ବାଃ ବାଃ ରେ ଝିଅ ! ପାଠ ପଢିବା ପାଇଁ ଅଟୋ ଚଳାଉଛନ୍ତି ଏହି ଝିଅ, ଏଭଳି ଛାତ୍ରୀ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ…

0

ନାରୀ ଏବଂ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ସଦୃଶ। ଉଭୟ ପରସ୍ପର ପରିପୂରକ ଅଟନ୍ତି। କିନ୍ତୁ ସମାଜରେ ଯେଉଁଭଳି ଭାବରେ ଜଣେ ପୁରୁଷ କୁ ସମ୍ମାନ ଦିଆଯାଏ, ଆସନ ଅଳଙ୍କୃତ କରାଯାଏ ସେହିପରି ଗୋଟିଏ ନାରୀ ପାଇଁ ସମାନ ସ୍ଥାନ ନଥାଏ। ବହୁତ କ୍ଷେତ୍ରରେ ଏଭଳି ବିଡମ୍ବନା ଦେଖିବାକୁ ମିଳେ। ଯାହା ପୁରୁଷ ପ୍ରଧାନ ଦେଶ ରେ ଏକ ବିଡମ୍ବନା ଅଟେ। ପୁରୁଷ ମାନଙ୍କ ଭଳି ସମାନ ସୁବିଧା ସୁଯୋଗ ମହିଳା ମାନଙ୍କୁ ନ ମିଳିବା ଦୁଃଖର ବିଷୟ।

ତେବେ ଯଦିଓ ମହିଳା ମାନେ ଆଜି ପୁରୁଷ ମାନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ବିଭିନ୍ନ ଉଚ୍ଚ ପଦ ପଦବୀ ରେ ସେମାନେ ଅବସ୍ଥାପିତ ହୋଇ ସାରିଲେଣି ତଥାପି ବଦଳିନି ଆମର ସମାଜର କିଛି ଲୋକଙ୍କ ମୌଳିକ ଚିନ୍ତାଧାରା।

ଅନେକ କ୍ଷେତ୍ରରେ ମହିଳା ମାନେ ସେମାନଙ୍କର ପାରଦର୍ଶିତା ଦେଖାଇବା ସହ ଦେଶ ବିଦେଶରେ ସେମାନଙ୍କ ଗାରିମା ଶୁଣିବାକୁ ମିଳୁଛି। ରାଜ୍ୟ ଏବଂ ଦେଶକୁ ବିଭିନ୍ନ ସମୟରେ ସେମାନେ ଗର୍ବିତ କରାଉ ଅଛନ୍ତି। ତେବେ ଅନେକ ସମୟରେ ଦେଖିବାକୁ ମିଳେ ଯେ ସମାଜର ପ୍ରତିକୂଳ ସ୍ଥିତି ରେ ଥାଇ ମଧ୍ୟ ଅନେକ ନିଜର କଠିନ ପରିଶ୍ରମ ଏବଂ ଦୃଢ଼ ଇଚ୍ଛା ଶକ୍ତି ଓ ଅଧ୍ୟବସାୟ ବଳରେ ନିଜର ଲକ୍ଷ୍ୟସ୍ଥଳ ରେ ପହଞ୍ଚି ପାରିଥାନ୍ତି।

ତେବେ ଏହାରି ଭିତରେ ଅନେକ ଉଦାହରଣ ଆପଣମାନେ ଦେଖିବାକୁ ପାଇଥିବେ। ଯେଉଁମାନେ ଆର୍ଥିକ ଦୂରାବସ୍ଥା କୁ ଖାତିର ନକରି କିପରି ସେଥିରୁ ମୁକୁଳି ନିଜର ଲକ୍ଷ୍ୟ କୁ ହାସଲ କରିବା ପାଇଁ କଠିନ ପରିଶ୍ରମ କରି ସଫଳ ହୋଇଥାନ୍ତି ସେମାନଙ୍କ ଜୀବନରେ।

ସେହିପରି ଏକ ଅଳ୍ପ ବୟସର ଝିଅ କଥା ଆମେ ଆଜି କହିବାକୁ ଯାଉଛୁ ଯିଏକି +୩ ରେ ପଢୁଥିବା ବେଳେ ଅଟୋ ଚଳାଇ ନିଜର ପଢ଼ା ଖର୍ଚ୍ଚ ଉଠାଇବା ସହିତ ପରିବାରକୁ ମଧ୍ୟ ଚଳାଉ ଅଛନ୍ତି।ସେ ହେଉଛନ୍ତି ବାରିପଦାର ଝିଅ ଝାନ୍ସୀ ରାଣୀ ପଣ୍ଡା। ତାଙ୍କର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ହିଁ ସେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି ଏବଂ ସମାଜ ପାଇଁ ଏକ ଉଦାହରଣ ମଧ୍ୟ ସୃଷ୍ଟି କରିଛନ୍ତି ସେ।

ପରିବାର ର ଆର୍ଥିକ ସ୍ଥିତି ଠିକ୍ ନଥିବା କାରଣରୁ ତାଙ୍କ ବାପା ତାଙ୍କ ପାଠ ପଢା ବନ୍ଦ କରି ଦେଇଥିଲେ। କିନ୍ତୁ ସେ ପାଠ ପଢିବାକୁ ଚାହୁଁଥିବା କାରଣରୁ ନିଜେ ପରିଶ୍ରମ କରି ଅର୍ଥ ଯୋଗାଡ଼ କରିବାର ପନ୍ଥା ବାହାର କଲେ।ଦିନ ସାରା ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାରର ସାହାଯ୍ୟ ହୋଇଯାଏ ଓ ରାତିରେ ସେ ପାଠ ପଢ଼ି ଥାଆନ୍ତି।

ଆଇ ଏ ଏସ୍ ହେବାକୁ ଲକ୍ଷ୍ୟ ରଖିଥିବା ଏହି ଯୁବତୀ ଜଣଙ୍କ ତାଙ୍କ ଲକ୍ଷ୍ୟସ୍ଥଳ ରେ ପହଞ୍ଚିବାକୁ କରୁଥିବା ଏହି କାର୍ଯ୍ୟକୁ ଅନେକ ପ୍ରଶଂସା କରିବା ସହିତ ତାଙ୍କୁ ଆଶିର୍ବାଦ ମଧ୍ୟ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।