ବର୍ତ୍ତମାନ ଆଜିକାଲି ଦୁନିଆରେ ବହୁ ମାତ୍ରାରେ ଅନ୍ୟାୟ ଓ ଅପରାଧିକ କାର୍ଯ୍ୟ ଦେଖିବାକୁ ମିଳୁଛି। ସବୁ ଠାରୁ ବଡ଼ ବଡ଼ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖି ବାକୁ ମିଳିଥାଏ। ସେମାନଙ୍କ କାହାକୁ ବି ମନରେ ଭୟ ରଖୁ ନଥାନ୍ତି, ଏଥି ସହ କାହାରିକୁ ମଧ୍ୟ ଖାତିର କରି ନଥାଆନ୍ତି ଓ ସେମାନେ ଭାବି ନେଇ ଥାଆନ୍ତି ଯେ, ଯେମିତି ଆଇନ ତାଙ୍କ ହାତ ମୁଠାରେ ରହିଛି। ବେଳେ ବେଳେ ସେଲିବ୍ରେଟି ବା ତାଙ୍କ ପରିବାରର ସଦସ୍ୟ ମାନେ ମଧ୍ୟ ଏଭଳି କାର୍ଯ୍ୟ ଲିପ୍ତ ରହି ଥିବାର ଦେଖିବାକୁ ମିଳୁଛି। ଯେଉଁ ମାନେ ଏଭଳି କାର୍ଯ୍ୟ କରନ୍ତି ସେମାନଙ୍କୁ ଉଚିତ ଦଣ୍ଡ ମଧ୍ୟ ଦିଆ ଯାଇଥାଏ। ଏଭଳି ଖବର ସୋସିଆଲ ମିଡିଆରେ ଦେଖି ବାକୁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି, ଆରିୟାନ ଖାଁ ଜେଲ ଯିବା ପରେ ଶାହାରୁକ ଖାଁ ବହୁତ ଦୁଃଖରେ ଭାଙ୍ଗି ଯାଇଛିନ୍ତି। ଶୁଣିବାକୁ ମିଳୁଛି ଯେ, ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ସଲମାନ ଖାନ ଆସି ଯାଇଛନ୍ତି। ଏଭଳି ଖବର ସୋସିଆଲ ମିଡିଆରେ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ଡ୍ରଗ୍ସ ପାର୍ଟିରେ ଆରିୟାନ ଖାଁ ଧରା ପଡି ଜେଲ ଯିବା ପରେ ତାଙ୍କ ପରିବାରରେ ଦୁଃଖର ଲହରୀ ଖେଳି ଯାଇଛି। ଏହି ସମୟରେ ଅଭିନେତାଙ୍କ ପରିବାରଙ୍କୁ ସାନ୍ତ୍ୱନା ବା ସମବେଦନା ଜଣାଇବା ପାଇଁ ସଲମାନ ଖାନ ଆସିଛନ୍ତି। ଆରିୟାନ ଖାଁଙ୍କୁ ସେ ନିଜ ପୁଅ ଭଳି ଦେଖି ଥାଆନ୍ତି। ସେ ଜେଲ ଯିବା ପରେ ସଲମାନ ଖାନ ମଧ୍ୟ ମର୍ମାହତ ହୋଇ ଯାଇଥିଲେ ବୋଲି ତାଙ୍କର ଜଣେ ପାଖ ଲୋକ କହିଛନ୍ତି। ସଲମାନ ଖାନ ଶାହାରୁକ ଖାଁଙ୍କୁ ଧର୍ଯ୍ୟ ଧରିବା ପାଇଁ କହିଛନ୍ତି ଓ ଈଶ୍ୱରଙ୍କ ଉପରେ ଭରସା ରଖ ସବୁ କିଛି ଠିକ ହୋଇଯିବ। ଏଥି ସହିତ କହିଛନ୍ତି ଯେ, ଆରିୟାନ ବହୁତ ଟ୍ୟାଲେଣ୍ଟ ପିଲା ଅଟେ ତାଙ୍କର କ୍ୟାରିୟର କେବେ ବି ବର୍ବାଦ ହେବ ନାହିଁ। ସେ ଖୁବ ଶୀଘ୍ର ଜେଲରୁ ବାହାରି ଆସିବେ ତାଙ୍କ ବିରୁଦ୍ଧରେ ଯଦି କୌଣସି ଚକ୍ରାନ୍ତ କରା ଯାଇ ଥିବ ତା’ର ବି ସତ ସବୁ ସମ୍ନାକୁ ଆସିଯିବ।
ତେବେ ତାଙ୍କୁ ବର୍ତ୍ତମାନ ଆର୍ଥରୋଡ଼ର ୧ ନମ୍ବର ବ୍ୟାରାକରେ ରଖା ଯାଇଛି, ଯେମିତି ତାଙ୍କର କୌଣସି ବି ଅସୁବିଧା ନ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ପାଇଁ କୁହା ଯାଇଛି। ସୋମି ଅଲ୍ଲି ମଧ୍ୟ ଅଭିନେତାଙ୍କ ପୁଅକୁ ସମର୍ଥନରେ ଆସି କହିଛନ୍ତି ଯେ, ଏଭଳି ଛୋଟ ପିଲାକୁ ନିର୍ଯାତନା ଦେବା ଠିକ ନୁହେଁ। ନିଶା ସେବନ କରିବା ଏକ ବଡ଼ ଅପରାଧିକ କାର୍ଯ୍ୟ ନୁହେଁ ବୋଲି ସେ ମଧ୍ୟ କହିଛନ୍ତି। ତାଙ୍କୁ ପୁଅକୁ ନେଇ ମାଆ ଗୌରୀ ଖାଁ ଦୁଃଖରେ ଭାଙ୍ଗି ଯିବା ସହିତ ତାଙ୍କ ଭଉଣୀ ସୁହାନୀ ଖାଁ ନିଜ ଭାଇର ଅନୁପସ୍ଥିତିକୁ ଅନୁଭବ କରି ମନ ଦୁଃଖରେ ରହୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।