ବନ୍ଧୁଗଣ ଆପଣ ଟେଲିଭିଜନ ଜଗତର ସମସ୍ତ ଅଭିନେତ୍ରୀମାନଙ୍କୁ ତ ଜାଣିଥିବେ |ସୋସିଆଲ ମିଡିଆରେ ଆପଣ ପ୍ରତ୍ୟେକ ଦିନ ଅନେକ ଭିଡ଼ିଓ ଦେଖୁବାକୁ ପାଉଥିବେ ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ |ଟେଲିଭିଜନ ଜଗତର ଅନେକ ଘଟଣା ଆପଣଙ୍କ ଆଖି ସାମ୍ନାକୁ ଆସୁଥିବ ହେଲେ ଏହି ଇଣ୍ଡଷ୍ଟ୍ରି ର ଏକ ଦୁଃଖଦ ଖବର ଆଜି ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳି ଦେଇଛି | ଏହି ଟେଲିଭିଜନ ଜଗତରେ ଆପଣଙ୍କ ଅତିପ୍ରିୟ ଅଭିନେତ୍ରୀ ବୈଶାଲୀ ଟକ୍କର ଏବେ ଏ ଜଗତରେ ନାହାନ୍ତି |ସେ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି,ତାଙ୍କର ଏହି ମୃତ୍ୟୁ ଖବର ସବୁଆଡେ ଶୁକର ଲହରୀ ଖେଲିଦେଇଛି |ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |
ବୈଶାଲୀ ଜଣେ ସୁନାମ ଧନ୍ୟ କଳାକାର ଥିଲେ, ଟେଲିଭିଜନ ଜଗତରେ ବହୁତ ଛୋଟ ଛୋଟ ପରଦାରେ ସେ ଅଭିନୟ କରି ଲୋକଙ୍କ ମନକୁ ବେଶ ଛୁଇଥିଲେ |ତାଙ୍କର ଅଭିନୟ ଦର୍ଶକ ମନଙ୍କ ମନଙ୍କୁ ବେଶ ଉଲ୍ଲସିତ କରିଥିଲା, କିନ୍ତୁ ହଠାତ ବୈଶାଲୀ ଟକ୍କରଙ୍କ ଏହି ମୃତ୍ୟୁ ଖବର ଦର୍ଶକମାନଙ୍କ ମନଙ୍କୁ ବହୁତ କଷ୍ଟ ଦେଇଥିଲା |ଏହି ଘଟଣାଟି ଦର୍ଶକମାନେ ସହଜରେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି |ବୈଶାଲୀ ଟକ୍କର ଗତ କିଛି ଦିନ ହେବ ଇନ୍ଦୋରେ ରହୁଥିଲେ,ସେ ପ୍ରାୟ 8ବର୍ଷ ହେଲାନି ଟେଲିଭିଜନ ଜଗତରେ ପାଦ ଦେଇଥିଲେ |2015ରୁ ସେ ଏହିଥିରେ ନିଜର କେରିଅର ଶୁଭରାମ୍ଭ କରିଥିଲେ |
ସେ ଏହି ଇଣ୍ଡଷ୍ଟ୍ରିର ଏକ ପପୁଲାର ଶୋ “ୟେ ରିଶାତା କ୍ୟା କହଳତା “ରୁ ନିଜର ଅଭିନୟ ଆରମ୍ଭ କରିଥିଲେ, ସେ ଏହି ଶୋରେ ସଞ୍ଜନା ଭୂମିକାରେ ଅଭିନୟ କରିଥିଲେ | ଏହାପରେ ସେ “ଆସିକି “ଏବଂ “ଶାଶୁରାଲ ସିମର କା “ଶୋ ରେ ମଧ୍ୟ ଅଭିନୟ କରି ବେଶ ସୁନାମ ଅର୍ଜନ କରିଥିଲେ |ଏହାଛଡା ସେ “ସୁପର ସିଷ୍ଟର “ଓ “ମନମୋହିନୀ ସିଜିନ 2″ରେ ନିଜକୁ ଏକ ବେଷ୍ଟ କଳାକାର ଭାବରେ ପରିଚିତ କରି ପାରିଥିଲେ |
ଇତି ମଧ୍ୟରେ ବୈଶାଲୀ ଟକ୍କରଙ୍କ ଏହି ଖୁସିରେ ବୋଧେ କାହାର ନଜର ଲାଗିଗଲା,ତାଙ୍କର ମନର କୌଣସି କଷ୍ଟ କାରଣରୁ କିମ୍ବା ଅନ୍ୟ କୌଣସି କାରଣରୁ ସେ ଆତ୍ମହତ୍ୟା ଭଳି ଏପରି ଏକ ସ୍ଟେପ ନେଇଥିଲେ , ତାଙ୍କର ଏହି ସୁଈସାଇଡ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲେ |ସେଠାରେ ପୋଲିସ ଶବ ଜବଦ କରିବା ସହ ଏକ ସୁଈସାଇଡ ନୋଟ ମଧ୍ୟ ଜବଦ କରିଥିଲା |ଆତ୍ମହତ୍ୟା ପଛର କାରଣ ଏ ପ୍ରଯ୍ୟନ୍ତ ପୋଲିସ ପାଇନାହିଁ ଘଟଣାର ବର୍ତମାନ ତଦନ୍ତ ଜାରି ରଖିଛି ପୋଲିସ |ବୈଶାଲୀ ଟକ୍କରଙ୍କର ଏହି ଆତ୍ମହତ୍ୟା ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହିତ ସବୁଆଡେ ଶୋକର ଛାୟା ଖେଳିଯାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।