Exclusive : କେତେ ଜଣକୁ ଦେଇଛ ଧୋକା, ସତ କୁହ ବର୍ଷା I ପଦାକୁ ସାମ୍ନାକୁ ଆସିଲା olyowed ଅଭିନେତ୍ରୀ ବର୍ଷାଙ୍କ ଅସଲ ଚେହେରା..ଦେଖନ୍ତୁ video

ପୁଣି ଚର୍ଚ୍ଚାରେ ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ଏଥର ସ୍ବାମୀ ଅନୁଭବଙ୍କ ପାଇଁ ନୁହେଁ ଏଥର ଜଣେ ମହିଳାଙ୍କ ପାଇଁ ଚର୍ଚ୍ଚାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାରେ ଅଭିଯୋଗ ଆଣିଛନ୍ତି ମହିଳା। ଚାକିରୀ କରାଇ ଦେବା ନାରେ ଠକେଇ ଅଭିଯୋଗ। ସହିଦ ନଗର ଥାନାରେ ଏ ନେଇ ଏତଲା ମଧ୍ୟ ଦେଇଛନ୍ତି ମହିଳା। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ହଁ ଆଜ୍ଞା ମହିଳା ଏମିତି ଏକ ଅଭିଯୋଗ ଆଣିଛନ୍ତି ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ।ତେବେ ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ହେଉଛନ୍ତି କଲ୍ୟାଣୀ ନାୟକ। କଲ୍ୟାଣୀ ଭୁବନେଶ୍ୱରର ସହିଦନଗରର ଅଞ୍ଚଳରେ ରୁହନ୍ତି। କଲ୍ୟାଣୀଙ୍କ ଅଭିଯୋଗ ଅନୁସାରେ ବର୍ଷା କୁଆଡେ଼ ତାଙ୍କୁ ସୁନା ଦୋକାନରେ ଚାକିରୀ କରାଇ ଦେବା କଥା କହି ତାଙ୍କ ସହିତ ଠକେଇ କରିଛନ୍ତି।୩୦ ହଜାର ଟଙ୍କା ନେଇ ତାଙ୍କ ନାଁରେ ଠକେଇ ମାମଲା ରୁଜ୍ଜୁ କରିଛନ୍ତି କଲ୍ୟାଣୀ।


କଲ୍ୟାଣୀଙ୍କ ଅଭିଯୋଗ ଅନୁସାରେ ବର୍ଷା କୁଆଡେ଼ ଭୁବନେଶ୍ବରର ଏକ ସୁନା ଦୋକନାରେ ତାଙ୍କୁ ଚାକିରୀ କରାଇ ଦେବାକୁ କହି ୩୦ ହଜାର ଟଙ୍କା ନେଇଛନ୍ତି। ଟଙ୍କା ନେବା ପରେ ବର୍ଷା କି ତାଙ୍କ ସହଯୋଗୀ ଆୟୁଷୀ ପ୍ରିୟଦର୍ଶିନୀ ଫୋନ ଉଠାଉ ନାହାନ୍ତି । ତେଣୁ ସେ ବାଧ୍ୟ ହୋଇ ଥାନାର ଦ୍ବାରସ୍ତ ହୋଇଛନ୍ତି ।ସହିଦ ନଗର ଥାନାରେ ଏତଲା ପରେ ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି।

ତେବେ ମିଳିଥିବା ସୂଚନା ଅନୁସାରେ, କଲ୍ୟାଣୀ ନାୟକ ନାମକ ଜଣେ ମହିଳାଙ୍କ ସହିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କ ସହଯୋଗୀ ଆୟୁଷୀ ପ୍ରିୟଦର୍ଶିନୀଙ୍କ ସହିତ ଭୁବନେଶ୍ଵରରେ ଦେଖା ହୋଇଥିଲା।ଯେହେତୁ ବର୍ଷା ପ୍ରିୟଦର୍ଶିନୀ ଜଣେ ସେଲିବ୍ରେଟି ଓ କଲ୍ୟାଣୀ ବର୍ଷାଙ୍କ ଫ୍ୟାନ ସେ ଯାଇ ତାଙ୍କ ସହିତ ସାକ୍ଷାତ କରିଥିଲେ ଆଉ ତାଙ୍କ ସହିତ ଫୋଟ ମଧ୍ୟ ଉଠାଇ ଥିଲେ। ଆଉ ପରସ୍ପର କଥାବାର୍ତ୍ତା ମଧ୍ୟ କରିଥିଲେ।

 

ଆଉ କଥାବାର୍ତ୍ତା ମଧ୍ୟରେ କଲ୍ୟାଣୀଙ୍କୁ ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ। ଆଉ ମହିଳାଙ୍କୁ ତାଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ କହିଥିଲେ। ତେବେ ବର୍ଷା ବ୍ୟସ୍ତ ରହୁଥିବା କାରଣରୁ କଲ୍ୟାଣୀ ବର୍ଷାଙ୍କ ସହଯୋଗୀ ଆୟୁଷୀଙ୍କ ସହିତ କଥା ହେଇଥିଲେ। ଆଉ ଆୟୁଷୀ ଚାକିରୀ ପାଇଁ ୫୦ ହାଜର ଟଙ୍କା ସ୍ୟୁକୁରିଟୀ ମନି ଦାବୀ କରିଥିଲେ। ତେବେ କଲ୍ୟାଣୀ ଏତେ ଟଙ୍କା ଦେଇ ପାରିବେନି କହି ୩୦ ହଜାର ଟଙ୍କା ଧାର କରଜ କରି ଦେଇଥିଲେ। ଆଉ ଟଙ୍କା ପାଇବା ପରେ ବର୍ଷା ଓ ତାଙ୍କ ସହଯୋଗୀ ଆୟୁଷୀ‌ ମହିଳାଙ୍କ ଫୋନ ଉଠାଇ ନ ଥିବା ସେ କହିଛନ୍ତି ଯାହାକୁ ନେଇ ବର୍ଷାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି କଲ୍ୟାଣୀ। ତେବେଏନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କିଛି ପ୍ରତିକ୍ରିୟା ରଖି ନାହାଁନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment