେ ଆମ ପୃଥିବୀରେ ଦିନକୁ ଦିନ ଏପରି ଘଟଣା ସବୁ ଘଟିଥାଏ ତାହା ବିଶ୍ୱାସ କରିବା ମଧ୍ୟ ଅସମ୍ଭବ ହୋଇଯାଏ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବିଷୟରେ ତ ଆପଣ ମାନେ ଜାଣିଥିବେ । ଏହି ଶକ୍ତି ଅନୁଯାୟୀ ଉପରକୁ କୌଣସି ବସ୍ତୁ ଫିଙ୍ଗିଲେ ତାହା ପୃଥିବୀର କେନ୍ଦ୍ର ଆଡ଼କୁ ଆକର୍ଷିତ ହୋଇଥାଏ ।

କିନ୍ତୁ ପୃଥିବୀର ଅନେକ ସ୍ଥାନରେ ଏହି ନିୟମ କାମ ନକରିବାର ମଧ୍ୟ ଦେଖା ଯାଇଛି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ସ୍ଥାନ ବିଷୟରେ କହିବୁ ଯେଉଁଠି କୌଣସି ବି ନିୟମ କାମ କରି ନଥାଏ । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଦକ୍ଷିଣ ଭାରତର ମହାବଳେଶ୍ୱରପୁରମ ରେ ୧୨୦୦ ବର୍ଷ ପୁରୁଣା ଏକ ପଥର ଏପରି ସ୍ଥିତିରେ ରହିଛି ଯେପରି ରହିଲେ କୌଣସି ବି ଜିନିଷ ତଳକୁ ଗଡ଼ି ଆସିବ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହା ସେହିପରି ସ୍ଥିର ରହିଛି । ଏହି ପଥରର ଚଉଡ଼ା ୫ ମିଟର ଏବଂ ଉଚ୍ଚତା ୨୦ ଫୁଟ ଅଟେ । ଯାହାର ଓଜନ ପ୍ରାୟ ୫୦ ଟନ ଅଟେ । ଏହା ମାଧ୍ୟାକର୍ଷଣ ବଳ ବିରୋଧରେ ୪୫ ଡିଗ୍ରୀରେ ରହିଛି ।

ଯାହା ବାସ୍ତବରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ । ସେଠାକାର ସ୍ଥାନୀୟ ଲୋକେ ତାହାକୁ ଶ୍ରୀ କୃଷ୍ଣଙ୍କ ବଟର ବଲ ମଧ୍ୟ କହନ୍ତି । LOC ର କାରଗିଲ ଠାରୁ ଅଖପାଖି ୨୦ କିଲୋମିଟର ଦୂରରେ ସଡ଼କର ଏକ ଛୋଟ ମାର୍ଗ ରହିଛି ।

ଏହି ରାସ୍ତାରେ ଏହି ମହତ୍ତ୍ୱ ରହିଛି ଯେ ଏଠାରେ ଯାନ ବାହନ ବିନା କାହାର ସାହାଯ୍ୟରେ ଚାଲିବାକୁ ଲାଗିଥାଏ ତାହା ପୁଣି ନୀଚ୍ଚ ରୁ ଉଚ୍ଚ କୁ । ଏପରି କୁହାଯାଏ ଯେ ସେହି ପାହାଡ଼ରେ ଚୁମ୍ବକ ରହିଛି ଯାହାକି ଯାନ ବାହନ କୁ ନିଜ ଦିଗକୁ ଆକର୍ଷିତ କରୁଛି । ଧୀରେ ଧୀରେ ତାହାର ବେଗ ୨୦ କିମି ଘଣ୍ଟା ପ୍ରତି ହୋଇଯାଏ ଯାହା ବାସ୍ତବରେ ରହସ୍ୟମୟ ଅଟେ ।

ନିବାଡ଼ା ର ଆରୀଜୋନା ରେ ତିଆରି ହୋଇଥିବା ଏକ ଡ୍ୟାମ ଯାହା ହୁବର ଡ୍ୟାମ ନାମରେ ପ୍ରସିଦ୍ଧ ଅଟେ । ଯଦି ଆପଣ ଉପରୁ ତଳକୁ ପାଣି ପକାଇବେ ତେବେ ତାହା ନିଶ୍ଚିତ ଭାବରେ ତଳକୁ ହିଁ ଯିବ । କିନ୍ତୁ ଏହି ଡ୍ୟାମରେ ଯଦି ଆପଣ ପାଣି ପକାଇବେ ତେବେ ପାଣି ତଳକୁ ଯିବା ପରିବର୍ତ୍ତେ ଉପରକୁ ଯାଇଥାଏ । ମାଧ୍ୟାକର୍ଷଣ ର ନିୟମ ଏଠାରେ ଲାଗୁ ହୋଇ ନଥାଏ । ଏହି କାରଣରୁ ଏହି ଡ୍ୟାମ ସୋସିଆଲ ମିଡିଆରେ ପ୍ରାୟ ଚର୍ଚ୍ଚାରେ ରହିଥାଏ ।

ମିଷ୍ଟ୍ରି ସ୍ପଟ ସେଣ୍ଟାକ୍ରୋଜ କାର୍ଲିଫର୍ଣ୍ଣିଆ ଯେଉଁ ସ୍ଥାନକୁ ଖୋଜିବା ପରେ ଏହା ଜଣା ପଡ଼ିଥିଲା ଯେ ଏଠାରେ ଏକ ଅଲଗା ଶକ୍ତି କାର୍ଯ୍ୟ କରୁଛି । ସେମାନଙ୍କ ଅନୁଯାୟୀ ଏଠାରେ କାମ କରୁଥିବା ଗୁରୁତକର୍ଷଣ ବଳରେ ପରିବର୍ତ୍ତନ ଦେଖା ଦେଇଥାଏ । ଏହି ସ୍ଥାନକୁ ଗଲେ ଆପଣ ଏକ ଏଙ୍ଗଲ ରେ ନପଡ଼ି ଛିଡ଼ା ହୋଇ ପାରିବେ । ପୁଣି ଏହି ସ୍ଥାନରେ ପାଣି ତଳକୁ ନବୋହି ଉପରକୁ ଯାଇଥାଏ । ଯାହା ବାସ୍ତବରେ ଏକ ରହସ୍ୟମୟ ଘଟଣା ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।