ବାଃ ବାଃ ରେ ଝିଅ ! ୨୧ ବର୍ଷ ବୟସରେ ସାରା ଦେଶରେ ଇତିହାସ ରଚିଲେ ଏହି ଝିଅ ହେଲେ ଦେଶର ସର୍ବକନିଷ୍ଠ ମେୟର….

0

ସାରା ଦେଶ ର ନଜର ଏବେ କେରଳ ର ସର୍ବକନିଷ୍ଠ ମେୟର ଆର୍ଯ୍ୟା ରାଜେନ୍ଦ୍ରନ ଙ୍କ ଉପରେ । ଖୁବ୍ କମ୍ ବୟସ ରେ ଲୋକ ମାନଙ୍କ ପାଖରେ ପହଞ୍ଚି ଅଛନ୍ତି ଲୋକ ମାନଙ୍କ ଦୁଃଖ ବୁଝି ଅଛନ୍ତି । ଏତେ କମ୍ ବୟସ ରେ ଆର୍ଯ୍ୟା ରାଜେନ୍ଦ୍ରନ ମେୟର ହେବା ପାଇଁ ଯାଉଛନ୍ତି । ତାଙ୍କୁ ମାତ୍ର ଏବେ ୨୧ ବର୍ଷ ଅଟେ ଆଉ ଏହି ୨୧ ବର୍ଷ ବୟସ ରେ ହିଁ ଆର୍ଯ୍ୟା ରାଜେନ୍ଦ୍ର ମେୟର ହେବା ପାଇଁ ଯାଉଛନ୍ତି ।ତେବେ ଆର୍ଯ୍ୟା ରାଜେନ୍ଦ୍ର ଦେଶ ର ସର୍ବ କନିଷ୍ଠ ମେୟର ହେବା ପାଇଁ ଯାଉଛନ୍ତି । ତେବେ ବର୍ତ୍ତମାନ ଆର୍ଯ୍ୟା ରାଜେନ୍ଦ୍ର ଙ୍କ ଏହି ବିଷୟ କୁ ନେଇ ସୋସିଆଲ ମିଡ଼ିଆ ଉଠୁଛି ପଡୁଛି।

ତେବେ ସୂଚନା ଅନୁସାରେ ଆର୍ଯ୍ୟା ରାଜେନ୍ଦ୍ର ଏହି ନିର୍ବାଚନ ରେ ମୁଡାବନମୁଗାଲ ଆସନ ରୁ ବିଜୟ ଲାଭ କରିଛନ୍ତି ।ଆର୍ଯ୍ୟା ରାଜେନ୍ଦ୍ର ଏହି ନିର୍ବାଚନ ରେ ନିଜର ବିପରୀତ ୟୁଡିଏଫ ର ପ୍ରାର୍ଥୀ ଶ୍ରୀକଲା ଙ୍କୁ ୨୮୭୨ ଖଣ୍ଡ ଭୋଟ ରେ ପରାଜିତ କରିଛନ୍ତି । କେବଳ ଏତିକି ନୁହେଁ ୨୦୨୦ ମସିହା ରେ ଦେଶ ରେ ହେଉଥିବା ବିଭିନ୍ନ ନିର୍ବାଚନ ରେ ଯେଉଁ ପ୍ରାର୍ଥୀ ନିଜ ନାମ ଦେଇଛନ୍ତି ସେମାନ ଙ୍କ ମଧ୍ୟରୁ ଆର୍ଯ୍ୟା ରାଜେନ୍ଦ୍ର ସବୁଠାରୁ କନିଷ୍ଠ ପ୍ରାର୍ଥୀ ବୋଲି ଜଣା ପଡ଼ିଛି । ବର୍ତ୍ତମାନ ଆର୍ଯ୍ୟା ରାଜେନ୍ଦ୍ର ଙ୍କୁ ବିଭିନ୍ନ ସୋର୍ସ ରୁ ଅଭିନନ୍ଦନ ଜଣାଉ ଅଛନ୍ତି ।

ତେବେ ଆର୍ଯ୍ୟାଙ୍କୁ ମେୟର କରିବାର ନିଷ୍ପତ୍ତି ସିପିଆଇ(ଏମ୍) ଜିଲ୍ଲା ସଚିବାଳୟ ର ଏକ ପ୍ୟାନେଲ ନେଇଛନ୍ତି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଆର୍ଯ୍ୟା ରାଜେନ୍ଦ୍ର କେରଳର ରାଜଧାନୀ ତଥା ତିରୁବନନ୍ତପୁରମ୍ ରେ ଥିବା ଅଲ ସେଣ୍ଟସ୍ କଲେଜରେ ପାଠ ମଧ୍ୟ ପଢୁଛନ୍ତି । ଏହା ସହିତ ସିପିଆଇ ର ଛାତ୍ର ସଂଗଠନ ଏସଏଫଆଇ ର ରାଜ୍ୟ କମିଟି ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । କେବଳ ଏତିକି ନୁହେଁ ସିପିଆଇ (ଏମ) ର ବାଲସଂଗମ ବିଭାଗର ଅଧ୍ୟକ୍ଷ ଭାବେ ମଧ୍ୟ ସେ କାର୍ଯ୍ୟରତ ଅଛନ୍ତି।

ତେବେ ନିର୍ବାଚନ ଲଢ଼ିବା ପୂର୍ବରୁ ଆର୍ଯ୍ୟା ରାଜେନ୍ଦ୍ର କହିଥିଲେ ଯେ ସେ ଯଦି ଏହି ନିର୍ବାଚନ ରେ କୃତ କାର୍ଯ୍ୟ ହାସଲ କରନ୍ତି ତେବେ ସେ ନିଜର ପ୍ରାଥମିକ କାର୍ଯ୍ୟ ଭାବେ ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ ବିକାଶ କୁ ଅଧିକ ପ୍ରାଧାନ୍ୟ ଦେବେ । ତେବେ ଏହି ନିର୍ବାଚନ ରେ ଫଳ ପ୍ରକାଶ ପାଇବା ପରେ ସେ କହିଛନ୍ତି ଯେ ଦଳ ମୋତେ ଯାହା ମଧ୍ୟ ଦାୟିତ୍ୱ ଦେବେ ତାକୁ ମୁଁ ସୁଚାରୁ ରୂପେ ସମ୍ପର୍ଣ୍ଣ କରିବା ପାଇଁ ଚେଷ୍ଟା କରିବି ।

ତେବେ ଜଣାଇ ଦେଉଛୁ ଯେ ଆର୍ଯ୍ୟା ଙ୍କୁ ମେୟର ଭାବେ ମନୋନୀତ କରିବାର ର ନିଷ୍ପତି ନେବା ପୂର୍ବରୁ ଉକ୍ତ ସହର ପାଇଁ ଦଳ ତରଫ ରୁ ପ୍ରତିନିଧିତ୍ୱ କରୁଥିବା ଜମିଲା ଶ୍ରୀଧରନ୍ ଙ୍କ ମେୟର ହେବାକୁ ନେଇ ଚର୍ଚ୍ଚା ହେଉଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।