ଅସହାୟଙ୍କୁ ୫୦୦ ଟଙ୍କିଆ ନୋଟ୍‌ ବାଣ୍ଟୁଥିଲେ ନେହା କକ୍କଡ , ହଠାତ୍‌ ମାଡି ଆସିଲା ଭିଡ ଆଉ ତା’ପରେ…ଦେଖନ୍ତୁ ଭିଡ଼ିଓ

ବହୁତ୍ ଏମିତି କଳାକାର ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ଜୀବନରେ ବହୁତ୍ ଦୟାବନ ଏବଂ ଉଦାର ଅଟନ୍ତି। ଅନେକ ଲୋକଙ୍କୁ ସେମାନେ ଅସୁବିଧା ସମୟରେ ସାହାଯ୍ୟ ର ହାତ ବଢାଇଥାନ୍ତି। ସେହିପରି ଜଣେ କଳାକାର ହେଉଛନ୍ତି ବଲିଉଡ୍ ର ଆଗ ଧାଡ଼ିର ଫିମେଲ ସିଙ୍ଗର ନେହା କକ୍କର।ସେ କେତେ ଇମୋଶନାଲ ତାହା ତ ଆପଣ ଜାଣିଥିବେ। କାହା ଦୁଃଖ ଦେଖିଲେ ସେ ସହି ପାରନ୍ତି ନାହିଁ। ସାହାଯ୍ୟ କରିବା ପାଇଁ ସେ ଆଗେଇ ଆସିଥାନ୍ତି। କାହାର ଦୁଃଖ ଦେଖିଲେ ସେ ଆଦୌ ସହି ପାରନ୍ତି ନାହିଁ। ତେବେ ବଲିଉଡର ଏହି ଜଣାଶୁଣା ଗାୟିକା ନେହା କକ୍କର ଏଥିପାଇଁ ମଧ୍ଯ ବେଶ୍ ପରିଚିତ ଅଟନ୍ତି।

ଆପଣ ତାଙ୍କୁ ଅନେକ ରିଆଲିଟି ଶୋ ଗୁଡିକରେ ଜଜ୍ ଭାବରେ ଦେଖିବାକୁ ପାଇଥିବେ। ଅନେକ ସମୟରେ ଆପଣ ତାଙ୍କର କାନ୍ଦିବାକୁ ଦେଖିଥିବେ। ଏମିତିରେ ସେ ଅନେକ ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଛନ୍ତି ଯାହାର ଉଦାହରଣ ଆପଣ ଦେଖିଥିବେ। ସେହିପରି ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏଠାରେ କଣ ଘଟିଛି।

ତେବେ ଯାହା ଜଣା ପଡ଼ିଛି ନିକଟରେ ନେହା କକ୍କର୍ ଏକ କାର୍‌ରେ ଯାଉଥିବା ବେଳେ କିଛି ଗରିବ ଛୁଆଙ୍କୁ ରାସ୍ତାରେ ଦେଖିଥିଲେ ଏବଂ ଏହାକୁ ଦେଖି ସେ ଭାବପ୍ରବଣ ହୋଇ ଯାଇଥିଲେ ଏବଂ ତାଙ୍କ ହୃଦୟ ତରଳି ଯାଇଥିଲା। ଆଉ ଏଥିପାଇଁ ସେ ସେମାନଙ୍କୁ କାର୍ ଭିତରେ ରହି ସେହି ଗରିବ ପିଲା ମାନଙ୍କୁ ଖଣ୍ଡେ ଖଣ୍ଡେ ୫୦୦ ଟଙ୍କିଆ ନୋଟ୍ ବଢ଼ାଇ ଦେଇଥିଲେ। ଆଉ ସେ ଛୁଆମାନଙ୍କୁ ଏହିପରି ଟଙ୍କା ଦେଉଥିବା ବେଳେ ହଠାତ୍ ସେମାନେ ପରସ୍ପର ଠେଲାପେଲା ହୋଇଥିଲେ ଏବଂ କିଛି ଲୋକ ଏହାକୁ ଦେଖି ସେଠାରେ ଜମା ହୋଇ ଯାଇଥିଲେ। ଏହାପରେ ସେମାନେ ବି ଟଙ୍କା ନେବା ପାଇଁ କାର୍ ଭିତରକୁ ହାତ ବଢ଼ାଇଥିଲେ ଏବଂ ନେହାଙ୍କୁ ଟଣାଓଟରା କରିବାକୁ ଉଦ୍ୟମ କରିଥିଲେ।

 

View this post on Instagram

 

A post shared by Voompla (@voompla)

ଏହାପରେ ସେଠାରେ ଏକ ଭିନ୍ନ ସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ଦେଖି ସେଠାରେ ଥିବା ଜଣେ ବ୍ୟକ୍ତି ଆସି ନେହାଙ୍କୁ କାର୍‌ର କାଚ ଉପରକୁ ଉଠାଇ ଦେବାକୁ କହିଥିଲେ। କିନ୍ତୁ ଏହାପରେ ପୁଣି ହଠାତ୍ କାର୍ ନିକଟରେ ଛୋଟ ଛୁଆ ଓ ବଡ଼ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଏହାକୁ ଦେଖି ନେହା ଶେଷରେ ସେମାନଙ୍କୁ ପଛ କରି ବସି ଯାଇଥିଲେ।ସେ ସେଠାରେ ଏମିତି ସମସ୍ୟାର ସମ୍ମୁଖୀନ ହେଲେ ଯେ ସ୍ଥିତି ଏକ ଭିନ୍ନ ରକମର ହୋଇ ଯାଇଥିଲା। ତେବେ ସେହି ସମୟର ଭିଡିଓ ରେକର୍ଡ ହେବା ପରେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ହୋଇଛି।ତେବେ ଭାଇରାଲ ହୋଇଥିବା ଭିଡିଓଟି ଆପଣ ଦେଖିଲେ ଏହି ଘଟଣା ସଂପର୍କରେ ଆପଣ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment