ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିକାଣ୍ଡ ସମୟର ଦୃଶ୍ୟ। ନବ ଦାସ ଙ୍କ ଗୁଳି ମାଡ ର ସିସି ଟିଭି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ନବ ଦାସଙ୍କୁ ଗୁଳି ମାଡ଼ ପରେ ଲୋକ କିପରି ଛତ୍ରଭଙ୍ଗ ଦେଉଛନ୍ତି ତାହା ଭିଡିଓ ରେ ଦେଖିବାକୁ ମିଳିଛି। ଯଦିଓ ଘଟଣା କୁ ନେଇ ତଦନ୍ତ ଜାରି ରହିଛି ତେବେ ଗୋଟିଏ ପରେ ଗୋଟିଏ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି।
ତେବେ ଗୁଳି ମାଡ଼ ସମୟର ଏକ ସିସି ଟିଭି ଫୁଟେଜ ମଧ୍ୟ ହସ୍ତଗତ ହୋଇଛି। ଯାହା ଦେଖିବାକୁ ମିଳୁଛି ଗୁଳିମାଡ଼ ପରେ ଉପସ୍ଥିତ ଲୋକ ଅଧିକ ଭୟଭୀତ ହୋଇ ଯାଇଥିଲେ। ଲୋକମାନେ ଛାନିଆ ହୋଇ ଏଣେ ତେଣେ ଦୌଡି ପଳାଇଛନ୍ତି। ଏକ ପ୍ରକାର ଦେଖିବାକୁ ଗଲେ ଲୋକ ମାନଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି କରିଛି। ଦେଖନ୍ତୁ ଭିଡିଓ ରେ କିଭଳୀ ଭାବେ ଜନ୍ ଗହଳି ର ସୁଯୋଗ ନେଇ ଏଏସଆଇ ଗୋପାଳ ଦାସ ଅତି ନିକଟରୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଛି।
ତେବେ ତିନି ଜଣିଆ କ୍ରାଇମବ୍ରାଞ୍ଚ୍ ଟିମ୍ ବର୍ତ୍ତମାନ ହତ୍ୟାର ତଦନ୍ତ କରୁଛି। ସଠିକ୍ ତଦନ୍ତ ପରେ ଅନେକ ରହସ୍ୟ ଉପରୁ ପରଦା ଉଠିବ ବୋଲି ଲକ୍ଷ୍ ରଖିଛି ତଦନ୍ତ କାରୀ ଟିମ୍। ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ କରିବା ଲକ୍ଷ୍ୟରେ ବର୍ତ୍ତମାନ ଟିମ୍ ରହିଛି। ଏହା ସହିତ କ୍ରାଇମ୍ ସ୍ପଷ୍ଟ ରେ ପୋଲିସ୍ ସବୁ ପ୍ରକାର ବ୍ୟବସ୍ଥା ମହଜୁଦ କରା ଯାଇଛି। ଆଉ ସେମିତି କିଛି ସମସ୍ୟା ଯେମିତି ନ ଉପୁଜୁ ସେଥିପାଇଁ ବିଶେଷ ଧ୍ୟାନ ଦିଆ ଯାଇଛି।
ତଦନ୍ତକାରୀ ଟିମ୍ କ୍ରାଇମ୍ ସ୍ପଷ୍ଟ ରେ ଗୋପାଳ କୁ ନେଇ ପହଁଚିଲା ପରେ ଗୁଳି କାଣ୍ଡର ସିନ୍ ପୁଣି ଥରେ ରି-କ୍ରିଏଟ କରାଯିବ ବୋଲି ଏକ ପ୍ରକାର ସୂଚନା ରହିଛି। ଜନ ଗହଳି ଭିତରେ ଅତି ଚତୁରତାର ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା ଥିଲା ଗୋପାଳ। ତେବେ ଗୋପାଳ କାହିଁକି ହତ୍ୟା କରିଛି ତାର କିଛି ବିଶେଷ ସୁରାକ ମିଳି ପାରି ନାହିଁ।
ହତ୍ୟା କାଣ୍ଡ ପାଇଁ ଗୋପାଳ ଦାୟୀ ନା ଗୋପାଳକୁ ଆଉ କିଏ ଏଥି ପାଇଁ କଣ୍ଟ୍ରୋଲ କରୁଥିଲା ତାକୁ ନେଇ ମଧ୍ୟ ତଦନ୍ତ ଚାଲିଛି। ତେବେ ଚାରି ଦିନିଆ ରିମାଣ୍ଡରେ ନେଇ ଗୋପାଳକୁ ଜେରା କରାଯିବ। ଅଭିଯୁକ୍ତ କୁ କ୍ରାଇମ୍ ସ୍ପଷ୍ଟ କୁ ନେଇ କ୍ରାଇମ୍ ସିନ୍ କୁ ରି କ୍ରିଏଟ କରାଯିବ। ଗୋପାଳ ନବ ଦାସଙ୍କୁ କାହିଁକି ହତ୍ୟା କଲା ତାହାର ପ୍ରକୃତ କାରଣ ଜାଣିବା ଏକ ବଡ ଚ୍ୟାଲେଞ୍ଜ ହୋଇ ଯାଇଛି ତଦନ୍ତକାରୀ ଟିମ୍ ଙ୍କ ପାଇଁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।