ଆଶ୍ଚର୍ଯ୍ୟଜନକ ଦୃଶ୍ୟ- ହୋମଗାର୍ଡ ଜଣଙ୍କ ପରିବାର ପାଇଁ ଯାହା କଲେ ତାହା ସମସ୍ତଙ୍କୁ ଚମକେଇ ଦେଇଛି,ଭାଇରଲ ହୋଇଛି ସୋସିଆଲ ମିଡିଆରେ,ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଜାଣିବା

0

ଆଜିକାଲି ଯୁଗରେ ଅନେକ ପ୍ରକାରର ଲୋକ ଦେଖିବାକୁ ମିଳି ଥାଏ ଅଧିକାଂଶ ଲୋକ ନିଜ ନିଜର ସ୍ୱାର୍ଥ ସର୍ବଦା ଦେଖି ଥାଆନ୍ତି କିନ୍ତୁ କିଛି ଲୋକ ଅଛନ୍ତି ଯେ ଅନ୍ୟର କଷ୍ଟ ଦେଖିକି ସହି ନ ପାରି ସାହାଯ୍ୟର ହାତ ବଢାନ୍ତି। ସେହିଭଳି ଲୋକଙ୍କ ପାଖରେ ମାନବିକତା ରହିଛି। ଆଜି ଆମେ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯାହା ଜାଣିଲା ପରେ ଆପଣ ମାନେ ମୁଣ୍ଡରେ ହାତ ଦେଇ ଦେବେ ଆଉ କହିବେ ଏମିତି ଲୋକ ଦୁନିଆରେ ଅଛନ୍ତି। ସେ ବ୍ୟକ୍ତି ତାଙ୍କର ସମ୍ପର୍କୀୟ ହୋଇ ନଥିଲେ ମଧ୍ୟ ସଂଗେ ସଂଗେ ନିଜର ମଣିଷ ପଣିଆ ଦେଖେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା।

ପୁଣି ଗୋଟିଏ କଥା ଏବେ ଚର୍ଚ୍ଚାରେ କେରଳର ଜଣେ ହୋମଗାର୍ଡ ସମସ୍ତଙ୍କ ହୃଦୟ କୁ କିଣି ନେଇ ଛନ୍ତି। ହୋମଗାର୍ଡଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଜଣେ ନୀରିହ ଶିଶୁକୁ ନିଜ କୋଳକୁ ନେଇ ବୁଲାଉଥିବା ଦେଖିବାକୁ ମିଳୁଛି। କେରଳ ପୁଲିସ ଏହି ଘଟଣାର ଭିଡିଓ ନିଜର ଫେସବୁକ ପେଜରେ ସେୟାର କରିଛି ଯାହା ଏବେ ଚାରିଆଡେ ଚାର୍ଚ୍ଚରେ।

ଗୋଟିଏ ରିପୋର୍ଟ ଅନୁସାରେ, ୭ମାସର ଶିଶୁ ଏକ ସଡ଼କ ଦୁର୍ଘଟଣାରେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲା। ଏହି ଦୁର୍ଘଟଣାରେ ଶିଶୁର ମାତା ଏବଂ ପିତା ବହୁତ ଆଘାତ ପାଇଁଥିଲେ ତେଣୁ ସେମାନଙ୍କୁ ହସ୍ପିଟା‌ଲରେ ଭର୍ତ୍ତି କରାଯାଇଥିଲା। ଦୁର୍ଭାଗ୍ୟବଶତଃ ଶିଶୁ ବଡ଼ ଭଉଣୀର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।

କିଛି ସୂତ୍ରରୁ ମିଳିଛି, ଦୁର୍ଘଟଣରେ ଶିକାର ହୋଇଥିବା ଏହି ପରିବାର କାର ଯୋଗେ ନିଜ ଘର କୟାନକୁଲମ ଯାଉଥିଲେ। ଏହି ସମୟରେ ତାଙ୍କ କାର ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଯାହା ଏବେ ଶୁଣିଲା ପରେ ବହୁତ କଷ୍ଟ ଲାଗୁଚି।ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହତ ପିତା-ମାତାଙ୍କ ଶିଶୁଟି କିଛି ନଜାଣି ପାରି ରାହା ଧରି ହସ୍ପିଟା‌ଲରେ କାନ୍ଦିବାକୁ ଲାଗିଥିଲା।

ଏହି ସମୟରେ ହସ୍ପିଟାଲ ପରିସରରେ  ହୋମକାର୍ଡ ସୁରେଶ ଡିୟୁଟିରେ ଥିଲେ। ସେ ଶିଶୁର କାନ୍ଦ ଦେଖି ନପାରି ତାକୁ କୋଳେଇ ନେଇ ବୁଲାଇ ଥିଲେ ଯେମିତି ସେ ନିଜର । ଏହାପରେ ଶିଶୁଟିର କାନ୍ଦ ବନ୍ଦ ହୋଇ ଯାଇଥିଲା। ସେ ଶିଶୁକୁ ସେମିତି ଧରି ବୁଲାଉଥିଲେ ଯେପର୍ଯ୍ୟନ୍ତ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ସମ୍ପର୍କୀୟ ହସ୍ପିଟାଲରେ ପହଞ୍ଚି ନଥିଲେ।

ଏହି ପ୍ରକାର ମଣିଷ ଦୁନିଆରେ ବହୁତ କମ ମିଳି ଥାଆନ୍ତି। ଆଜିକାଲି ସମୟରେ ସମସ୍ତେ ନିଜର ସ୍ୱାର୍ଥ ଦେଖି ଥାଆନ୍ତି।କେରଳର ସେ ପୋଲିସ ଜଣଙ୍କ ଯାହା କଲେ ତାହା ସବୁ ବେଳେ ପାଇଁ ଉଦାହରଣ ପାଲଟି ଗଲେ। ତାଙ୍କୁ ସାରା ଦେଶରେ ପ୍ରଶଂସାର ସୁଅ ଛୁଟୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।