ବି. କମ୍ ପାସ୍ କରି କୁକୁଡ଼ା ଫାର୍ମ କଲି ହେଲେ ଆଡିସନାଲ ତହସିଲଦାର ମୋ କାମ ବନ୍ଦ୍ କରିଦେଲେ, ଆଉ ତା ପରେ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ସମାଜରେ ଅନ୍ୟାୟ, ଅନୀତି ବଢି ବଢି ଚାଲିଛି। ବଡ଼ ବଡିଆ ମାନେ ନିରୀହ ଲୋକ ଉପରେ ନିଜର କତ୍ତୃତ୍ୱ ଜାହିର କରୁଛନ୍ତି। ପ୍ରତି ଦିନ ଚୋରି, ହତ୍ୟା, ଡକାୟତି, ଇତ୍ୟାଦି ଅନେକ ଏଭଳି ଘଟଣା ଘଟିଥାଏ। ଯାହା ଆପଣ ମାନେ ନିଶ୍ଚିତ ଭାବରେ ଦେଖିବା ପାଇଁ ପାଇଥିବେ। ଏସବୁ ବ୍ୟତୀତ ଅନ୍ୟ ମାନଙ୍କୁ ଠକିବା ଏକ ପ୍ରକାର ଅନ୍ୟାୟ ତାହା ବାରମ୍ବାର ଦେଖିବା ପାଇଁ ମିଳୁଛି। ରାଜନୈତିକ ଚାପ ପ୍ରୟୋଗ କରିବା ଭଳି ଘଟଣା କିଛି ନୂଆ କଥା ନୁହେଁ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଜଣେ ଯୁବକ ଯିଏକି ନିଜର ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଯାହା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଏଭଳି ଏକ ଘଟଣା ଯାଜପୁର ଜିଲ୍ଲାର ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ଜଣେ ଯୁବକ ଯିଏକି ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ। ତେବେ ଏହାର କାରଣ ଆପଣ ମାନେ ଜାଣିଲେ ନିଶ୍ଚିତ ଭାବରେ ଦୁଃଖ ପ୍ରକାଶ କରିବେ। ଯୁବକ ଜଣକ ବି.କମ ପାସ କରିବା ପରେ ମେଡିସିନ କଂପାନୀର ରିପ୍ରେଜେଣ୍ଟଟେଟିଭ ଭାବରେ ଚାକିରୀ କରୁଥିଲେ। ଦିନେ ସାଙ୍ଗ ମାନଙ୍କ ସହିତ କ୍ରିକେଟ ଖେଳୁଥିଲେ ହଠାତ ଆଖିରେ ୱିକେଟ ବାଜି ଆଖି ନଷ୍ଟ ହୋଇଯାଇଥିଲା। ଏହାପରେ ବାରମ୍ବାର ଆଖି ଅପରେସନ ହେବାପରେ ମଧ୍ୟ ସୁଫଳ ମିଳିପାରିନଥିଲା।

ତେବେ କିଛି ଦିନ ଯୁବକ ଜଣକ ଘରେ ବସିବା ପରେ ସେ କୁକୁଡ଼ା ଫାର୍ମ କରିବା ପାଇଁ ମନସ୍ଥ କଲେ। କୁକୁଡ଼ା ଫାର୍ମ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଲୋନ ଦେଉଛନ୍ତି। ଏହାପରେ ସେ ଲୋନ ପାଇଁ ଆବେଦନ କରିଥିଲେ। କିନ୍ତୁ ସେ ଲୋନ ପାଇବା ପାଇଁ ଯୋଗ୍ୟ ନୁହେଁ ବୋଲି ବିବେଚିତ ହେଲା। ଏହାପରେ ସେ ଗାଁରେ ଲୋକମାନଙ୍କ ଠାରୁ ଟଙ୍କା ସୁଧରେ ଆଣି ସେ ଏକ ବ୍ରୟାଲର ଫାରମ୍ ଅନ୍ୟ ଜଣକ ଜାଗରେ ଅନୁମତି ଆଣି ତିଆରି କରିଥିଲେ। ଏହାପରେ ୯୦ ପ୍ରତିଶତ କରିବା ପରେ ତହସିଲଦାର ଆସି ତୁରନ୍ତ କାମ ବନ୍ଦ କରିବା ପାଇଁ କହିଥିଲେ। କାରଣ ପଚାରିବାରୁ କହିଲେ କି ଏହା ହେଉଛି ଏକ ଅନାବାଦୀ ଜାଗା ଏଠାରେ କିଛି କରିପାରିବ ନାହିଁ ବୋଲି କହିଥିଲେ।

କିନ୍ତୁ ଯୁବକଙ୍କ କହିବା କହିବା କଥା ଯେ ସେ ଅନ୍ୟ ଜଣକ ଜାଗାରେ କରିଛନ୍ତି। ଏବଂ ତାଙ୍କର ସବୁ ନାଁରେ କାଗଜ ପତ୍ର ମଧ୍ୟ ଥିବାର ଜଣା ପଡ଼ିଛି। ଏସବୁ ବ୍ୟତୀତ କୁକୁଡ଼ା ଫାର୍ମ କଲେ ପ୍ରଦୂଷଣ ହେବ ବୋଲି ମଧ୍ୟ କହିଥିଲେ। ତେବେ ଏହାପରେ ୨୦୧୬ ମସିହାରୁ ବନ୍ଧ ହୋଇ ରହିଲା। ସେ ଯେଉଁ କରଜ କରି ପଇସା ଲଗାଇଲେ। ଦିନକୁ ଦିନ ସୁଧ ବଢ଼ିବାରେ ଲାଗିଲା। ଯେତେ ଚେଷ୍ଟା କଲେ ମଧ୍ୟ ଋଣ ସୁଝି ପାରୁନାହାନ୍ତି। ସେ ଇଚ୍ଛା କରିଥିଲେ ନିଜ ଗୋଡ଼ରେ ନିଜେ ଛିଡା ହେବାପାଇଁ ଯାହାବି ସବୁଥିରେ ବିଫଳ ହେବାପରେ ରାଷ୍ଟ୍ରପତିକୁ ଇଚ୍ଛା ମୃତ୍ୟୁ ପାଇଁ ଅନୁରୋଧ ପଠାଇଥିଲେ। ତେବେ ଏଭଳି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।