ବାଃ ବାଃ ରେ ଝିଅ ! କଲେଜ୍ ପଢୁଆ ଝିଅ ବଞ୍ଚାଇ ଦେଲେ ତିନି ତିନି ଟି ଜୀବନ ।। ଏହି ଝିଅ ର ସାହସ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ ….

0

କୁହାଯାଏ ଯେ ଆୟୁଷ ନ ପୁରି ଥିଲେ ଖୋଦ୍ ଭଗବାନ ମଧ୍ୟ କୌଣସି ପ୍ରାଣୀ ର ଜୀବନ ନେଇ ପାରନ୍ତି ନାହିଁ ।ଏଇ ଗତ କାଲି ଯେମିତି ଏକ ଘଟଣା ଘଟିଛି ଏହି ମହିଳା ଙ୍କ ସହିତ । ତାଙ୍କୁ ଅଳ୍ପକେ ବଞ୍ଚାଇ ଦେଲେ ଏହି କଲେଜ୍ ଛାତ୍ରୀ । ହୁଏତ ଭଗବାନ ତାଙ୍କୁ ଦେବଦୂତ କରି ପଠେଇ ଥିଲେ । ଯଦି ଛାତ୍ରୀ ଜଣଙ୍କ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ନଥାନ୍ତେ ତେବେ ହୁଏତ ତିନି ତିନି ଟି ଜୀବନ ଚାଲି ଯାଇ ଥାଆନ୍ତା କ୍ଷଣିକ ମୁହୂର୍ତ୍ତ ରେ , କାରଣ ମହିଳା ଙ୍କ ସହିତ ଥିଲେ ଦୁଇ ଜଣ ନିରିହ ଶିଶୁ ।

ପୁରୀ ଜିଲ୍ଲା କୁଷଭଦ୍ରା ସେତୁ ଉପରେ ଦୁଇ ଜଣ ଶିଶୁ ଙ୍କୁ ଧରି ଆତ୍ମହତ୍ୟା ପାଇଁ ଛିଡ଼ା ହୋଇଥିଲେ ଜଣେ ମହିଳା । କେବଳ ସେତିକି ନୁହେ ଡେଇଁବା ପାଇଁ ସମ୍ପୂର୍ଣ ଉଦ୍ୟମ ମଧ୍ୟ କରିଥିଲେ। ଏତିକି ବେଳେ ତାଙ୍କୁ ଉଦ୍ଧାର କରିଛନ୍ତି କଲେଜ୍ ଛାତ୍ରୀ ଲିଜା ।

ଗତ କାଲି ପ୍ରାୟ ୧୧ ଟା ବେଳେ ଜଣେ ମହିଳା ନିଜର ୪ ବର୍ଷର ପୁଅ ଓ ତିନି ମାସ ର ଝିଅ କୁ ଧରି କୁଶଭଦ୍ରା ନଦୀ ସେତୁ ପାଖରେ ବୁଲା ବୁଲି କରୁଥିଲେ । ତାଙ୍କୁ କିଛି ଲୋକ ଦେଖୁ ଥିଲେ ମଧ୍ୟ । ହଠାତ୍ ମହିଳା ଜଣଙ୍କ ନଦୀ ବାଡ଼ ଦେଇ ନଦୀ କୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ସମସ୍ତେ ଦେଖୁ ଥିଲେ ମଧ୍ୟ ଦୂରରେ ଥିବାରୁ ନାଚାର ହୋଇ ଯାଇଥିଲେ ।

ଆଉ ସେହି ସମୟରେ ଯେମିତି ସୁପର୍ ୱାମନ୍ ପାଲଟି ଗଲେ ଗୋପ କଲେଜ୍ ଛାତ୍ରୀ ଲିଜା ଦାସ । ତୁରନ୍ତ ପାଟି କରି ମହିଳା ଙ୍କୁ ନିଜ ଆଡ଼କୁ ଟାଣି ଆଣିବା ସହିତ ତିନି ମାସ ର ଶିଶୁ କନ୍ୟା କୁ ତାଙ୍କ ହାତରୁ ଛଡ଼ାଇ ଆଣିଲେ ।

ବାସ ସେହି ମୁହୂର୍ତ୍ତ ରେ ବଞ୍ଚି ଗଲା ତିନି ତିନି ଟି ଜୀବନ । ପାଟି ଶୁଣି ଅନ୍ୟ ଲୋକ ମାନେ ସେଠାରେ ପହଞ୍ଚି ଯାଇଥିଲେ ଓ ମହିଳା ଓ ଦୁଇ ଶିଶୁ ଙ୍କୁ ସେଠାରୁ ନେଇ ଆସିଥିଲେ। ପରେ ଜଣା ପଡିଥିଲା ଯେ ଦୁଇ ଶିଶୁ ଙ୍କ ସହିତ ଆତ୍ମହତ୍ୟା କରିବା ପାଇଁ ଯାଉଥିବା ମହିଳା ଜଣଙ୍କ ନିଆଳି ଥାନା ଅନ୍ତର୍ଗତ ବନିମାଳ ଗ୍ରାମର। ପାରିବାରିକ କଳହ ରୁ ସେ ଏମିତି ଏକ ଚରମ ନିଷ୍ପତି ନେଇ ଅଭାବନୀୟ କାଣ୍ଡ ଘଟାଇ ବାକୁ ଯାଉଥିଲେ । ସ୍ବାମୀ ଦେଉଥିବା ନିର୍ଯାତନା ମଧ୍ୟ ଜଣାଇ ଥିଲେ।

ଘଟଣା ସ୍ଥଳ ରେ ଥିବା ଲୋକ ମାନେ ଘଟଣା ସମ୍ପର୍କ ରେ ଗୋପ ଥାନା ରେ ଜଣାଇ ଥିଲେ। ଥାନା ଅଧିକାରୀ ଏହି ବିଷୟ ରେ ତାଙ୍କ ପରିବାର କୁ ଜଣାଇବା ପରେ ମହିଳା ଙ୍କ ମା ଓ ଭାଇ ପହଞ୍ଚି ତାଙ୍କୁ ବୁଝା ସୁଝା କରି ଘରକୁ ନେଇ ଯାଇଥିଲେ। ତେବେ ଏହି ତିନି ଜଣଙ୍କ ଜୀବନ ବଞ୍ଚାଇ ଥିବାରୁ କଲେଜ୍ ପଢୁଥିବା ଝିଅ ଲିଜ ଙ୍କୁ ଚାରି ଆଡୁ ଛୁଟୁଛି ପ୍ରଂଶସା ସୁଅ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।