ଆପଣଙ୍କ ରୋଷେଇ ଘରେ ଏମିତି ଏକ ସାମଗ୍ରୀ ରହିଛି ଯାହା ଆପଣଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ। ହଁ ଆଜ୍ଞା ମୁଠାଏ ସୋରିଷ ଆପଣଙ୍କୁ କୋଟିପତି କରିଦେଇ ପାରେ। ଆମେ ଆଜି ଆପଣଙ୍କୁ ସୋରିଷକୁ ନେଇ କିଛି ସରଳ ଓ ଚମତ୍କାରୀ ଉପାୟମାନ ବାତାଇବୁ। ଯାହା ଆପଣଙ୍କ ଜୀବନର ଅନେକ ସମସ୍ୟା ଦୂର କରିବା ସହିତ ଘରକୁ ସୁଖ ସମୃଦ୍ଧି ନେଇ ଆସିଥାଏ। ତେବେ ଆସନ୍ତୁ ଜାଣିନେବା ସୋରିଷକୁ ନେଇ କିଛି ସରଳ ଓ ଚମତ୍କାରୀ ଉପାୟମାନ ବିଷୟରେ।
୧.ଯଦି ପରିବାରରେ କେହି ବ୍ୟକ୍ତି ସର୍ବଦା ବିରକ୍ତ ହେଉଥାନ୍ତି ସର୍ବଦା କ୍ରୋଧ କରୁଥାନ୍ତି କି ଆପଣଙ୍କ ଘରେ କୌଣସି ଛୋଟ ପିଲାମାନଙ୍କର ସ୍ୱାସ୍ଥ୍ୟ ସର୍ବଦା ଖରାପ ରହୁଥାଏ ତେବେ ବାମ ହାତରେ ୭ଟି ସୋରିଷ ରଖନ୍ତୁ ଏବଂ ତାହା ଉପରେ ଚିମୁଟାଏ ଲୁଣ ରଖି ଗୋଟିଏ କିମ୍ବା ଦୁଇଟି ନାଲି ରଙ୍ଗର ଶୁଖିଲା ଲଙ୍କା ରଖନ୍ତୁ ଏବଂ ତାହାକୁ ଏକତ୍ର ମୁଠିରେ ଧରି ସେହି ପିଲାର ମୁଣ୍ଡ ଉପରେ ୭ ଫେରା ଘୁରାଇ ନିଅନ୍ତୁ।ଏହାପରେ ଏହି ସମସ୍ତ ସାମଗ୍ରୀକୁ ତୁରନ୍ତ ନେଇ ଜଳନ୍ତା ନିଆଁରେ ପକାଇ ଦିଅନ୍ତୁ। ଏହା ଦ୍ବାରା ସବୁପ୍ରକାର ନକାରାତ୍ମକ ଶକ୍ତି ପାଖରୁ ମୁକ୍ତି ମିଳିଥାଏ।
୨.ଯଦି ଆପଣଙ୍କର କୌଣସି କାମ ଅନେକ ଦିନରୁ ଅଟକି ରହିଥାଏ ଆଗକୁ ବଢି ପାରୁ ନଥାଏ ତେବେ ଗୁରୁବାର ଦିନ ଯାହାକୁ ବି ହେଉ କିଛି ସୋରିଷ ଦାନ କରନ୍ତୁ। ଦେଖିବେ ସେହି ଅଟକି ରହିଥିବା କାର୍ଯ୍ୟ ପୁଣି ଥରେ ଚାଲିବାକୁ ଲାଗିବ ଏବଂ ଜୀବନରେ ଉନ୍ନତି ମଧ୍ୟ ଦେଖାଦେବ।
୩.ଯଦି ଆପଣଙ୍କର ଶନି ମହାଦଶା ଚାଲୁଥାଏ ଆର୍ଥିକ ସଂକଟରେ ଗତି କରୁଥାନ୍ତି ତେବେ ପ୍ରତି ଶନିବାର ଦିନ ମୁଠାଏ ସୋରିଷକୁ ନେଇ କୌଣସି ନଦୀ କିମ୍ବା ଜଳ ସ୍ରୋତରେ ତାହାକୁ ପ୍ରବାହିତ କରି ଦିଅନ୍ତୁ। ଦେଖିବେ ଖୁବଶୀଘ୍ର ଆପଣଙ୍କୁ ଶନିଦୋଷାରୁ ମୁକ୍ତି ମିଳିଯିବ ଏବଂ ସମସ୍ତ ପ୍ରକାରର ଧନର ଅସୁବିଧା ଦୂର ହୋଇଯିବ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବାକୁ ଲାଗିବ।
୪.ଯଦି ଆପଣ ଦିନକୁ ଦିନ ଦରିଦ୍ରତା ଆଡ଼କୁ ଗତି କରୁଛନ୍ତି ଧନର ଅଭାବ ବଢି ଚାଲୁଛି ଦୁଃଖର ବୋଝ ଭାରି ହେଉଛି କରଜରେ ବୁଡି ରହିଛନ୍ତି ତେବେ ଏକ କପଡ଼ାରେ ମୁଠାଏ ସୋରିଷ ରଖିଦିଅନ୍ତୁ ଏବଂ ତାହା ଉପରେ କିଛି ଧାନ କିଛି ମୁଗ କିଛି ଗହମ କିଛି ମାଣ୍ଡିଆ ଏବଂ କିଛି କଳା ରାଶିକୁ ରଖି ତାହାକୁ ଏକତ୍ର ବାନ୍ଧି ଏକ ପୁଟୁଳି ପ୍ରସ୍ତୁତ କରନ୍ତୁ। ଆପଣଙ୍କ ଘରେ ଯେତିକି କୋଠରୀ ଅଛି ଆପଣ ସେତିକି କୋଠରୀ ପାଇଁ ଅଲଗା ଅଲଗା ପୁଟୁଳି ପ୍ରସ୍ତୁତ କରି ପାରିବେ।ଏବଂ ତାହାକୁ ନେଇ ପ୍ରତି କୋଠରୀରେ ଗୋଟିଏ ଗୋଟିଏ ପୁଟୁଳି ଉତ୍ତର କିମ୍ବା ପୂର୍ବ କିମ୍ବା ଉତ୍ତର-ପୂର୍ବ ବା ଐଶ୍ଵନ୍ୟ କୋଣରେ ରଖି ଦିଅନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କ ସମସ୍ତ ଧନ ଜନିତ ସମସ୍ୟା ଦୂରେଇ ଯାଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
