ଅପରାଜିତା ଷଡ଼ଙ୍ଗୀ ଆରମ୍ଭ କଲେ ” ସମର୍ଥ ” ଟ୍ରଷ୍ଟ ।। ମାଗଣା ରେ ପିଲାଙ୍କୁ ପଢ଼ାଇବେ ପାଠ, ଅପରାଜିତା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ…

0

ଆପଣ ମାନେ ନିଶ୍ଚିତ ଭାବରେ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଜାଣିଥିବେ । ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ତରଫରୁ ଲୋକସଭା ସାଂସଦ ର କାର୍ଯ୍ୟରତ ଅଛନ୍ତି । ତେବେ ଅପରାଜିତା ଷଡ଼ଙ୍ଗୀ ସବୁବେଳେ ନିଜର କାମ ପାଇଁ ଚର୍ଚ୍ଚା ରେ ଥାଆନ୍ତି । ତେବେ ସେ ସାଂସଦ ଭାବେ ନିର୍ବାଚିତ ହେବା ପରେ ସାଧାରଣ ଜନତା ଙ୍କ ସହିତ ଅତି ନିଜର ଭାବେ ମିଶି ଯାଆନ୍ତି। ଲୋକ ମାନଙ୍କ ସହିତ ତାଙ୍କର ସବୁବେଳେ ଭଲ ସମ୍ପର୍କ ।ତେବେ ତାଙ୍କର ଏହି ଗୁଣ ପାଇଁ ତାଙ୍କୁ ଲୋକ ମାନେ ଖୁବ୍ ପସନ୍ଦ ମଧ୍ୟ କରନ୍ତି । ତେବେ ବର୍ତ୍ତମାନ ସେ ପୁଣି ନିଜର ଏକ ସମାଜସେବୀ କାର୍ଯ୍ୟ ପାଇଁ ଚର୍ଚ୍ଚା କୁ ଆସିଛନ୍ତି।

ତେବେ ବୁଦ୍ଧିଜୀବୀ, ବୃତ୍ତିଧାରୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ଅନୁରୋଧ ରକ୍ଷାକରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସମର୍ଥ ନାମରେ ଏକ ଟ୍ରଷ୍ଟ ଆରମ୍ଭ କରିଛନ୍ତି। ଯେଉଁ ଟ୍ରଷ୍ଟ ମାଧ୍ୟମରେ ବସ୍ତି ଅଞ୍ଚଳ ଓ ଅନ୍ୟ ଅଞ୍ଚଳରେ ୫୦ଟି ଶିକ୍ଷାନୁଷ୍ଠାନ ଆରମ୍ଭ ହେବ।ତେବେ ଏହି ଟ୍ରଷ୍ଟ ରେ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆ ଯିବ ବୋଲି ସେ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି ।ତେବେ ଏହି ଟ୍ରଷ୍ଟ ଦ୍ବାରା ଭୁବନେଶ୍ୱର ଉତ୍ତର, ମଧ୍ୟ, ଏକାମ୍ର ତିନିଟି ନିର୍ବାଚନମଣ୍ଡଳୀ ଭିତରେ ଥିବା ପାର୍କରେ ମାଗଣା ଯୋଗ ଶିବିର ମଧ୍ୟ ଆରମ୍ଭ ହେବ।

ତେବେ ଅନାଥ ପିଲା ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାର ଲକ୍ଷ ମଧ୍ୟ ରହିଛି।ଏହା ସହିତ ବରିଷ୍ଠ ମାନଙ୍କ ପାଇଁ ବିଭିନ୍ନ ସ୍ଥାନ ରେ ପ୍ରବଚନ ଦେବାର ସୁବିଧା ମଧ୍ୟ କରାଯିବ । ବିଭିନ୍ନ ପ୍ରକାର ସେମିନାର ସହିତ ଆଲୋଚନା ଚକ୍ର ଆରମ୍ଭ ମଧ୍ୟ କରାଯିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ଏହି ପରିପେଖି ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ସମାଜ ର ବିକାଶ ଓ ଉନ୍ମେଷ ପାଇଁ ସମର୍ଥ କାର୍ଯ୍ୟ ଆରମ୍ଭ କରାଯିବ।

ତେବେ ୧୫ ସେପ୍ଟେମ୍ବର ୨୦୧୮ ରେ ସେ ଏହି ଅପରାଜିତା ଷଡ଼ଙ୍ଗୀ ନିଜ କଲେକ୍ଟର ପଦବୀ ରୁ ଇସ୍ତଫା ଦେଇଥିଲେ ଓ ରାଜନୀତି ରେ ପାଦ ଦେବା ପାଇଁ ମନ ବଳାଇ ଥିଲେ ଓ ଲୋକ ମାନଙ୍କ ସେବା କରିବା ପାଇଁ ଇଚ୍ଛା କରିଥିଲେ । ତେବେ ସେ ୨୦୧୯ ମସିହା ରେ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରତ୍ୟେକ୍ଷ ନିର୍ବାଚନ ଲଢିଥିଲେ ଭୁବନେଶ୍ୱର ଲୋକସଭା ଆସନ ରୁ ଓ ନିର୍ବାଚନ ରେ ବିଜୟ ଲାଭ କରି ସାଂସଦ ଭାବେ ପାର୍ଲ୍ୟାମେଣ୍ଟ ରେ ଯୋଗ ଦେଇଥିଲେ । ଓ ରାଜନୀତି ରେ ନିଜ କ୍ୟାରିୟର ରେ ଆରମ୍ଭ କରିଥିଲେ ।

ତେବେ ସେ ୨୦୧୮ ମସିହା ରେ ନରେନ୍ଦ୍ର ମୋଦି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ରାଜନୀତି କୁ ଆସି ଲୋକ ମାନଂକ ସେବା କରିବା ପାଇଁ ମନ ବଳାଇ ଥିଲେ । ତେବେ ଆଜି ଯାଏ ସେ ନିଜର ଦାୟିତ୍ଵ କୁ ଭଲ ଭାବରେ ତୁଲାଇ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।