ଜଣେ ଅଟୋ ରିକ୍ସା ଚାଳକ ଙ୍କର ପୁଅ ହେଲେ IAS, ୨୧ ବର୍ଷରେ ଦେଶର ସବୁଠୁ ଯୁବ ‘DM’ ହୋଇ ରଚିଲେ ନୁଆ ଇତିହାସ…

0

କୁହାଯାଏ ଯେ ଇଛା ଥିଲେ ଉପାୟ ଆପେ ଆପେ ଆସେ । କୌଣସି କାର୍ଯ୍ୟ ପାଇଁ ଯଦି ଆପଣ ଦୃଢ଼ ଇଛା ରଖିଛନ୍ତି ତେବେ ସେହି କାର୍ଯ୍ୟ କୁ କରିବା ପାଇଁ ଆପଣ ଙ୍କୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ଏମିତି ଏକ ଏହାର ଅନେକ ଉଦାହରଣ ଆମକୁ ଅନେକ ସମୟ ରେ ଦେଖିବାକୁ ମିଳିଥାଏ। ଏହା ସହିତ ଭଗବାନ କାହାକୁ କେମିତି ସୃଷ୍ଟି କରି ଥାନ୍ତି,ତାହା କେବଳ ସେହି ସୃଷ୍ଟି କର୍ତ୍ତା ଙ୍କୁ ହିଁ ଜଣା।ଅନେକ ସମୟରେ ଆପଣ ଏମିତି ଅନେକ ଲୋକଙ୍କୁ ଦେଖି ଥିବେ ।

ଯାହା ପାଖରେ ଏମିତି କିଛି ଭଲ ଟ୍ୟାଲେଣ୍ଟ ଥିବ ,କିନ୍ତୁ ତାପାଖରେ କିଛି ନା କିଛି ଜିନିଷ ର ଅଭାବ ଥିବ। କିନ୍ତୁ ସେହି ସବୁ ଅଭାବ କୁ ଅଣଦେଖା କରି ଅନେକ ଲୋକ ଏମିତି ଅଛନ୍ତି ଯେଉଁ ମାନେ ଆଗକୁ ବଢିଛନ୍ତି କାରଣ ତାଙ୍କର ଆଗକୁ ବଢିବା ପାଇଁ ଦୃଢ ଇଚ୍ଛା ରହିଥାଏ।

ସମସ୍ୟା କେତେବେଳେ କେଉଁ ରୂପରେ ଆସିଥାଏ ତାହା କାହାରିକୁ ମଧ୍ୟ ଜଣା ନଥାଏ । କିନ୍ତୁ ସେହି ସମସ୍ୟା କୁ କିପରି ଧର୍ଯ୍ୟ ର ସହକାରେ ସମାଧାନ କରି ହେବ ଏହି ବିଷୟ ରେ ସମସ୍ତେ ସାମାନ୍ୟ ଅବଗତ ରହିଥିବା ଉଚିତ୍। ତେବେ କଥା ରେ କୁହା ଯାଏ ଯେ କଠିନ ପରିଶ୍ରମ , ଧର୍ଯ୍ୟ ଓ ସାହସ ଆଗରେ ଯେତେ ବଡ଼ ସମସ୍ୟା ହୋଇ ଥିଲେ ମଧ୍ୟ ତାହା ହାର ମାନି ଥାଏ ।

ଆମେ ଅନେକ ସମୟ ରେ ଏମିତି ଅନେକ ଉଦାହରଣ ଦେଖି ଥାଉ ଯେଉଁଠି ଦୃଢ଼ ଇଛା ଶକ୍ତି ସାମ୍ନା ରେ ଅଭାବ ହାର ମାନି ଥାଏ ।ତେବେ ଆଜି ଏମିତି ଏକ ଉଦାହରଣ ଆମ ସାମ୍ନା କୁ ଆସିଛି ଯେଉଁଠି ପରିଶ୍ରମ ଓ ଇଛା ଶକ୍ତି ଆଗରେ ସମସ୍ତ ପ୍ରକାର ସମସ୍ୟା ହାର ମାନିଛି । ତେବେ ଆସନ୍ତୁ ଜାଣିବା ;

ମରାଠବାଡା ରେ ଶୋଲଗ୍ରାମ ରେ ଜନ୍ମ ହେଇଥିବା ଅଂଶାର ଶେଖ ଯିଏକି ଆଜି ଦେଶର କନିଷ୍ଠ ଆଇଏଏସ ଅଫିସର ଅଟନ୍ତି । ଖୁବ୍ କମ୍ ବୟସ ରେ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତ ହୋଇ ଏକ ନୂତନ ଇତିହାସ ସୃଷ୍ଟି କରି ପାରିଛନ୍ତି ।ତେବେ ଆଂଶ ଙ୍କ ବାପା ଜଣେ ଅଟୋ ଚାଳକ ଅଟନ୍ତି । ପରିବାର ଆର୍ଥିକ ସ୍ଥିତି ଆଂଶ ପାଇଁ ପ୍ରତିବନ୍ଧକ ହୋଇଥିଲେ ମଧ୍ୟ ସେ ସେହି ପ୍ରତିବନ୍ଧକ କୁ ପାର କରିବାରେ ସଫଳ ହୋଇ ପାରିଛନ୍ତି ଓ ଆଜି ନିଜର ସ୍ବପ୍ନ କୁ ପୂରଣ କରି ପାରିଛନ୍ତି।

ତେବେ ଯେତେବେଳେ ଆଂଶ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ ତାଙ୍କ ବାପା କୁ ରିଲେଟିଭ ମାନେ କହିଥିଲେ ଆଉ ଆଗକୁ ନପଢ଼ାଇବା ପାଇଁ କିନ୍ତୁ ନିଜ ପୁଅ ର ପାଠ ପଢା ପ୍ରତି ଆଗ୍ରହ ଓ ଭଲ ପରଫର୍ମଂଶ ଦେଖି ତାଙ୍କ ବାପା ତାଙ୍କୁ ପଢ଼ାଇ ଥିଲେ ଯେଉଁଥିପାଇଁ ଆଂଶ ଆଜି IAS ହୋଇ ପାରିଛନ୍ତି । ମାତ୍ର ୨୧ ବର୍ଷ ରେ ସେ ଏହି ପଦବୀ ରେ ରହି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।