Indian Idol 12: ଶୋ’ର ବିଜେତା Arunita Kanjilal ଙ୍କ Lifestyle, ମାସକୁ Income, ଘର, ପରିବାର ବିଷୟରେ ଜାଣିଲେ ହେବେ ତାଯୁବ…

ଆପଣମାନେ ଜାଣିଛନ୍ତି ନିକଟରେ ଏବେ ସୋନି ଟିଭିରେ ପ୍ରସାରିତ ଗୀତ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ୧୨ ର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି। ଆଉ ଏହି ଇଣ୍ଡିଆନ ଆଇଡଲ୍ ସିଜିନ ୧୨ କୁ ଜିତି ନେଇଛନ୍ତି ଉତ୍ତରାଖଣ୍ଡର ବାସିନ୍ଦା ଗାୟକ ପବନଦୀପ ରାଜନ। ଯିଏକି ଏଥିପାଇଁ ଏବେ ବେଶ୍ ଚର୍ଚ୍ଚାରେ। କିନ୍ତୁ ଏହି ଶୋ ରେ ଜଣେ ଦକ୍ଷ ଏବଂ ବଳିଷ୍ଠ ପ୍ରତିଯୋଗୀ ଭାବରେ ଅରୁନିତା କାଞ୍ଜିଲାଲ ତାଙ୍କର ସ୍ୱରର ଜଲୱା ରେ ବହୁତ୍ ଲୋକପ୍ରିୟ ଏବଂ ପ୍ରଶଂସନୀୟ ହୋଇ ପାରିଛନ୍ତି। ଏହି ଶୋ’ରେ ତାଙ୍କର ଗୀତ ଗାଇବା ଶୈଳୀ ଏବଂ ସ୍ୱର ସମସ୍ତଙ୍କ ହୃଦୟକୁ ଛୁଇଁଛି।

ଇଣ୍ଡିଆନ ଆଇଡଲର ଗ୍ରାଣ୍ଡ ଫାଇନାଲ ୧୨ ଘଣ୍ଟା ଧରି ଚାଲିଥିଲା ବେଳେ ଏଥର ଫାଇନାଲ ରେସରେ ସ୍ଥାନ ପାଇବା ପାଇଁ ପ୍ରତିଯୋଗୀ ମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା।ତେବେ ୧୫ ଅଗଷ୍ଟରେ ହୋଇଥିବା ଇଣ୍ଡିଆନ ଆଇଡଲର ଫାଇନାଲ ରେ ଏହାର ଦ୍ୱାଦଶ ବିଜେତା ଭାବେ ପୱନଦିପ ସମ୍ମାନ ଗ୍ରହଣ କରିଥିବା ବେଳେ ଅରୁନିତା ଦ୍ବିତୀୟ ସ୍ଥାନରେ ରହିଥିଲେ। ତେବେ ଏତେ ଅଳ୍ପ ବୟସରୁ ନିଜର ସଙ୍ଗୀତର ଯାଦୁରେ ଦେଶବାସୀ ଙ୍କୁ ଆକର୍ଷିତ କରି ପାରିଥିବା ଏହି ଗାୟିକା ଅରୁନିତା କାଞ୍ଜିଲାଲଙ୍କ ଜୀବନଶୈଳୀ ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା।

ଜୀବନୀ– ଅରୁନିତା ଙ୍କ ନିକ ନାମ ଅରୁ ଅଟେ। ତାଙ୍କର ଜନ୍ମ ୬ ଡିସେମ୍ବର ୨୦୦୩ ମସିହାରେ ୱେଷ୍ଟ ବେଙ୍ଗଲ ର କୋଲକାତା ରେ ହୋଇଥିଲା। ଏବେ ତାଙ୍କର ବୟସ ୧୮ ବର୍ଷ।

କ୍ୟାରିଅର- ସେ ପିଲାବେଳୁ ସଙ୍ଗୀତକୁ ବେଶ ଭଲ ପାଉଥିଲେ। ତେଣୁ ୪ ବର୍ଷ ବୟସରୁ ସେ କ୍ଲାସିକାଲ ସଙ୍ଗୀତ ର ତାଲିମ ନେଉଥିଲେ।ପରେ ସଙ୍ଗୀତ ଶିକ୍ଷା ପାଇଁ ସେ ପୁନେ ଯାଇଥିଲେ।

ଘର ଏବଂ ପରିବାର- କୋଲକାତା ରେ ଜନ୍ମିତ ଅରୁନିତା ଙ୍କ ବାପାଙ୍କ ନାମ ଅବନୀ ଭୂଷଣ କାଞ୍ଜିଲାଲ୍ ଏବଂ ମାଆ ସର୍ଭାନି କାଂଜିଲାଲ।

ପାଇଥିବା ଆୱାର୍ଡ଼ ଏବଂ ସଫଳତା- ୨୦୧୫ ମସିହାରେ ସାରେଗାମାପା ରିଏଲିଟି ଶୋ ରେ ଅଂଶଗ୍ରହଣ କରି ସେ ଏହାର ଟ୍ରଫି ଜିତିଥିଲେ।

ଶିକ୍ଷା- ଅରୁନିତା ତାଙ୍କର ସ୍କୁଲ ଶିକ୍ଷା ସେଣ୍ଟ ଜାଭିୟର୍ସ ସ୍କୁଲ କୋଲକାତା ରେ ପୂର୍ଣ୍ଣ କରିଛନ୍ତି।ସେ ସ୍କୁଲ ରେ ହେଉଥିବା ପ୍ରତିଯୋଗିତା ମାନଙ୍କରେ ମଧ୍ୟ ଅଂଶଗ୍ରହଣ କରି ଆୱାର୍ଡ଼ ପାଇଛନ୍ତି।

ରୋଜଗାର- ଅରୁନିତା ଗୋଟିଏ ଗୀତ ଗାଇବା ପାଇଁ ୧ ଲକ୍ଷ ଟଙ୍କା ନେଇଥାନ୍ତି ଏବଂ ଏକ ଶୋ ପାଇଁ ସେ ୩ ଲକ୍ଷ ଟଙ୍କା ଚାର୍ଜ
କରିଥାନ୍ତି।

ମୋଟ ସମ୍ପତ୍ତି- ୨୦୨୧ ସୁଦ୍ଧା ତାଙ୍କର ୫ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ପାଖରେ ଏକ ଟାଟା ନିନୋ କାର୍ ଯାହାର ଦାମ୍ ୩ ଲକ୍ଷ ଟଙ୍କା। ଏହାଛଡ଼ା ତାଙ୍କ ପାଖରେ ଏକ ଟାଟା ନେକ୍ସନ୍ ର କାର ରହିଛି, ଯାହାର ଦାମ୍ ୭ ଲକ୍ଷ ଟଙ୍କା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment