କୋର୍ଟରେ ହାଜର ପରେ ଅର୍ଚ୍ଚନା ନାଗଙ୍କ ବଡ ବୟାନ। ଗଣ ମାଧ୍ୟମ ସାମ୍ନାରେ ଅର୍ଚ୍ଚନା ନାଗଙ୍କ ପ୍ରତିକ୍ରିୟା। ତଦନ୍ତ ହେଲେ ବାହାରିବ ସତ।ଶୋ କଲଡ୍ ଭିକଟିମ୍ କେଉଁଠି ଲୁଛି ଛନ୍ତି? ଗଣ ମାଧ୍ୟମକୁ ପ୍ରଶ୍ନ କଲେ ଅର୍ଚ୍ଚନା ନାଗ। ଆଖି ପାଟି ବନ୍ଦ କରି ମାତେ କୋର୍ଟ କୁ ଅଣା ଯାଇଛି। ହଁ ଆଜ୍ଞା କୋର୍ଟକୁ ଅର୍ଚ୍ଚନାଙ୍କୁ ଆଣିବା ପରେ ଗଣ ମାଧ୍ୟମ ସାମ୍ନାରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବ୍ଲାକ୍ ମେଲିଂ କୁଇନ ଅର୍ଚ୍ଚନା ନାଗ।
ତେବେ କିଛି ସମୟ ପୂର୍ବରୁ ସିଧା ସଳଖ ଭାବରେ ଝାଡପଡ଼ା ଜେଲ୍ ରୁ ଆସି ଏଡିଜିଏମ କୋର୍ଟରେ ପହଁଚି ଥିଲେ ଅର୍ଚ୍ଚନା ନାଗ। କାରଣ ପାଞ୍ଚ ତାରିଖ ଦିନ ଧାର୍ଯ୍ୟ କରା ଯାଇଥିଲା ଯେ ପାଞ୍ଚ ତାରିଖ ସେ ସିଧା ସଳଖ ଯାଇ ପାହିଁଚିବେ କୋର୍ଟ ରେ ଆଉ ଇଡି ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ଯେହେତୁ ସମୟ ମିଳି ନଥିଲା ଅର୍ଚ୍ଚନା ନାଗ ପୁଣି ଥରେ କୋର୍ଟରୁ ସିଧା ସଳଖ ବାହାରିଥିଲେ ଝାଡପଡ଼ା ଜେଲକୁ ଯାଇଛନ୍ତି ଆଉ ତା ଭିତରେ ସେ ଗଣ ମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କି ସେ ଶ୍ରଦ୍ଧାଞ୍ଜଳିକୁ ଜାଣିଛନ୍ତି କିନ୍ତୁ ଖାଲି ଶ୍ରଦ୍ଧାଞ୍ଜଳିଙ୍କୁ ଦୋଷ ହେବ ନାହିଁ ଏହି ରାକେଟରେ ଆଉ ଯେଉଁ ମାନେ ସଂପୃକ୍ତି ରହିଛନ୍ତି ସେମାନଙ୍କୁ କାହିଁକି ଧରା ଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବ୍ଲାକ୍ ମେଲିଂ କୁଇନ ଅର୍ଚ୍ଚନା ନାଗ।
ଅର୍ଚ୍ଚନା କହିଛନ୍ତ କି ତଦନ୍ତ କରା ଗଲେ ପ୍ରକୃତ ସତ ଜଣା ପଡ଼ିବ। ଅର୍ଚ୍ଚନା କହିଛନ୍ତି କି ମୋ ଆଖି ପାଟି ବନ୍ଧା ଯାଇ ମୋତେ ନିଆ ଯାଇ ଥିଲା କୋର୍ଟ ଭିତରକୁ।ତାଙ୍କୁ କୋର୍ଟ ନିଆ ଯାଉଛି ବୋଲି ତାଙ୍କୁ ଜଣା ମଧ୍ୟ ଯାଇ ନଥିଲା। ଏକଥା ମଧ୍ୟ ସେ କହିଛନ୍ତି ଯେ ଶୋ କଲଡ ଭିକ୍ଟମ ମାନେ କାହିଁକି ସାମ୍ନାକୁ ଆସୁ ନାହାଁନ୍ତି ଯଦି ମୁଁ ତାଙ୍କ ପ୍ରତି ଅନ୍ୟାୟ କରିଛି।
ସେହିଭଳି ତାଙ୍କ ପରିବାରକୁ ନଜର ବନ୍ଦୀ କରାଯାଇଥିବା ବେଳ ୬ ଦିନ କଣ ହୋଇଛି କିଛି ଜାଣିପାରିନଥିବା କହିଛନ୍ତି ଅର୍ଚ୍ଚନା ।ଆପଣ ମାନେ ଏମିତି କାହିଁକି କରୁଛନ୍ତି ବୋଲି ଗଣ ମାଧ୍ୟମକୁ ମଧ୍ୟ ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା ନାଗ। ପୂର୍ବ ପରି ଏଥର ମଧ୍ୟ ଗଣ ମାଧ୍ୟମକୁ ଟାର୍ଗେଟ କରିଛନ୍ତି ଅର୍ଚ୍ଚନା।ଏମିତି ଅନେକ କଥା କହିଛନ୍ତି ବ୍ଲାକ୍ ମେଲିଂ କୁଇନ ଅର୍ଚ୍ଚନା ନାଗ।ତେବେ ଅର୍ଚ୍ଚନା ଏପରି କାହିଁକି କହିଛନ୍ତି ନିଜ ଦୋଷ ଘୋଡାଇବାକୁ ଏପରି କହିଛନ୍ତି ନା ଏଥିରେ ସଂପୃକ୍ତି ରହିଥିବା ଅନ୍ୟ ଗୁମର ଖୋଲିବାକୁ ଚାହୁଁଛନ୍ତି ଅର୍ଚ୍ଚନା ତାକୁ ନେଇ ପ୍ରଶ୍ନ ଉଠୁଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।