ଆସନ୍ତା କାଲି ସାବିତ୍ରୀ ବ୍ରତ ଭୁଲ ରେ ବି କରନ୍ତୁ ନାହିଁ ଏହି ୪ ଟି କାମ ନଚେତ ସ୍ୱାମୀଙ୍କର ହେଵ ଅକାଳ ମୃତ୍ୟୁ

0

ଓଡ଼ିଶାରେ ବାର ମାସର ତେର ପର୍ବ ତେବେ ଏହି ପର୍ବ ମାନଙ୍କ ମଧ୍ୟରୁ ସାବିତ୍ରୀ ବ୍ରତ ଅନ୍ୟତମ । ଓଡ଼ିଆ ଘରର ନାରୀ ମାନଙ୍କର ଏକ ବିଶିଷ୍ଟ ବ୍ରତ ହେଉଛି ସାବିତ୍ରୀ ବ୍ରତ ଓ ସାବିତ୍ରୀ ଓଷା, ଏହି ବ୍ରତରେ ସ୍ତ୍ରୀ ମାନେ ନିଜ ସ୍ୱାମୀର ମଙ୍ଗଳ କାମନା ନିମନ୍ତେ ଏହି ବ୍ରତ କରିଥାନ୍ତି। ସାବିତ୍ରୀ ଙ୍କ ପରି ସଦଭା ରହିବା ପାଇଁ ସଦଭା ନାରୀ ମାନେ ଏହି ବ୍ରତ କରିଥାନ୍ତି। ତେବେ ଏହି ବ୍ରତ ଜ୍ୟାଷ୍ଟମାସ କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଏ। ଏହି ଦିନ ସତ୍ୟବାନ ତଥା ଯମ ରାଜାଙ୍କୁ ପୂଜା କରାଯାଇଥାଏ। ତେବେ ପୁରାଣ କଥା ଅନୁସାରେ ସାବିତ୍ରୀ ଏହି ବ୍ରତ ପାଳନ କରି ଯମ ରାଜାଙ୍କ ଠାରୁ ତାଙ୍କ ସ୍ୱାମୀଙ୍କୁ ଫେରାଇ ଆଣି ଥିଲେ। ତେଣୁ ସେହି ଦିନଠୁ ଏହି ବ୍ରତକୁ ପାଳନ କରାଯାଇଥାଏ। ତେବେ ଆସନ୍ତା ୧୦ ତାରିଖ ଦିନ ଅର୍ଥାତ କାଲି ପଡୁଛି ସାବିତ୍ରୀ ବ୍ରତ।

ତେଣୁ ବନ୍ଧୁଗଣ ଆପଣ ମାନେ ଏହି ସବୁ ଭୁଲ କରିବେ କରନ୍ତୁ ନାହିଁ :-

୧) ସାବିତ୍ରୀ ବ୍ରତକୁ ତିନିଦିନ ଧରି ପାଳନ କରାଯାଇଥାଏ, ତେଣୁ ଆପଣ ତିନି ଦିନ ଅତି ନିଷ୍ଠାର ସହିତ ଏହି ବ୍ରତ କରନ୍ତୁ। ଏହି ଦିନ ରେ ଆପଣ ଆମିଷ ଭକ୍ଷଣ କରନ୍ତୁ ନାହିଁ। ଯଦି ଆପଣ ଆମିଷ ଭକ୍ଷଣ କରିବେ ତାହାଲେ ଆପଣଙ୍କ ବ୍ରତ ଭାଙ୍ଗି ଯିବ। ତେଣୁ ଆପଣ ଅତ୍ୟନ୍ତ ନିଷ୍ଠାର ସହିତ ବ୍ରତକୁ ପାଳନ କରନ୍ତୁ।

୨) ବନ୍ଧଗଣ ଆପଣ ଏହି ତିନି ଦିନ ମଧ୍ୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ, ଅର୍ଥାତ ୯ ତାରିଖ ଠୁ ଆରମ୍ଭ କରି ୧୧ ତାରିଖ ପର୍ଯ୍ୟନ୍ତ ଶାରିରୀକ ସମ୍ପର୍କ ରଖନ୍ତୁ ନାହିଁ। ନହେଲେ ଆପଣ ଏକ ବଡ ଭୁଲ ର ସାମ୍ନା କରିବା ପାଇଁ ପଡିବ। ତେଣୁ ସାବଧାନ ରୁହନ୍ତୁ।

୩) ସାଧାରଣତଃ ପୂଜା ସରିବା ପରେ ମହିଳା ମାନେ କିଛି କାମ କରିଥାନ୍ତି, ଯେମିତି ରୁଷେଇ , ପରିବା କାଟିବା , ମୁଣ୍ଡ କୁଣ୍ଡନ୍ତୁ ଇତ୍ୟାଦି କାମ କରିଥାନ୍ତି। କିନ୍ତୁ ଭୁଲ ରେ ବି ଏସବୁ କାମ କରନ୍ତୁ ନାହିଁ। ସେହିଦିନ ଆପଣ ପୁରା ବିଶ୍ରାମ ନିଅନ୍ତୁ।

୪) ଯଦି ଆପଣଙ୍କ ବଂଶ ରେ କେହି ମୃତ୍ୟୁ ବରଣ କରିଛନ୍ତି, ତେବେ ଆପଣ ବ୍ରତ କରନ୍ତୁ ନାହିଁ। କିମ୍ବା ଯଦି ଆପଣଙ୍କ ପରିବାର ରେ ଛୋଟ ଶିଶୁ ଜନ୍ମ ହୋଇଛି। ତାହାଲେ ଆପଣ ସାବିତ୍ରୀ ଓଷା କରନ୍ତୁ ନାହିଁ, ତେବେ ଏପରି କରିବା ଦ୍ୱାରା ଅନିଷ୍ଟ ହୋଇଥାଏ। ଯଦି ଆପଣ ଭାବୁଛନ୍ତି ଯେ ଯଦି ଆପଣ ଏହି ବର୍ଷ ବ୍ରତ ନ କରିବେ ତାହାଲେ ଆପଣଙ୍କ ସ୍ୱାମୀ ଉପରେ ବିପଦ ପଡିବ ତେବେ ସେମିତି କିଛି ଆଶଙ୍କା କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।