ଆସିଥିଲେ ଭାରତ ବୁଲି କିନ୍ତୁ ଯିବାବେଳେ କରିଗଲେ ଏମିତି ବୋବାଲ୍‌…ଦେଖନ୍ତୁ ଭିଡ଼ିଓ

0

ବାରଣାସୀର ଶିର ରାମନଗରର ବିଜତପୁର ରେ ଲୋକମାନଙ୍କୁ ଏକ ଅଜବ୍ ଗଜବ୍ କାଣ୍ଡ ଦେଖିବାକୁ ମିଳିଥିଲା । ଇଟାଲୀରୁ ଭାରତକୁ ବୁଲିବାକୁ ଆସିଥିବା ଏକ ପର୍ଯ୍ୟଟକ ଏକ ଲକ୍ଷ 33 ହଜାର ବୋଲ୍ଡ ତାର ଯାଇଥିବା ଖୁଣ୍ଟୁରେ ଚଢି ଯାଇଥିଲେ । ସେ ପର୍ଯ୍ୟଟକ ଜଣକ ପାଖାପାଖି 50 ଫୁଟ ଉପରକୁ ଚଢି ଯିବା ପରେ ଲୋକମାନେ ଭାବିଲେ ବୋଧହୁଏ ପର୍ଯ୍ୟଟକ ଜଣକ ବାରଣାସୀର ଭିଡିଓ ଉତ୍ତୋଳନ କରିବାକୁ ଚାହୁଁଛନ୍ତି । ହେଲେ ଦେଖୁ ଦେଖୁ ପର୍ଯ୍ୟଟକ ଜଣକ ଅଜାନକ ତଳକୁ ଡେଇଁ ପଡିଲେ । ତାଙ୍କର ଏମିତି ପାଗଳାମି ଦେଖି ସାଧାରଣ ଲୋକମାନଙ୍କର ନିଶ୍ୱାସ ଅଟକି ଗଲା ।

ତେବେ କିଛି ସମୟ ପରେ ଲୋକମାନେ ଟିକିଏ ଆଶ୍ୱସ୍ତି ହେଲେ , ଯେତେବେଳେ ସେ ପର୍ଯ୍ୟଟକ ଜଣକ ପାରାଚୁଟ ଖୋଲିବାକୁ ଲାଗିଲା ଏବଂ ସେ ଆକାଶରେ ଉଡିବାକୁ ଲାଗିଲେ । ସେ ଇଲେକ୍ଟ୍ରି ଖୁଣ୍ଟ ତଳେ ଛିଡା ହୋଇ ପର୍ଯ୍ୟଟକ ଙ୍କ ପତ୍ନୀ ଏହି ଦୃଶ୍ୟ କୁ ଭିଡିଓ କରୁଥିଲେ । ସାଧାରଣ ଲୋକମାନେ ମଧ୍ୟ ଏହି ଭିଡିଓକୁ ସୁଟ କରୁଥିଲେ , ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ସେ ପର୍ଯ୍ୟଟକଙ୍କର ତଲାସ ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକମାନଙ୍କର କହିବା କଥା କି ସେହି ବିଦେଶୀ ଦମ୍ପତ୍ତି ଜଣକ ସକାଳୁ ସକାଳୁ ଅସ୍ତି ଘାଟକୁ ଆସି ଗଙ୍ଗାନ କୂଳରେ ପହଞ୍ଚିଥିଲେ ।

ବିଦେଶୀ ଦମ୍ପତ୍ତି ଜଣକ ସେଠାକାର ପରିବେଶକୁ ବେଶ ଉପଭୋଗ କଲେ ମଧ୍ୟ , ହେଲେ ଜଣା ନାହିଁ କଣ ପାଇଁ କେଜାଣି ହଠାତ୍ କିନା ପର୍ଯ୍ୟଟକ 1 ଲକ୍ଷ 33 ହଜାର ଭଲ୍ଟ ତାର ଯାଇଥିବା ଖୁଣ୍ଟି ଉପରେ ଚଢି ଯାଇଥିଲେ । ପର୍ଯ୍ୟଟକଙ୍କର ଏମିତି କାରନାମର ଭାଇରାଲ ଭିଡିଓ ଦେଖି ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚିବା ବେଳକୁ ସେ ବିଦେଶୀ ଦମ୍ପତ୍ତି ଦୁଇଜଣ , ତାଙ୍କର ଅନ୍ୟ ଏକ ଗନ୍ତବ୍ୟ ସ୍ଥଳକୁ ଚାଲି ଯାଇଥିଲେ । ରାମନଗର ଥାନା ଅଧିକାରୀ ବିନୋଦ ମିଶ୍ର ଘଟଣାର ତଦନ୍ତ କରିବା ପାଇଁ ଘଟଣା ସ୍ଥଳକୁ ଯାଇଥିଲେ । କିନ୍ତୁ ବିଦେଶୀ ଦମ୍ପତ୍ତି ତ ସେହି ସ୍ଥାନ ଛାଡି ସେତେବେଳକୁ ଚାଲିଯାଇଥିଲେ ।

ସେହି ବିଦେଶୀ ଦମ୍ପତ୍ତି ପର୍ଯ୍ୟଟକ ଙ୍କର କିଛି ବି ପତ୍ତା ମିଳୁ ନାହିଁ , ସେମାନେ ରହିଥିବା ହୋଟେଲ ରେ ପୋଲିସ ପଚରା ଉଚରା କରିବା ସତ୍ତ୍ୱେ କିଛି ଖୋଜ୍ ଖବର୍ ମିଳି ନାହିଁ । କିନ୍ତୁ ଏମିତି କାର୍ଯ୍ୟ କରିବା କେତେ ବିପଦଜ୍ଜନକ ତାହା ଆପଣ ମାନେ ନିଶ୍ଚୟ ଜାଣି ପାରୁଥିବେ । ଏହା ସତ୍ତ୍ୱେ ମଧ୍ୟ ବିଦେଶୀ ପର୍ଯ୍ୟଟକ ଜଣକ ନିଜର ସାହସିକତା ଦେଖାଇ 50 ଫୁଟ ଉଚ୍ଚ ଉପରକୁ ଯାଇ ଇଲେକ୍ଟ୍ରି ଖୁଣ୍ଡରୁ ତଳକୁ ଯମ୍ପ ମାରିଥିଲେ । ପ୍ରଥମେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ପରେ ଦେଖିବାକୁ ମିଳିଥିଲା ଯେ ପର୍ଯ୍ୟଟକ ଜଣକ ପାରାଚୁଟ ସାହାର୍ଯ୍ୟରେ ଆକାଶରେ ଉଡୁଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।