ଅଶ୍ଵିନୀ ପ୍ରେରଣାଙ୍କ (Aswini ,Prerana) ରିସେପସନରେ olywod ଷ୍ଟାର ଅନୁଭବ ,ଝିଲିକ କେମିତି କରୁଛନ୍ତି ମସ୍ତି….ଦେଖନ୍ତୁ video

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡର ଚର୍ଚ୍ଚିତ ଯୋଡି ଅଭିନେତ୍ରୀ ପ୍ରେରଣା ଓ ଅଭିନେତା ଅଶ୍ୱନୀ ତ୍ରିପାଠୀ। ଯାହାକୁ ନେଇ ଚର୍ଚ୍ଚାରେ ଉଭୟ। ନିଜ ପ୍ରେମ ସମ୍ପର୍କକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥିବା ଯୋଡ଼ି ଦୀର୍ଘ ବର୍ଷର ନିଜ ପ୍ରେମକୁ ଦେଇଛନ୍ତି ବିବାହର ରୂପ। ଦୀର୍ଘ ବର୍ଷର ପ୍ରେମ ପରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ଆଉ ଆରମ୍ଭ ହୋଇଛି ସେମାନଙ୍କ ଏକ ନୂଆ ବୈବାହିକ ଜୀବନ। ପରିବାର ସଦସ୍ୟ ବନ୍ଧୁ ବାନ୍ଧବ ଓଲିଉଡର ନାମୀଦାମୀ କଳାକାର ଏବଂ ରାଜନୈତିକ ଦଳର କିଛି ବ୍ୟକ୍ତି ବିଶେଷ,ପ୍ରତିଷ୍ଠିତ ବ୍ୟବସାୟୀ ଏବଂ କିଛି ଆଗଧାଡି ର ବ୍ୟକ୍ତି ବିଶେଷ ପ୍ରେରଣା ଓ ଅଶ୍ୱନୀଙ୍କ ରିସେପସନ ପାର୍ଟିରେ ଯୋଗ ଦେଇଥିଲେ।

ତେବେ ପ୍ରେରଣା ଓ ଅଶ୍ୱନୀଙ୍କ ରିସେପସନ ପାର୍ଟିରେ ଯୋଗ ଦେଇଥିଲେ ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି। ଅନୁଭବ ମହାନ୍ତି ପ୍ରେରଣା ଓ ଅଶ୍ୱନୀଙ୍କ ରିସେପସନ ପାର୍ଟିକୁ ଆସି ଖୁବ୍ ଏଞ୍ଜୟ୍ କରିଛନ୍ତି ପ୍ରେରଣା ଓ ଅଶ୍ୱନୀଙ୍କୁ ଦାମୀ ଗିଫ୍ଟ ଦେବା ସହିତ ଶୁଭେଚ୍ଛା ଓ ଶୁଭକାମନା ମଧ୍ୟ ଜଣାଇଛନ୍ତି। ଏହା ସହିତ ଓଲିଉଡ଼ ଇଣ୍ଡଷ୍ଟ୍ରି ର ବହୁତ୍ ନାମୀ ଦାମୀ କଳାକାର ମାନଙ୍କୁ ପ୍ରେରଣା ଓ ଅଶ୍ୱନୀଙ୍କ ରିସେପସନ ପାର୍ଟିରେ ଦେଖିବାକୁ ମିଳିଥିଲା। ଅନୁଭବ ପାର୍ଟିକୁ ଖୁବ୍ ଏଞ୍ଜୟ୍ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ସେ ଖୁବ୍ ଖୁସି ମଧ୍ୟ ଆସିଛନ୍ତି।ଏହା ସହିତ ପ୍ରେରଣା ଓ ଅଶ୍ୱନୀଙ୍କ ରିସେପସନ ପାର୍ଟିରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ, ଭୂମିକା ସାହୁ, ଜ୍ୟୋତି, ଦେବଜାନୀ, ସୁଜିତ୍, ତମନ୍ନା, ବବି ମିଶ୍ର, ଅର୍ଚ୍ଚିତା, ସବ୍ୟସାଚୀ ଓ ଅନେକ କଳାକାର ଯୋଗ ଦେଇଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ପ୍ରଥମେ ଆଙ୍କରିଙ୍ଗ ମାଧ୍ୟମରେ ଟିଭି ପରଦାକୁ ଏଣ୍ଟ୍ରି କରିଥିଲେ ଅଶ୍ୱନୀ। ନିଜର ମିଠା ମିଠା କଥା ମାଧ୍ୟମରେ ଖୁବ୍ କମ୍ ଦିନ ମଧ୍ୟରେ ଦର୍ଶକ ମାନଙ୍କୁ ନିଜର କରି ନେଇଥିଲେ।ଅଶ୍ୱନୀ ଆଙ୍କରିଙ୍ଗ ଶୈଳୀ ଟିଭି ଶୋକୁ ମଧ୍ୟ ବେଶ୍ ସଫଳ କରିଥିଲା। ଠିକ୍ ସେହିପରି ପ୍ରେରଣା ମଧ୍ୟ ଆଙ୍କରିଙ୍ଗ ରୁ ବେଶ୍ ଲୋକପ୍ରିୟତା ପାଇ ପାରିଥିଲେ। ତାଙ୍କର ମିଠା ମିଠା କଥା ଆଉ ଉପସ୍ଥାପନାର ଶୈଳୀ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା।ଅନେକ ଟିଭି ଶୋ ରେ ଦୁହେଁ ଏକାଠି ନଜର ଆସିଛନ୍ତି।

ଏହା ସହିତ ଉଭୟ ଏକାଧିକ ଓଡ଼ିଆ ଆଲବମ୍ ରେ ମଧ୍ୟ ଏକାଠି ନଜର ଆସିଛନ୍ତି ଅଶ୍ୱନୀ ଏବଂ ପ୍ରେରଣା। ଓଡ଼ିଶା ର ଅଗଣିତ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରିଛନ୍ତି ଉଭୟ।ଉଭୟ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବା ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଥିଲା ଆଉ ଦୀର୍ଘ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment