B’ ନାମଧାରୀ ବ୍ୟକ୍ତି ଯଦି ତୁମ ପାଖରେ ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ, ଏମିତି ହୋଇଥାନ୍ତି ‘B’ ନାମର ଲୋକ – VASTU SHASTRA

ବନ୍ଧୁଗଣ ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଯେକୌଣସି ନାମ ନେଇ ରହିଥାନ୍ତି, ତାଙ୍କର ନାମ ପ୍ରଥମ ଅକ୍ଷରରୁ ବ୍ୟକ୍ତି ସ୍ଵଭାଵ ବିଷୟରେ ଅନେକ କଥା ଜାଣି ହୋଇଥାଏ |ଦୁନିଆରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ନିଜ ନାମର ପ୍ରଥମ ଅକ୍ଷରରୁ ହିଁ ନିଜ ଜୀବନର ବହୁତ କିଛି କଥା ଜାଣିବା ପାଇଁ ଚେଷ୍ଟା କରିଥାନ୍ତି |ମୁଁ ଆଜି ଆପଣକୁ ଆପଣଙ୍କ ଇଂରାଜୀ ଅକ୍ଷର ବି ମନରୁ ଆରମ୍ଭ ହୋଇଥିବେ ବ୍ୟକ୍ତିଙ୍କ ସ୍ଵଭାଵ, ତାଙ୍କର ବ୍ୟବହାର ଓ ତାଙ୍କର ଶାରୀରିକ ଗଠନ ବିଷୟରେ କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହି ନାମରେ ବ୍ୟକ୍ତିମାନେ କିପରି ହୋଇଥାନ୍ତି |

-ଏହି ଇଂରାଜୀ ଅକ୍ଷର B ରୁ ଆରମ୍ଭ ହୋଇଥିବା ବ୍ୟକ୍ତିମାନଙ୍କ ଶାରୀରିକ ଗଠନ ଅନୁସାରେ ସେମାନେ ବହୁତ ସୁନ୍ଦର ହୋଇଥାନ୍ତି, ତାହା ସହିତ ଏମାନଂକ ରୂପରେ ଏକ ଆକର୍ଷଣ ଭରି ରହିଥାଏ |ଏହି ନାମର ବ୍ୟକ୍ତିମାନେଙ୍କ ଆଖି ମୁନିଆ ହୋଇଥାଏ |

-ଏହି ବ୍ୟକ୍ତିମାନେ ଜୀବନରେ ସର୍ବଦା ନୂଆ କାର୍ଯ୍ୟ କରିବା ପାଇଁ ବହୁତ ଖୁସି ପାଇଥାନ୍ତି, କୌଣସି ଗୋଟିଏ କାର୍ଯ୍ୟରେ ଏମାନଂକ ମନ ସ୍ଥିର ହୋଇରହେ ନାହିଁ |ଜୀବନରେ ଯେତେ ସମସ୍ୟା ଆସୁପଛେ ଏମାନେ ତାହାକୁ ନିଜେ ସାମ୍ନା କରିବା ପାଇଁ ଚେଷ୍ଟା କରିଥାନ୍ତି, ଏହି ନାମର ବ୍ୟକ୍ତିମାନଙ୍କୁ ଅଧିକ ଲୋକ ସମ୍ପର୍କ ରଖିବା ପାଇଁ ଭଲ ଲାଗିନଥାଏ |

-ଏହି ବ୍ୟକ୍ତିମାନେ ସହଜରେ କାହା ଉପରେ ବିଶ୍ୱାସ ସ୍ଥାପନ କରନ୍ତି ନାହିଁ କିନ୍ତୁ ଥରେ ସେମାନେ ଯାହାକୁ ବିଶ୍ୱାସ କରନ୍ତି କେବେ ତାଙ୍କ ଉପରେ ତାଙ୍କର ବିଶ୍ୱାସ ତୁଟନ୍ତି ନାହିଁ |

-ଏହି ବ୍ୟକ୍ତିମାନେ ପ୍ରକୃତିର ପରିବେଶକୁ ବହୁତ ଭଲ ପାଇଥାନ୍ତି, ତେଣୁ ଏହି ବ୍ୟକ୍ତି ଜୀବନରେ ସର୍ବଦା ଏମିତି ସ୍ଥାନ ବୁଲିବାକୁ ପସନ୍ଦ କରନ୍ତି ଯେଉଁଠାରେ ପ୍ରାକୃତିକ ପରିବେଶ ବହୁତ ସୁନ୍ଦର ଥାଏ |

-ଏହି ବ୍ୟକ୍ତିମାନେ ସରଳ ସ୍ଵଭାଵର ଅଟନ୍ତି ଏମାନେ ଅତିଶୀଘ୍ର ରାଗନ୍ତି ନାହିଁ |ମାତ୍ର ଏହି ବ୍ୟକ୍ତିମାନେ ଯେତେବେଳେ ରାଗନ୍ତି ସେତେବେଳେ ସେମାନେ କାହାର କଥା ଶୁଣନ୍ତି ନାହିଁ, ନିଜ କ୍ରୋଧକୁ ନିଜ ପାଖରେ ଲୁଚି ରଖିଥାନ୍ତି କାହା ଆଗରେ ପ୍ରକାଶ କରନ୍ତି ନାହଁ |

-ଏହି ବ୍ୟକ୍ତିମାନେ ଜୀବନରେ ନିଜର କେରିଅରକୁ ନେଇ ବହୁତ ଚିନ୍ତାରେ ଥାନ୍ତି, ଜୀବନରେ ଅନେକ କିଛି ଲକ୍ଷ୍ୟ ରଖିଥାନ୍ତି ମାତ୍ର ସବୁ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ |ଏହି ବ୍ୟକ୍ତିମାନେ ନିଜର ସିକ୍ରେଟ କାହା ପାଖରେ ସେୟାର କରନ୍ତି ନାହିଁ |

-ଏହି ବ୍ୟକ୍ତିମାନେ ଭାବୁକ ସ୍ଵଭାଵର ହୋଇଥିବାରୁ ଶୀଘ୍ର ଭଲ ପାଇ ବସିଥାନ୍ତି ମାତ୍ର ଏମାନେ ଭଲ ପାଇବା ପୂର୍ବରୁ ପ୍ରଥମେ ତାଙ୍କ ପ୍ରେମିକାର ବିଷୟରେ ସମସ୍ତ କଥା ବୁଝି ତାଙ୍କୁ ଭଲ ପାଇଥାନ୍ତି |ଏହି ବ୍ୟକ୍ତିମାନେ ସମ୍ପର୍କ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି ତେଣୁ ଏମାନେ ଯାହାକୁ ଭଲ ପାଆନ୍ତି ତାକୁ ନିଜ ଠାରୁ କେବେ ଅଲଗା କରନ୍ତି ନାହିଁ |

-ଏହି ବ୍ୟକ୍ତିମାନେ ସର୍ବଦା ନିଜ ପରିବାର ଲୋକଙ୍କ ସହିତ ହସ ଖୁସିରେ ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି, ତେଣୁ ଏପରି ନାମରେ ବ୍ୟକ୍ତିମାନେ ନିଜ ପରିବାର ପାଖରୁ କେବେ ଅଲଗା ହୋଇ ରହିପାରନ୍ତି ନାହିଁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment