ଆର୍ଯ୍ୟନ୍ ଖାନଙ୍କ ସମର୍ଥନରେ ବାହାରିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ”ଦେଖନ୍ତୁ କଣ କହିଲେ…

0

ଆଜିକାଲି ଦୁନିଆରେ ବହୁତ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି। ବିଶେଷ କରି ବଡ଼ ବଡ଼ ସମ୍ଭ୍ରାନ୍ତ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖିବା ପାଇଁ ମିଳୁଛି। ବେଳେ ବେଳେ କଳାକାର ମାନେ ମଧ୍ୟ ଏଥିରେ ସାମିଲ ରହି ଥାଆନ୍ତି। ଆଇନ ଆଗରେ ସମସ୍ତେ ସମାନ ସେ, ଯେତେ ବଡ଼ ବ୍ୟକ୍ତି ହୋଇ ଥାଉ ନା କାହିଁକି। କିଛି ଅଫିସର ଏମିତି ଅଛନ୍ତି, ଯେଉଁ ମାନେ ନିଜର କର୍ତ୍ତବ୍ୟ ବଡ଼ ଭାବିଥାନ୍ତି। ଏବଂ ଅପରାଧି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ସେହି ଅଫିସରଙ୍କ ଏଭଳି କାର୍ଯ୍ୟ କରିବାରୁ ବଡ଼ ବଡ଼ ନେତାମାନେ ଅଫିସରଙ୍କ ବିରୁଦ୍ଧରେ ଯାଇ ଥାଆନ୍ତି। ତେବେ ବନ୍ଧୁଗଣ ଏକ ଖବର ଆସି ସମ୍ନାକୁ ଆସିଛି, ଆରିୟାନ ଖାଁ ଡ୍ରଗ୍ସ ମାମଲାରେ ଏନିସିବି ସମୀର ୱାଖଂଡେ ତାଙ୍କୁ ଗିରଫ କରିଥିଲେ, ଏନିସିବିକୁ ବଡ଼ ବଡ଼ ନେତାମାନେ ଟାର୍ଗେଟ କରିଛନ୍ତି।

ତେବେ ଆସନ୍ତୁ କେଉଁ ନେତା ତାଙ୍କ ସମର୍ଥନରେ ଆସିଛନ୍ତି ଓ କଣ କହୁଛନ୍ତି ଜାଣିବା;ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟି ଚାଲି ଥିବା ସମୟରେ ଏନସିବି ସମୀର ୱାଙ୍ଖେଡ଼ଙ୍କ ହାତରେ ଧରା ପଡି ଗିରଫ ହୋଇଛନ୍ତି। ଏହି ଘଟଣାକୁ ନେଇ ବଡ଼ ବଡ଼ ନେତା ଓ ମନ୍ତ୍ରୀମାନେ ଆରିୟାନ ଖାଁଙ୍କ ସମର୍ଥନରେ ଆସିଛନ୍ତି।ପ୍ରଥମେ ଏନସିବିର ନୱାବ ମଲ୍ଲିକ ଆସିଥିଲେ ଓ ଏହା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଉଭୟ ଏନିସିବିକୁ ଟାର୍ଗେଟ କରିଛନ୍ତି।

ଏନସିବିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଏକ ବଡ଼ କଥା କହିଛନ୍ତି ଯେ, ତିନି, ଚାରଟି ଗଞ୍ଜେଇ ଶୁନଘୁ ଥିବା ଅଭିନେତା ମାନଙ୍କୁ ଧରି ଏନସିବି ବହୁତ ଢୋଲ ବଜାଉଛି ଓ ନିଜକୁ ବଡ଼ କରି ଦେଖାଉଛି।ଏଥି ସହିତ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ କୋଟି କୋଟି ଟଙ୍କାର ଡ୍ରଗ୍ସ କାରବାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆ ଯାଉ ନାହିଁ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କହିଛନ୍ତି ଏନସିବି ଯେଉଁ ଅଳ୍ପ କିଛି ଡ୍ରଗ୍ସ ଧରିଛି ସେଠାରୁ ଅଧିକ ମହାରାଷ୍ଟ୍ରର ପୋଲିସ ୧୫୦ କୋଟି ଟଙ୍କାର ଡ୍ରଗ୍ସ ଧରିବାରେ ସଫଳ ହୋଇଛି। ଏହି ଘଟଣାକୁ ନେଇ ଏନସିବି ସମୀର ୱାଖଂଡେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଯେ ତାଙ୍କୁ କିଛି ବ୍ୟକ୍ତି ଫଲୋ କରୁଛନ୍ତି।

ଏନସିବି ଫର୍ଦ୍ଦ ସହିତ ସିସିଟିଭି ଫୁଟେଜକୁ ମଧ୍ୟ ଦାଖଲ କରିଥିଲେ। ମହାରାଷ୍ଟ୍ରର ଗୃହମନ୍ତ୍ରୀ କହିଛନ୍ତି ଯେ, ସେମିତି କିଛି ବି ଘଟଣା ନାହିଁ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନସିବି ଉପରେ ଖୁବ ଜୋରରେ ରାଗି କି କହିଛନ୍ତି ପୁରା ଭାରତ ବର୍ଷରେ ଯେଉଁଠି ଗଞ୍ଜେଇ ଚାଷ ହେଉଛି ଏନସିବି ମହାରାଷ୍ଟ୍ରର ଛବିକୁ ପୁରା ଖରାପ କରି ଦେଉଛି। ଆରିୟାନ ଖାଁଙ୍କ ବେଲକୁ ଅଗ୍ରାହ୍ୟ କରି ଦେବା ପରେ ମହାରାଷ୍ଟ୍ରର ରାଜ ନେତାମାନେ ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି। ତେବେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆରିୟାନ ଖାଁଙ୍କ ବେଲକୁ ଘୁଞ୍ଚାଇ ଦିଆ ଯାଇଛି। ସେଦିନ ତାଙ୍କୁ ବେଲ ମିଳିବ ନା ସେ ପୁଣି ଥରେ ଜେଲ ଯିବେ ଜଣାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।